ETV Bharat / state

8 ବର୍ଷ ଧରି ଦାଣ୍ଡ ପିଣ୍ଡାରେ ବେଣୁଧର: ପାଞ୍ଚ ପ୍ରାଣୀ କୁଟୁମ୍ବକୁ ପୋଷିବ କିଏ.. - ଖୋର୍ଦ୍ଧା ବେଗୁନିଆ ବ୍ଲକର ଗଂପୁର ଗ୍ରାମ

ଖୋର୍ଦ୍ଧା ବେଗୁନିଆ ବ୍ଲକର ଗଂପୁର ଗ୍ରାମର ମାଳିସାହିରେ ରୁହନ୍ତି ବେଣୁଧର ବେହେରାଙ୍କ ପରିବାର । ରହିବାକୁ ବଖରାଏ ଘର, ଆଉ ଜମି କଥା ତ ନକହିଲେ ଭଲ । ପର ପାଖେ କାମଦାମ କରି ନିଜ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ ବେଣୁଧର । ହେଲେ ସେ ପକ୍ଷାଘାତ ରୋଗର ଶିକାର । ଚିକିତ୍ସା ପାଇଁ ଘରେ ଯାହା କିଛି ସମ୍ବଳ ଥିଲା ସବୁ ସରିଲାଣି । କିନ୍ତୁ ସୁସ୍ଥ ହେବା ପାଇଁ ଅପରେସନ କରିବାକୁ ପଡୁଥିବାବେଳେ ଅର୍ଥ ସାଜିଛି ବାଧକ ।

ଡିଜାଇନ ଫଟୋ
author img

By

Published : Aug 11, 2019, 9:30 AM IST

ଖୋର୍ଦ୍ଧା: ଦିନେ ନୁହେଁ କି ମାସେ ନୁହେଁ, ଦୀର୍ଘ ଆଠ ବର୍ଷ ଧରି ଦାଣ୍ଡ ପିଣ୍ଡାରେ ବିତୁଛି ଜୀବନ । ତା ସାଙ୍ଗକୁ ଦାଉ ସାଧୁଛି ରୋଗ ଯନ୍ତ୍ରଣା । ଗରିବଙ୍କ ପାଇଁ ସରକାର କରିଥିବା ଅନେକ ଯୋଜନା ଯେମିତି ସ୍ଥାଣୁ ପାଲଟିଛି ଏଠାରେ । ନା ମିଳୁଛି ପକ୍କା ଘର ନା ନିଜ ଚିକିତ୍ସା ପାଇଁ ମିଳୁଛି ସରକାରୀ ସହାୟତା । ଦାରିଦ୍ର୍ୟର କଷାଘାତରେ ସଢ଼ୁଛନ୍ତି ବେଣୁଧରଙ୍କ ପରିବାର । ଆସନ୍ତୁ ଦେଖିବା 'ଇଟିଭି ଭାରତ'ର ସ୍ବତନ୍ତ୍ର ରିପୋର୍ଟ ।

