ETV Bharat / state

ସ୍ମାର୍ଟସିଟିରେ ଖୁବଶୀଘ୍ର ଦୂର ହେବ ପାର୍କିଂ ସମସ୍ୟା - Bhubaneswar Parking problems

ରାଜଧାନୀ ଭୁବନେଶ୍ବରର ସହିଦ ନଗର ଓ ୟୁନିଟ-2ରେ ଚାଲିଥିବା ପାର୍କିଂସ୍ଥଳର ନିର୍ମାଣ କାମ 5ମାସ ମଧ୍ୟରେ ଶେଷ ହେବାକୁ ଯାଉଛି । ଯାହା ଦ୍ବାରା ପାର୍କିଂ ସମସ୍ୟା ଖୁବଶୀଘ୍ର ଶେଷ ହେବ ବୋଲି ଭାଇସ ଚେୟାରମ୍ୟାନ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Parking problems eliminated soon in Bhubaneswar
ସ୍ମାର୍ଟସିଟିରେ ଖୁବଶୀଘ୍ର ଦୂର ହେବ ପାର୍କିଂ ସମସ୍ୟା
author img

By

Published : Nov 7, 2020, 6:04 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ପାର୍କିଂ ସମସ୍ୟା ଦୂର କରିବା ପାଇଁ ବହୁତଳ ପାର୍କିଂର ବ୍ୟବସ୍ଥା କରାଯାଇଛି । ସହିଦ ନଗର ଓ ୟୁନିଟ ୨ ରେ ନିର୍ମାଣ ଚାଲିଥିବା ମଲ୍ଟି ଲେବେଲ କାର ପାର୍କିଂ କାମ ବିଡିଏ ଭାଇସ ଚେୟାରମ୍ୟନ ପ୍ରେମଚନ୍ଦ୍ର ଚୌଧୁରୀ ତଦାରଖ କରିବା ସହ 5ମାସ ମଧ୍ୟରେ କାମ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ।

ସ୍ମାର୍ଟସିଟିରେ ଖୁବଶୀଘ୍ର ଦୂର ହେବ ପାର୍କିଂ ସମସ୍ୟା

ଖୁବଶୀଘ୍ର ରାଜଧାନୀରେ କାମ ଶେଷ କରିବା ପାଇଁ ଭାଇସ ଚେୟାରମ୍ୟାନ କାମକୁ ନିଜେ ଯାଇ ଶନିବାର ତଦାରଖ କରିଛନ୍ତି । ତେବେ 2018 ମସିହାରେ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ବରରେ ଦୁଇଟି ମଲ୍ଟି ଲେବେଲ କାର ପାର୍କିଂର ଶୁଭାରମ୍ଭ କରାଯାଇଥିଲା । ବର୍ତ୍ତମାନ ଯୁଧ୍ୟକାଳୀନ ଭିତ୍ତିରେ କାମ ଜୋରସୋରରେ ଆଗେଇ ଚାଲିଛି । ମାର୍ଚ୍ଚ ସୁଦ୍ଧା ଦୁଇଟି ଏମ.ଏଲ.ସି.ପିର କାମ ସରିବ ବୋଲି କହିଛନ୍ତି ବିଡିଏ ଭାଇସ ଚେୟାରମ୍ୟାନ ।

2018 ମସିହାରୁ ଏହି ଦୁଇଟି ଏମଏଲସିପି କାମ ଚାଲିଛି । ସହିଦ ନଗରରେ ନିର୍ମାଣ ହେଉଥିବା ପାର୍କିଂ ସ୍ଥାନରେ ଏକା ସଙ୍ଗେ 250ଟି କାର, 250 ବାଇକ ପାର୍କିଂ ହୋଇପାରିବ । ଏହା ଉପରକୁ ଆଉ ୫ ମହଲା ପାର୍କିଂ ସ୍ଥାନ ନିର୍ମାଣ କରାଯିବ । ତା'ସହିତ ଅଣ୍ଡର ଗ୍ରାଉଣ୍ଡରେ ଦୁଇ ମହଲା ରହିବ । ସମୁଦାୟ 13ହଜାର ୬୪ ଦଶମିକ ୬ ବର୍ଗ ମିଟର ଜମି ଉପରେ ଏହି ଅତ୍ୟାଧୁନିକ ବିଲଡିଂ ଛିଡା ହେବ । ଯଦି ଜଣେ ଏହି ଅଂଚଳରେ ସପିଙ୍ଗ କରିବେ ତେବେ ଘରୁ ବାହାରିବା ପୂର୍ବରୁ ନିଜ କାର ପାଇଁ ଅନଲାଇନ ପାର୍କିଂ ସ୍ଲଟ ବୁକିଙ୍ଗ କରିପାରିବେ ।

ପାର୍କିଂ ପାଇଁ ନିର୍ମାଣ ହେଉଥିବା ବିଲ୍ଡିଂର ଛାତ ସୋଲାର ରହିବ ଯାହା ବିଜୁଳି ଯୋଗାଇବ । ଏହି ବିଲଡିଂକୁ 3 ଷ୍ଟାର ମାନ୍ୟତା ମିଳିବ । ଭିନ୍ନକ୍ଷମ, ସିନିୟର ସିଟିଜେନ ଏବଂ ଛୋଟ ପିଲାମାନେ ସହଜରେ ଯିବା ଆସିବା କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଫାୟାର ଫାଇଟିଙ୍ଗ ଲାଗି ଉନ୍ନତମାନର କୌଶଳ ଗ୍ରହଣ କରାଯାଉଛି । ଏହି ପାର୍କିଂସ୍ଥଳଟି ସହିଦ ନଗର ଦୁର୍ଗା ପୂଜା ମଣ୍ଡପ ପାଖରେ ରହିଥିବାରୁ ପାର୍କିଂ ପାଇଁ ଲୋକଙ୍କୁ ବହୁ ସୁବିଧା ହେବ । ସେହିଭଳି ୟୁନିଟ 2ର ପାର୍କିଂସ୍ଥଳରେ ମଧ୍ୟ ବହୁ କାର ଓ ବାଇକ ପାର୍କିଂ ହୋଇପାରିବ ।

ଏହି ଏମ.ଏଲ.ସି.ପିର କାମ ଶେଷ ହେଲେ ସହିଦ ନଗର, ବାଣୀବିହାର ଅଞ୍ଚଳରେ ଦେଖାଯାଉଥିବା ପାର୍କିଂ ସମସ୍ୟା ଦୂର ହେବ ବୋଲି ବିଡିଏ ଭାଇସ ଚେୟାରମ୍ୟାନ କହିଛନ୍ତି । ସେ କିଛି କର୍ମଚାରୀଙ୍କ ସହ ବାଣୀବିହାରରୁ ସହିଦ ନଗର ପର୍ଯ୍ୟନ୍ତ ଚାଲିଚାଲି ରାସ୍ତା କଡରେ ସୃଷ୍ଟି ହେଉଥିବା ଟ୍ରାଫିକ ଓ ପାର୍କିଂ ସମସ୍ୟାକୁ ପରଖିଥିବାର ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.