ETV Bharat / state

କ୍ୟାନସର ହସ୍ପିଟାଲ ନିର୍ମାଣ ସ୍ଥାନକୁ ବିରୋଧ, ନାଇଜର କ୍ଯାମ୍ପସ ସମ୍ମୁଖରେ ଧାରଣା - ଟାଟା ମେମୋରିଆଲ୍ କ୍ୟାନସର ହସ୍ପିଟାଲ

ଜଟଣୀ ନାଇଜର (NISER) ପରିସରରେ ପ୍ରତିଷ୍ଠା ହେବ ଟାଟା ମେମୋରିଆଲ୍ କ୍ୟାନସର ହସ୍ପିଟାଲ । ଏଥିପାଇଁ ସ୍ଥାନୀୟ ପଦନପୁର ଅଞ୍ଚଳର ଶ୍ମସାନ ଏବଂ ଖେଳ ପଡିଆ ଅଞ୍ଚଳ ଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

କ୍ୟାନସର ହସ୍ପିଟାଲ ନିର୍ମାଣ ସ୍ଥାନକୁ ବିରୋଧ, ନାଇଜର କ୍ଯାମ୍ପସ ସମ୍ମୁଖରେ ଧାରଣା

author img

By

Published : Sep 14, 2022, 5:22 PM IST

ଖୋର୍ଦ୍ଧା: ଜଟଣୀ ନାଇଜର ପରିସର ସମ୍ମୁଖରେ ଧାରଣା (people on dharna in front of NISER campus) । ଏଠାରେ ପ୍ରତିଷ୍ଠା ହେବାକୁ ଥିବା ଟାଟା ମେମୋରିଆଲ୍ କ୍ୟାନସର ହସ୍ପିଟାଲ (Tata Memorial Cancer Hospital) ପାଇଁ ପଦନପୁର ଅଞ୍ଚଳର ଶ୍ମସାନ ଏବଂ ଖେଳ ପଡିଆ ଅଞ୍ଚଳ ଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ପଦନପୁର ଗ୍ରାମବାସୀ । କ୍ୟାନସର ହସ୍ପିଟାଲକୁ ବିରୋଧ କରୁନାହାନ୍ତି, କିନ୍ତୁ ଏଥିରୁ ଗ୍ରାମର ଗୋଚର ଭୂମିକୁ ବାଦ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

କ୍ୟାନସର ହସ୍ପିଟାଲ ନିର୍ମାଣ ସ୍ଥାନକୁ ବିରୋଧ, ନାଇଜର କ୍ଯାମ୍ପସ ସମ୍ମୁଖରେ ଧାରଣା

ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ଥିବା ନାଇଜର (NISER- National Institute of Science Education and Research institute) ଠାରେ ୬୫୦ କୋଟି ଟଙ୍କା ବିନିଯୋଗରେ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହେବ । ଆଗାମୀ ୩ ମାସ ମଧ୍ୟରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେବ । ପରବର୍ତ୍ତୀ ୧୮ ମାସ ମଧ୍ୟରେ ଏହି କ୍ୟାନ୍ସର ହସ୍ପିଟାଲର ନିର୍ମାଣ ଶେଷ ହେବ ବୋଲି ସୂଚନା ରହିଛି । ଏଠାରେ ହସ୍ପିଟାଲ ବ୍ୟତୀତ ହଷ୍ଟେଲ, ଧର୍ମଶାଳା, ଗେଷ୍ଟ ହାଉସ, ଷ୍ଟାଫ କ୍ବାର୍ଟର, ରୋଗୀଙ୍କ ସଂପର୍କୀୟ ରହିବା ନିମନ୍ତେ ଗୃହ, ବିଦ୍ୟାଳୟ ଆଦି ନିର୍ମାଣ ହେବ । ଏହି କ୍ୟାମ୍ପସରେ ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା ସୁବିଧା । ଏହାସହ ରିସର୍ଚ୍ଚ ଏବଂ ଔଷଧ ନିର୍ମାଣ ମଧ୍ୟ ହେବାର ବ୍ୟବସ୍ଥା ରହିଥିବା ଜଣାପଡିଛି । ୬୫୦ କୋଟି ବିନିଯୋଗରେ ନିର୍ମାଣ ହେବ ଏହି ପ୍ରକଳ୍ପ ।

ତେବେ ଏହି ପ୍ରକଳ୍ପରେ ସ୍ଥାନୀୟ ପଦନପୁର ଗ୍ରାମର ଶ୍ମସାନ ଓ ଖେଳ ପଡ଼ିଆ ଅଞ୍ଚଳକୁ ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଗ୍ରାମବାସୀ । ସେମାନେ କ୍ୟାନ୍ସର ହସ୍ପିଟାଲକୁ ବିରୋଧ କରୁନଥିଲେ ମଧ୍ୟ ଏହାକୁ ତାଙ୍କ ଗ୍ରାମର ଗୋଚର ଜମି ଓ ଖେଳ ପଡ଼ିଆକୁ ବ୍ୟବହାର କରାନଯାଉ ବୋଲି ସେମାନେ କହିଛନ୍ତି । ଏନେଇ ପଦନପୁର ସରପଞ୍ଚଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ମୋନେ ଧାରଣା ଦେଇଥିଲେ । ପରେ ନାଇଜର ନିର୍ଦ୍ଦେଶକ ଆସି ଧାରଣାରତ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହ ୭ ଦିନ ଭିତରେ ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି । ତେବେ ପ୍ରକଳ୍ପ ଆରମ୍ଭ ପୂର୍ବରୁ ସ୍ଥାନୀୟ ଲୋକଙ୍କ ବିରୋଧ ଏହି ପ୍ରକଳ୍ପ ଉପରେ କି ପ୍ରଭାବ ପକାଉଛି ତାହା ଆଗାମୀ ଦିନରେ ଜଣାପଡିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.