ଏ ଘଟଣା ହେଉଛି ଖୋର୍ଦ୍ଧା ବେଗୁନିଆ ବ୍ଲକର ଗଂପୁର ଗ୍ରାମର । ଗାଁ ମାଳିସାହିରେ ରୁହନ୍ତି ବେଣୁଧର ବେହେରାଙ୍କ ପରିବାର । ରହିବାକୁ ବଖରାଏ ଘର, ଆଉ ଜମି କଥା ତ ନକହିଲେ ଭଲ । ପର ପାଖେ କାମଦାମ କରି ନିଜ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ ବେଣୁଧର । ହେଲେ ସେ ପକ୍ଷାଘାତ ରୋଗର ଶିକାର । ଚିକିତ୍ସା ପାଇଁ ଘରେ ଯାହା କିଛି ସମ୍ବଳ ଥିଲା ସବୁ ସରିଲାଣି । କିନ୍ତୁ ସୁସ୍ଥ ହେବା ପାଇଁ ଅପରେସନ କରିବାକୁ ପଡୁଥିବାବେଳେ ଅର୍ଥ ସାଜିଛି ବାଧକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଆମ ପ୍ରତିନିଧି ବେଣୁଧରଙ୍କୁ ନେଇ ସିଧାସଳଖ ବେଗୁନିଆ ବିଡ଼ିଓଙ୍କୁ ଦେଖା କରିଥିଲେ । ବିଡ଼ିଓ ତାଙ୍କ ସ୍ଥିତି ଦେଖି ନିଜ ପକେଟରୁ ତତ୍‌କ୍ଷଣାତ ୨ହଜାର ଟଙ୍କା ଦେଇ ନିଜେ ବେଣୁଧରଙ୍କ ଘର ଦେଖିବାକୁ ଯାଇଥିଲେ । ବିଡିଓ ତାଙ୍କୁ ତୁରନ୍ତ ରହିବା ପାଇଁ ଘର ଏବଂ ଚିକିତ୍ସା ପାଇଁ ରେଡ଼କ୍ରସ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଦେବେ ଦେଖିବାକୁ ରହିଲା, କେବେ ସ୍ଥାନୀୟ ବିଡ଼ିଓ ଓ ଜିଲ୍ଲାପାଳ ବେଣୁଧରଙ୍କୁ ସହାୟତାର ହାତ ବଢାଉଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ବେଣୁଧରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଚାହାଁନ୍ତି, ତେବେ ତାଙ୍କ ମୋବାଇଲ ନଂ '9178536974' ରେ ଯୋଗାଯୋଗ କରିପାରିବେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଦାଣ୍ଡ ପିଣ୍ଡାରେ ବିତୁଛି ଜୀବନ

ଦିନେ ନୁଁହ କି ମାସେ ନୁଁହ ଦୀର୍ଘ ଆଠ ବର୍ଷ ଧରି ଦାଣ୍ଡ ପିଣ୍ଡାରେ ବିତୁଛି ଜୀବନ । ତା ସାଙ୍ଗକୁ ଦାଉ ସାଧୁଛି ରୋଗ ଯନ୍ତ୍ରଣା । ଗରିବଙ୍କ ପାଇଁ ସରକାର କରିଥିବା ଅନେକ ଯୋଜନା ଯେମିତି ସ୍ଥାଣୁ ପାଲଟିଛି ଏଠାରେ । ନା ମିଳୁଛି ପକ୍କା ଘର ନା ନିଜ ଚିକିତ୍ସା ପାଇଁ ମିଳୁଛି ସରକାରୀ ସହାୟତା । ଦରିଦ୍ରର କସାଘାତରେ ସଢ଼ୁଛନ୍ତି ବେଣୁଧରଙ୍କ ପରିବାର । ଆସନ୍ତୁ ଦେଖିବା ଈଟିଭିର ସ୍ୱତନ୍ତ୍ର ରିପୋର୍ଟ ।

Body:ରାଜ୍ୟ ରାଜଧାନୀ ଠାରୁ ମାତ୍ର ୪୦ କିମି ଗଲେ ପଡେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଗଂପୁର ଗ୍ରାମ । ଆଉ ସେହି ଗ୍ରାମ ମାଳିସାହିରେ ରୁହନ୍ତି ବେଣୁଧର ବେହେରାଙ୍କ ପରିବାର । ଘର କହିଲେ ଭାଇ ଭାଗରୁ ମିଳିଥିବା ବଖରାଏ ଘର , ଜମିବାଡ଼ି କହିଲେ ଗୁଂଠେ ନାହିଁ କିନ୍ତୁ ସେହିଥିରେ ପର ପାଖେ କାମଦାମ କରି ନିଜ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ ସେ । ହଠାତ ତାଙ୍କ ଉପରେ ଘୋଟିଆସିଲା କଳା ବାଦଲ ଓ ସେ ହୋଇଗଲେ ପକ୍ଷାଘାତ ରୋଗର ଶିକାର । ଆଉ ଦାଣ୍ଡ ପିଣ୍ଡାକୁ ବାଛିନେଲେ ନିଜ ଆଶ୍ରୟସ୍ଥଳୀ ଭାବେ । ଖରା ହେଉ ଅବା ବର୍ଷା ସେମିତି ନିଜ ଭାଗ୍ୟକୁ ଆଦରି ପଡିରହିଛି ବେଣୁଧରଙ୍କ ପରିବାର । ନିଜ ଚିକିତ୍ସା ପାଇଁ ଘରେ ଯାହା କିଛି ସମ୍ବଳ ଥିଲା ତାକୁ ବିକି ଭାଙ୍ଗି ଦେଇଛନ୍ତି ସେ । କିନ୍ତୁ ଡାକ୍ତର କହିଛନ୍ତି ସୁସ୍ଥ ହେବା ପାଇଁ ଅପରେସନ କରିବାକୁ ପଡିବ ଏବଂ ତା ପାଇଁ ଅର୍ଥ ସାଜିଛି ବାଧକ । ସେହିପରି ଘର ଖଣ୍ଡିଏ ନଥିବାରୁ ସେ ଦୀର୍ଘ ଆଠ ବର୍ଷ ଧରି ଦାଣ୍ଡ ପିଣ୍ଡାକୁ ଆଦରି ନେଇଛନ୍ତି ।

ବାଇଟ1-ବେଣୁଧର ବେହେରା,ପୀଡିତ
2-ପରେଶ କୁମାର ଜଗଦେବ, ଗ୍ରାମ ସଭାପତି
3-ସଞ୍ଜୟ କୁମାର ମହାପାତ୍ର,ପଡୋଶୀ
ଗରିବ ମାନଙ୍କୁ ମୌଳିକ ଅଧିକାର ଯୋଗାଇଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ଏହି ସବୁ ଯୋଜନା ଯେମିତି ବେଣୁଧରଙ୍କ ପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚି ପାରୁନଥିବା ବେଣୁଧରଙ୍କ ପରିବାରକୁ ଦେଖିଲେ ସ୍ପଷ୍ଟ ପ୍ରମାଣିତ ହେଉଛି । ଆମ ପ୍ରତିନିଧି ବେଣୁଧରଙ୍କୁ ନେଇ ସିଧାସଳଖ ବେଗୁନିଆ ବିଡ଼ିଓଙ୍କୁ ଦେଖା କରିଥିଲେ ଏବଂ ବିଡ଼ିଓ ବେଣୁଧରଙ୍କ ସ୍ଥିତି ଦେଖି ନିଜ ପକେଟରୁ ତତ୍କ୍ଷଣାତ ୨ହଜାର ଟଙ୍କା ଦେଇ ନିଜେ ବେଣୁଧରଙ୍କ ଘର ଦେଖିବାକୁ ଯାଇ ତାଙ୍କୁ ତୁରନ୍ତ ରହିବାପାଇଁ ଘର ଏବଂ ଚିକିତ୍ସା ପାଇଁ ରେଡ଼କ୍ରସ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ବାଇଟ4-ନୀଳମଣି ପ୍ରଧାନ,ଗ୍ରାମବାସୀ
5-ରବି ନାରାୟଣ ମାଝୀ, ବିଡ଼ିଓ ବେଗୁନିଆ

Conclusion:ଆମର ଏହି ଛୋଟିଆ ପ୍ରୟାସ ଆଶା କରୁଛୁ ସ୍ଥାନୀୟ ବିଡ଼ିଓ ଓ ଜିଲାପାଳ ସହାୟତା କଲେ ବେଣୁଧର ଉପକୃତ ହୋଇପାରିବେ ।ଏବଂ ଯଦି କେହି ସହୃଦୟ ବ୍ୟକ୍ତି ବେଣୁଧରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଚାହାନ୍ତି ତେବେ ତାଙ୍କ ମୋବାଇଲ ନଂ9178536974 ରେ ଯୋଗାଯୋଗ କରିପାରିବେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.