ETV Bharat / state

ଜଟଣୀରେ ଶିଶୁଙ୍କ ପାଇଁ ନିର୍ମାଣ ହେବ କ୍ୟାନସର ହସ୍ପିଟାଲ

author img

By ETV Bharat Odisha Team

Published : Oct 27, 2023, 10:42 PM IST

କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ନିର୍ମାଣ ହେବ କ୍ୟାନସର ପୀଡ଼ିତ ଶିଶୁଙ୍କ ପାଇଁ ହସ୍ପିଟାଲ । ଅଢିକ ପଢ଼ନ୍ତୁ

ଶିଶୁଙ୍କ ପାଇଁ  ନିର୍ମାଣ ହେବ କ୍ୟାନସର ହସ୍ପିଟାଲ

ଭୁବନେଶ୍ବର: କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ନିର୍ମାଣ ହେବ କ୍ୟାନସର ପୀଡ଼ିତ ଶିଶୁଙ୍କ ପାଇଁ ହସ୍ପିଟାଲ । ଏନେଇ ଆରମ୍ଭ ହେବ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର । ହସ୍ପିଟାଲ ସହ ଏକ ଧର୍ମଶାଳା ତଥା ଗେଷ୍ଟ ହାଉସ୍ ମଧ୍ୟ ନିର୍ମାଣ ହେବ । ଉଭୟକୁ ରାଜ୍ୟ ସରକାର ନିର୍ମାଣ କରି TMC ମୁମ୍ବାଇକୁ ହସ୍ତାନ୍ତର କରିବେ । ଏନେଇ TMC ମୁମ୍ବାଇକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ପେଡିଆଟ୍ରିକ୍ କ୍ୟାନସର ଫାସିଲିଟି ପାଇଁ ଖର୍ଚ୍ଚ ହେବ ୧୫୦ କୋଟି । ବିଲ୍ଡିଂ ପାଇଁ ଖର୍ଚ୍ଚ ହେବ ୮୦ ଓ ଚିକିତ୍ସା ଉପକରଣ ପାଇଁ ୭୦ କୋଟି ଟଙ୍କା । ୨ ଟି ବ୍ଲକ ବିଶିଷ୍ଟ ଧର୍ମଶାଳା ନିର୍ମାଣରେ ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା ।

ସୂଚନା ଅନୁଯାୟୀ, ଅକ୍ଟୋବର ୨୦୨୨ ମସିହାରୁ କ୍ୟାନସର ପୀଡ଼ିତ ହେଉଥିବା ପ୍ରତ୍ୟେକ ରୋଗୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ରାଜ୍ୟର ସମସ୍ତ ପ୍ରକାରର ସରକାରୀ ଓ ଘରୋଇ ହସ୍ପିଟାଲ, ପାଥୋଲୋଜି ସମେତ ଇଏସଆଇ, ରେଳବାଇ, ଆର୍ମି ଓ ଶିଳ୍ପାନୁଷ୍ଠାନ ଦ୍ୱାରା ପରିଚାଳିତ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖକୁ ଆସୁଥିବା କ୍ୟାନସର ରୋଗୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ବାଧ୍ୟ ହେବେ । ଏନେଇ ରାଜ୍ୟ ସରକାର କ୍ୟାନସରକୁ ‘ରିପୋର୍ଟ ଯୋଗ୍ୟ ରୋଗ’ ଭାବେ ଘୋଷଣା କରିବା ସହ ସମସ୍ତ ମେଡିକାଲ ପ୍ରତିଷ୍ଠାନ, ଡାକ୍ତର ଓ ପାଥୋଲୋଜିଷ୍ଟମାନେ ସେମାନଙ୍କ ପାଖକୁ ଆସୁଥିବା କ୍ୟାନସର ରୋଗୀଙ୍କ ସମ୍ପର୍କରେ ରିଏଲ ଟାଇମ୍ ଡାଟା ପ୍ରସ୍ତୁତ କରିବେ । କ୍ୟାନସର ଚିହ୍ନଟ ହେବାର ଅତିବେଶୀରେ ୨ ସପ୍ତାହ ମଧ୍ୟରେ ଏନେଇ ଭୁବନେଶ୍ୱରର ନାଇଜର କ୍ୟାମ୍ପସରେ ଟାଟା ମୋମେରିଆଲ ସେଣ୍ଟରର ସହଯୋଗରେ ଆରମ୍ଭ ହୋଇଥିବା ଜନସଂଖ୍ୟା ଆଧାରିତ କ୍ୟାନସର ପଞ୍ଜିକା (ପିବିସିଆର)କୁ ଅବଗତ କରାଇବେ ।

ଏହା ମଧ୍ୟ ପଢ଼ନ୍ତୁ.....ଅସୁମାରୀ ସ୍ବପ୍ନ ସମ୍ମୁଖରେ କଣ୍ଟା ସାଜିଛି କ୍ୟାନ୍ସର, ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛି ପରିବାର

ତେବେ ଦେଶରେ କ୍ୟାନସର ପ୍ରତିଷେଧକ, ନିୟନ୍ତ୍ରଣ ଓ ଗବେଷଣା କାର୍ଯ୍ୟକ୍ରମ ନିମନ୍ତେ କ୍ୟାନସର ରୋଗୀଙ୍କ ତଥ୍ୟ ସଂଗ୍ରହ ବାଧ୍ୟତାମୂଳକ ହେବାର ଆବଶ୍ୟକତା ରହିଛି ବୋଲି ଇଣ୍ଡିଆନ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମଆର) ସୁପାରିଶ କରିଥିଲେ । ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ କ୍ୟାନସର ରୋଗୀଙ୍କ ସମ୍ପର୍କିତ ତଥ୍ୟ ରଖାଯିବାକୁ ସମର୍ଥନ କରିଛନ୍ତି । କ୍ୟାନସର ରୋଗୀଙ୍କ ତଥ୍ୟ ମିଳିଲେ ଏହାକୁ କ୍ୟାନସର ନିୟନ୍ତ୍ରଣ ଓ ପ୍ରତିଷେଧକ ସହ ଏହାର ଅଧିକ ଚିକିତ୍ସା ସୁବିଧା, ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇ ପାରିବ । ଏହି ଦୃଷ୍ଟିରୁ ରାଜ୍ୟ ସରକାର ଓଡ଼ିଶାରେ ‘କ୍ୟାନସର’କୁ ‘ରିପୋର୍ଟଯୋଗ୍ୟ ରୋଗ’ ଶ୍ରେଣୀରେ ରଖିବା ସହ ଏହାର ସୂଚନା ଦେବାକୁ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଡାକ୍ତର ଓ ପାଥୋଲୋଜିଷ୍ଟ ବାଧ୍ୟ ବୋଲି ଦର୍ଶାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.