ETV Bharat / state

ନୂଆବର୍ଷରେ କଂଗ୍ରେସର ନୂଆ ସଂକଳ୍ପ, ୨୦୨୩ରେ ସଂଘର୍ଷ ଓ ୨୦୨୪ରେ ସରକାର କରିବୁ କହିଲେ ଶରତ - ନୂତନବର୍ଷର ଅଭିନନ୍ଦନ ଜଣାଇଛନ୍ତି ପିସିସି ସଭାପତି

ନୂଆବର୍ଷରେ କଂଗ୍ରେସର ନୂଆ ସଂକଳ୍ପ ନେଇ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ୨୦୨୩ରେ କଂଗ୍ରେସ ସଂଘର୍ଷ କରିବ ଏବଂ ୨୦୨୪ରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

Odisha congresss new year resolution
ନୂଆବର୍ଷରେ କଂଗ୍ରେସର ନୂଆ ସଂକଳ୍ପ
author img

By

Published : Jan 1, 2023, 6:28 PM IST

ନୂଆବର୍ଷରେ କଂଗ୍ରେସର ନୂଆ ସଂକଳ୍ପ

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ନୂତନବର୍ଷର ଅଭିନନ୍ଦନ ଜଣାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ନୂଆବର୍ଷରେ କଂଗ୍ରେସ ନୂଆ ସଂକଳ୍ପ ନେଇଛି ବୋଲି ସେ ପ୍ରକାଶ କରିଛନ୍ତି । ୨୦୨୩ରେ କଂଗ୍ରେସ ସଂଘର୍ଷ କରିବ ଏବଂ ୨୦୨୪ରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇବା ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଥିବା ମଧ୍ୟ କହିଛନ୍ତି ପିସିସି ସଭାପତି ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଓଡ଼ିଶାରେ ଅଫିସର ରାଜ ଚଳାଇ ଦିଆଯିବ ନାହିଁ । ଜାନକୀ ବାବୁଙ୍କ ନେତୃତ୍ବରେ ୧୦ ବିଧାୟକ ଆସନରୁ ଆମେ ପରେ ସରକାର ଗଠନ କରିଥିଲୁ । ୨୦୨୪ରେ ମଧ୍ୟ ତାହାର ପୁନରାବୃତ୍ତି ହେବ । କଂଗ୍ରେସର ୯ରୁ ୯୦ ମିଶନ ନିଶ୍ଚୟ ସଫଳ ହେବ ଓ କଂଗ୍ରେସ ସରକାର କରିବ । ସରକାରଙ୍କ ଘୋଷଣା ଅନୁଯାୟୀ ୨୨ ବର୍ଷରେ ୪୪ ଲକ୍ଷ ଯୁବକଯୁବତୀ ରୋଜଗାର ପାଇବା କଥା । ହେଲେ କେତେଜଣ ଚାକିରି ପାଇଛନ୍ତି ? ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି । ଆଗକୁ ବିଭିନ୍ନ ଓଡ଼ିଶାବାସୀଙ୍କ ଦାବି ନେଇ ରାସ୍ତାକୁ ଓହ୍ଲାଇବା ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି ।"

ସେହିଭଳି ଓଡ଼ିଶାରେ ସ୍ଥଗିତ ଥିବା ଭାରତଯୋଡୋ ଯାତ୍ରା ପୁନର୍ବାର ଜାନୁଆରୀ ୯ ତାରିଖରୁ ଆରମ୍ଭ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ଏହି ଯାତ୍ରା ଆରମ୍ଭ ହେବ । ଏହାସହ ହାତରେ ହାତ ଯୋଡୋ କାର୍ଯ୍ୟକ୍ରମକୁ ବ୍ଲକରୁ ଜିଲ୍ଲା ପର୍ଯନ୍ତ କାର୍ଯ୍ୟକାରୀ କରାଯିବାର ଯୋଜନା କରାଯାଇଛି । କଂଗ୍ରେସ କର୍ମୀ ଓ ନେତା ଏହି କାଯ୍ୟକ୍ରମରେ ଯୋଡି ହୋଇ ଡୋର ଟୁ ଡୋର କ୍ୟାମ୍ପେନିଂ କରିବା ସହ ସାଧାରଣ ଜନତାଙ୍କ ସହ ଯୋଡି ହେବେ ଓ କଂଗ୍ରେସ ଆଦର୍ଶ, ବିଚାରଧାରା, ନୀତି, ନିୟମ ସହ ଦେଶ ପାଇଁ କଂଗ୍ରେସର ଅବଦାନ ସମ୍ପର୍କରେ ଅବଗତ କରାଇବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.