ETV Bharat / state

ପଲିଥିନ ବ୍ୟାନ ପରେ ବଢୁଛି କାଗଜ ଠୁଙ୍ଗାର ଆଦର - khordha

ରୋଜଗାରର ମାଧ୍ୟମ ପାଲଟିଛି କାଗଜ ଠୁଙ୍ଗା ବ୍ୟବସାୟ । ପ୍ଲାଷ୍ଟିକ ଓ ପଲିଥିନ ଉପରେ କଟକଣା ଲାଗୁ ହେବାକୁ ପୁଣି ବଢିଛି ସେହି ପୁରୁଣା କାଗଜ ଠୁଙ୍ଗା ପ୍ରତି ଆଦର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 23, 2019, 9:01 PM IST

Updated : Jun 23, 2019, 9:07 PM IST

ଖୋର୍ଦ୍ଧା: ଦିନ ଥିଲା ଯେତେବେଳେ ଠୁଙ୍ଗାର ଚାହିଦା ଅଧିକ ଥିଲା । ସେହି ସମୟରେ ଠୁଙ୍ଗାର ବ୍ୟବସାୟ ମଧ୍ୟ ବେଶ ଚାଲୁଥିଲା । କ୍ରମଶଃ ପଲିଥିନ ଚାହିଦା ବୃଦ୍ଧି ହେବାରୁ ନିଜର ଅସ୍ତିତ୍ବ ହରାଇଥିଲା ଠୁଙ୍ଗା । ଆଉ ଦେଶରେ ପ୍ଲାଷ୍ଟିକ ଯୋଗୁଁ ପରିବେଶ ପ୍ରଦୂଷଣରେ ବୃଦ୍ଧି ପାଇବାରେ ଲାଗିଥିବାବେଳେ ରାଜ୍ୟ ସରକାର ଏହା ଉପରେ ରୋକ ଲଗାଇଛନ୍ତି । ତେବେ ପୁଣି ଫେରୁଛି କାଗଜ ଠୁଙ୍ଗାର ଆଦର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଆଧୁନିକତାର ଚାକଚକ୍ୟ ଦୁନିଆରେ ପ୍ଲାଷ୍ଟିକ ଓ ପଲିଥିନ ବହୁଳ ବ୍ୟବହାର ହେଉଥିବା ବେଳେ ଏଭଳି ସମୟରେ ବ୍ୟବସାୟର ମାଧ୍ୟମ ପାଲଟିଛି କାଗଜ ଠୁଙ୍ଗା । ତେବେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ସହରରେ ପଲିଥିନ ଉପରେ କଟକଣା ଲାଗୁ କରାଯାଇଥିଲା ।

ଏହାପରେ ଗତ 10 ତାରିଖ ଠାରୁ ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ପରିଚାଳନା ନିୟମ 2016 ଅନୁଯାୟୀ ଖୋର୍ଦ୍ଧାରେ ପ୍ଲାଷ୍ଟିକ ଓ ପଲିଥିନ ଉପରେ ନିଷେଧାଦେଶ ଜାରି ହୋଇଛି । ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନର ଏଭଳି ପଦକ୍ଷପ ପରେ କାଗଜ ଠୁଙ୍ଗାର ପୁଣି ଆଦର ବଢିଛି । ଆଉ ଏହି କାଗଜ ଠୁଙ୍ଗା ପ୍ରସ୍ତୁତ କରି ଖୋର୍ଦ୍ଧା ଉପକଣ୍ଠ ମୁକ୍ତାପୁର ଗାଁର ବହୁ ପରିବାର ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ।

ଆଉ ପୂର୍ବ ଅପେକ୍ଷା ଏହି କାଗଜ ଠୁଙ୍ଗାର ଚାହିଦା ଢେର ଅଧିକ ରହୁଥିବାରୁ ଭୁବନେଶ୍ୱର, କଟକ ଖୋର୍ଦ୍ଧା ଆଦି ସ୍ଥାନରୁ ବ୍ୟବସାୟୀ ମାନେ ଆସି ଠୁଙ୍ଗା କିଣିନେଉଥିବା କହିଛନ୍ତି ଠୁଙ୍ଗା ପ୍ରସ୍ତୁତକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପୁଣି ଫେରୁଛି କାଗଜ ଠୁଙ୍ଗାର ଆଦର

ଆଧୁନିକତାର ଚାକଚକ୍ୟ ଦୁନିଆରେ ପ୍ଲାଷ୍ଟିକ ଓ ପଲଥିନ ବହୁଳ ବ୍ୟବହାର ହେଉଥିବା ବେଳେ ରାଜ୍ୟ ସରକାର ଏହା ଉପରେ ରୋକ ଲଗାଇଛନ୍ତି ।

Body:ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ସହରରେ ପଲଥିନ ଉପରେ କଟକଣା ଲାଗୁ କରାଯାଇଥିଲା । ଏହାପରେ ଗତ 10 ତାରିଖ ଠାରୁ ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ପରିଚାଳନା ନିୟମ 2016 ଅନୁଯାