ETV Bharat / state

ବିଷାକ୍ତ ପାରାକ୍ବେଟର ବ୍ୟାନ ଅବଧି ଆଉ ମାସେ ବୃଦ୍ଧି

author img

By ETV Bharat Odisha Team

Published : Dec 6, 2023, 10:51 PM IST

ରାଜ୍ୟ ସରକାର ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ ପାରାକ୍ବେଟ ନିଷିଦ୍ଧ ଅବଧି ଆଉ ୩୦ ଦିନ ବୃଦ୍ଧି କରିଛନ୍ତି । ଅକ୍ଟୋବର ୫ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାରାକ୍ବେଟକୁ ନିଷିଦ୍ଧ ଘୋଷଣା କରାଯାଇଥିଲା । ପାରାକ୍ବେଟର ନିଷିଦ୍ଧ ଅବଧିକୁ ଆଉ ୩୦ ବୃଦ୍ଧି କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ବିଷାକ୍ତ ପାରାକ୍ବେଟର ବ୍ୟାନ ଅବଧି ଆଉ ଏକମାସ ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାର ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ ପାରାକ୍ବେଟ ନିଷିଦ୍ଧ ଅବଧି ଆଉ ୩୦ ଦିନ ବୃଦ୍ଧି କରିଛନ୍ତି । ଅକ୍ଟୋବର ୫ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାରାକ୍ବେଟକୁ ନିଷିଦ୍ଧ ଘୋଷଣା କରାଯାଇଥିଲା । ପାରାକ୍ବେଟର ନିଷିଦ୍ଧ ଅବଧିକୁ ଆଉ ୩୦ ବୃଦ୍ଧି କରାଯାଇଥିବା ଜଣାପଡିଛି । ଏନେଇ ଆଜି କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜମିରେ ତୃଣନାଶକ ଭାବେ ପାରାକ୍ବେଟର ବ୍ୟାପକ ବ୍ୟବହାର ହୁଏ । ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ମଣିଷ ଓ ପ୍ରାଣୀ ଉପରେ ପାରାକ୍ବେଟର ରାସାୟନିକ କୁପ୍ରଭାବକୁ ରୋକିବା ପାଇଁ ଏହାକୁ ନିଷିଦ୍ଧ କରାଯାଇଛି । ଆଜି ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି । ନିଷେଧାଜ୍ଞାର ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ । ଏହା ସହିତ ଏହି ବିଷାକ୍ତ ରାସାୟନିକ ପଦାର୍ଥର ବିକ୍ରୟ, ମହଜୁଦ, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ସାରା ରାଜ୍ୟରେ ନିଷିଦ୍ଧ କରାଯାଇଛି । କୀଟନାଶକ ଅଧିନିୟମ ୧୯୬୮ର ନିୟମ ଅନୁଯାୟୀ ନିଷେଧାଜ୍ଞା ପ୍ରାଥମିକ ଭାବେ ଦୁଇ ମାସ ପାଇଁ ବଳବତ୍ତର ଥିଲା । ଏବେ ଏହାକୁ ଆଉ ୩୦ ଦିନ ପାଇଁ ବୃଦ୍ଧି କରାଯାଇଛି ।

ଅଧିକ ପଢନ୍ତୁ- ସିଏମଓର ନିିଷ୍ପତ୍ତି, ଘାସମରା ଔଷଧ ପାରାକ୍ବେଟ ବ୍ୟବହାର ନିଷିଦ୍ଧ

ଅଧିକୃତ ବିକ୍ରେତାଙ୍କ ଦ୍ବାରା କୀଟନାଶକ ଏବଂ କୃଷି ରାସାୟନିକ ଦ୍ରବ୍ୟର ବିକ୍ରି ନିମନ୍ତେ ରାଜ୍ୟ ସରକାର ବର୍ତ୍ତମାନ କୃଷି ବିଭାଗର ଅଧିକୃତ ଅଧିକାରୀ, ସଂପୃକ୍ତ ସରକାରୀ ବିଭାଗ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଓ କୃଷି ଗବେଷଣା ଅନୁଷ୍ଠାନର ବୈଜ୍ଞାନିକମାନଙ୍କ ପ୍ରେସକ୍ରିପସନକୁ ବାଧ୍ୟତାମୂଳକ କରାଯାଇଛି । ମୋ ସରକାର ଉପକ୍ରମ ଅଧିନରେ ହିତାଧିକାରୀଙ୍କ ଠାରୁ ମିଳିଥିବା ମତାମତ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାରାକ୍ବେଟ ନିଷିଦ୍ଧ କରିବା ବିଷୟରେ ଯାଞ୍ଚ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ପରାମର୍ଶ ଦେଇଥିଲେ । ଗବେଷଣା ପ୍ରତିଷ୍ଠାନ ଏବଂ ଅନ୍ୟ ଅଂଶୀଦାରଙ୍କ ଠାରୁ ବିଜ୍ଞାନ ଭିତ୍ତିକ ମତାମତ ପାଇବା ପରେ ରାଜ୍ୟ ସରକାର ଓଡ଼ିଶାରେ ପାରାକ୍ବେଟ ରାସାୟନିକ ପଦାର୍ଥର ସ୍ଥାୟୀ ନିଷେଧାଦେଶ ପାଇଁ ଭାରତ ସରକାରଙ୍କ ନିକଟରେ ପ୍ରସ୍ତାବ ଦେବେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟଯେ ଭିମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ ପାରାକ୍ବେଟର ନିଷିଧ ପାଇଁ ଏକ ଲମ୍ବା ଲଢେଇ ଲଢିଥିଲେ । ଶେଷରେ ରାଜ୍ୟ ସରକାର ଗତ ଅକ୍ଟୋବର 5 ରେ ପାରାକ୍ବେଟକୁ ରାଜ୍ୟରେ ପ୍ରାଥମିକ ଭାବେ ଦୁଇ ମାସ ପାଇଁ ନିଷିଧ ଘୋଷଣା କରିଥିଲେ । ଏହି ଅବଧି ପୂରଣ ହେବା ପରେ ପୁଣି ଏକ ମାସ ନିଷିଧ ଅବଧୀ ବୃଦ୍ଧି କରିଛନ୍ତି ଆଜି ସରକାର।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.