ETV Bharat / state

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡିଶା, ଆହୁରି 2ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି

author img

By

Published : Apr 20, 2023, 8:17 PM IST

ଦୁଇ ଦିନର ଗ୍ରୀଷ୍ମ ପ୍ରବାହକୁ ନେଇ ଆଗାମୀ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

temperature rise in odisha
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡିଶା
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡିଶା

ଭୁବନେଶ୍ବର: ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡିଶା । ଅସହ୍ୟ ଗରମ ସହ ଗୁଳୁଗୁଳିକୁ ନେଇ ଅସ୍ତବ୍ୟସ୍ତ ଜନଜୀବନ । ଦୁଇ ଦିନର ଗ୍ରୀଷ୍ମ ପ୍ରବାହକୁ ନେଇ ଆଗାମୀ ୨୪ ଘଣ୍ଟା ପାଇଁ ୪ ଜିଲ୍ଲା ଅର୍ଥାତ ମୟୁରଭଞ୍ଜ, ଝାରସୁଗୁଡା, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେହିପରି କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୋଳ, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ତେବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରାରେ ଓଡିଶା ଭାଜି ହେଉଥିବା ବେଳେ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବିଭାଗ ପୂର୍ବାନୁମାନ କରିଛି । ସେହିପରି ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ଧୀରେଧୀରେ ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡ଼ିଗ୍ରୀ ଯାଏଁ କମିବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ତେଣୁ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ସ୍ୱାଭାବିକ ତୁଳନାରେ ୩ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପିଗ ବିଭାଗ । ଆସନ୍ତାକାଲିଠାରୁ ଧୀରେଧୀରେ ତାତିରେ ପରିବର୍ତ୍ତନ ହେବାର ସମ୍ଭାବନା ହେବ ବୋଲି କହିଛି ବିଭାଗ ।

ସେହିପରି ବର୍ଷାର ପ୍ରଭାବ ରାଜ୍ୟରେ ସେତେଟା ନଥିବା ବେଳେ ଆସନ୍ତା ୩୬ ଘଣ୍ଟା ପରେ ଗୁରୁଚାପର ପ୍ରଭାବ ଦୁର୍ବଳ ହେବ । ତେଣୁ ୨୨ ତାରିଖ ବେଳକୁ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ବିଭାଗ । ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ନବରଙ୍ଗପୁର, କଟକ, ସୁନ୍ଦରଗଡ, ରାୟଗଡାରେ ବିଜୁଳି ଘଡଘଡ଼ି ସହ ବର୍ଷ ହେବାର ସମ୍ଭାବନା ରହିଛି । ଏହି ସମୟରେ ୪୦ରୁ ୪୫ କିମି ପବନ ବହିବାର ସମ୍ଭାବନା ରହିଛି । ଉପକୂଳ ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ୨୨ ଓ ୨୩ ତାରିଖରେ ବର୍ଷାର ପ୍ରଭାବ କମିବ ବୋଲି ବିଭାଗ କହିଥିବା ବେଳେ ଆଗାମୀ ୩୬ ଘଣ୍ଟା ପରେ ପାଗର ପରିବର୍ତ୍ତନ ହେବା ସହ ଖରାର ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଜି ଦିନର ତାପମାତ୍ରା ବାରିପଦାରେ ସର୍ବାଧିକ ୪୪.୫ ରହିଥିବା ବେଳେ ନୂଆପଡାରେ ରହିଛି ୪୪.୫ । ସେହିପରି ବଲାଙ୍ଗୀର-୪୪.୫, ବୌଦ୍ଧ-୪୩.୯, ତାଳଚେର-୪୩.୮ ,ଅନୁଗୁଳ-୪୩.୭, ଝାରସୁଗୁଡା ୪୩.୬, ରାଉଲକେଲା ୪୩.୩, ସମ୍ବଲପୁର ୪୩.୨, ଟିଟିଲାଗଡ ୪୩.୧, ସୁନ୍ଦରଗଡ ୪୩.୦, ମହିସାପଟ ୪୨.୯ , କିରେଇ ୪୨.୭, ଭୁବନେଶ୍ୱର ୪୨.୫, ଭବାନୀପାଟଣା ୪୨.୨, ସୋନପୁର ୪୨.୫, ହୀରାକୁଦ ୪୨.୨, କଟକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟପଟେ ସର୍ବଧିକ ବାରିପଦାରେ ୪୪.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାରିପଦା, ଭୁବନେଶ୍ୱର ଓ କଟକ ଏହି ତିନି ସହରରେ ସ୍ୱାଭାବିକଠାରୁ ୪ରୁ ୫ ଡିଗ୍ରୀ ଅଧିକ ତାପମାତ୍ରା ଏଠାରେ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ୪୫ ଡିଗ୍ରୀ ତାପମାତ୍ରା ସହ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କାରଣ ଝାରସୁଗୁଡ଼ାରେ ଆଦ୍ରତାର ପରିମାଣ କମ ରହୁଛି। ଦିନ ସମୟରେ ପାଖାପାଖି ୨୫ ରୁ ୨୦ ପ୍ରତିଶତ କମ ରହୁଛି । ତେବେ ଖାଲି ଝାରସୁଗୁଡା ନୁହେଁ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଆଦ୍ରତାର ପରିମାଣ ମାତ୍ରାଧିକ କମ ରହୁଛି । ଯାହା ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ବଢ଼ିବାରେ ସହାୟକ ହେଉଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବମନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.