ଖୋର୍ଦ୍ଧା: ସରପଞ୍ଚଙ୍କ ମନମୁଖି କାର୍ଯ୍ୟ ବିରୋଧରେ ଲୋକଙ୍କ ତାଲା ବନ୍ଦ ଆନ୍ଦୋଳନ । ଚିଲିକା ବ୍ଲକ ହାଟବରଡି ପଞ୍ଚାୟତର ସରପଞ୍ଚ ମନମୁଖି କାର୍ଯ୍ୟ କରୁଥିବା ଅଭିଯୋଗରେ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇ ଆନ୍ଦୋଳନ କରିଥିଲେ ।
ଲୋକଙ୍କ ଅଭିଯୋଗ ଅନୁଯାୟୀ, ସରପଞ୍ଚଙ୍କ ମନମୁଖି କାର୍ଯ୍ୟ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । କେବଳ ସେତିକି ନୁହେଁ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି । ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ପଞ୍ଚାୟତରେ ଜଳ ଯୋଗାଣ ବ୍ୟବସ୍ଥା ଥାଇ ସୁଦ୍ଧା ଲୋକେ ପାଣି ମୁନ୍ଦାଏ ପାଉ ନାହାନ୍ତି । ଏହି ସବୁ ଅଭିଯୋଗ ନେଇ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ଆନ୍ଦୋଳନ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ପଣ୍ଡା, ଇଟିଭି ଭାରତ