ETV Bharat / state

NUA Odisha Scheme: ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ନବୀନ ସରକାର କହିଲା କଂଗ୍ରେସ

author img

By

Published : Aug 12, 2023, 10:46 PM IST

ନିର୍ବାଚନ ପୂର୍ବରୁ ନୂଆ ନୂଆ ଯୋଜନା ଘୋଷଣା କରିବା ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତା ୩ ବର୍ଷରେ ପ୍ରତିବର୍ଷ ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରିବା ଉଦ୍ଦେଶ୍ୟରେ ନୂତନ ଉନ୍ନତ ଅଭିଳାଷା ବା NUA ଓଡ଼ିଶା ଯୋଜନା ଆଣିଛନ୍ତି ରାଜ୍ୟ ସରକାର । ସେପଟେ ଏହାକୁ ନିର୍ବାଚନ ଭେଳିକି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ନବୀନ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଣିଛନ୍ତି ନୂଆ ଯୋଜନା ନୂତନ ଉନ୍ନତ ଅଭିଳାଷା ବା NUA ଓଡ଼ିଶା । ଆସନ୍ତା ୩ ବର୍ଷରେ ପ୍ରତିବର୍ଷ ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିପାଇଁ ୩୮୫ କୋଟି ଟଙ୍କା ବ୍ୟୟ ହେବ । ଉନ୍ନତମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହନ ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ । ରାଜ୍ୟର ୩୦ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦକ୍ଷତା ଅନୁଷ୍ଠାନ, ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ମାଧ୍ୟମରେ ଦକ୍ଷତା, Reskilling ଏବଂ Upskilling ସୁଯୋଗ ଯୋଗାଇ ଦିଆଯିବ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ରାଜ୍ୟ ସରକାର ଏହି ଯୋଜନା କରିଥିବା ଅଭିଯୋଗ କରିଛି କଂଗ୍ରେସ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ସରକାର ବିଜୁ ଯୁବ ବାହିନୀ ଘୋଷଣା କରିଥିଲେ । ସେଥିପାଇଁ ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ନିର୍ବାଚନ ବର୍ଷରେ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ନିଯୁକ୍ତି ମିଳିବା ଆଶାରେ ଯୁବବର୍ଗ ମାତିଗଲେ । ନିର୍ବାଚନ ସରିଗଲା, ଯୋଜନା ବନ୍ଦ ହୋଇଗଲା । ସେହି ଯୁବକଙ୍କ ଭବିଷ୍ୟତ କଣ ? ରାଜ୍ୟ ସରକାର ସେମାନଙ୍କୁ ଦରମା ଦେଉଛି କି ?" ଯୁବକମାନଙ୍କର ଭବିଷ୍ୟତ ସହ ଖେଳିବାକୁ ରାଜ୍ୟ ସରକାରଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।

ଏହା ମଧ୍ୟ ପଢ଼ନ୍ତୁ...Nutana Unnata Abhilasha Scheme: ନୂତନ ଉନ୍ନତ ଅଭିଲାଷା ଓଡ଼ିଶା ନିର୍ବାଚନୀ ଥୋପ !

ସେ ଆହୁରି କହିଛନ୍ତି, "୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ଯୋଜନା ଘୋଷଣା କରିଛନ୍ତି । ଗତ ୨୩ ବର୍ଷରେ ରାଜ୍ୟ ସରକାର ଯୁବକ ଓ ଯୁବତୀଙ୍କୁ ଟ୍ରେନିଂ ଦେଇପାରିଲେ ନାହିଁ । ଥଇଥାନ କରିପାରିଲେ ନାହିଁ । ଏବେ ଯଦି ଟ୍ରେନିଂ ଦେବେ ତାହାଲେ ୨୩ ବର୍ଷ କଣ କରୁଥିଲେ । ନିର୍ବାଚନ ପୂର୍ବରୁ ଯୁବକମାନଙ୍କୁ ଟ୍ରେନିଂ ଦେବା ଭେଳିକି ରାଜ୍ୟ ସରକାର କରୁଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏଭଳି ଯୋଜନା କରୁଛନ୍ତି । ୩ ବର୍ଷ ଟ୍ରେନିଂ ଦେବା କଥା ରାଜ୍ୟ ସରକାର କହୁଛନ୍ତି, ହେଲେ ୨୦୨୪ରେ ବିଜେଡି ସରକାରରେ ରହିବ ନାହିଁ ନା ନାହିଁ ତାହା ଓଡିଶାବାସୀ ନିଷ୍ପତି ନେବେ । ଯୁବକ ଓ ଯୁବତୀଙ୍କ ଭବିଷ୍ୟତକୁ ନେଇ ରାଜ୍ୟ ସରକାର ଖେଳୁଛନ୍ତି । କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏହା କରୁଛି । ଯୁବସମାଜ ରାଜ୍ୟ ସରକାରଙ୍କୁ କ୍ଷମା ଦେବେନାହିଁ । ଆଗାମୀ ନିର୍ବାଚନରେ ବିଜେଡି ନିଶ୍ଚୟ ଗାଦିଚ୍ୟୁତ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.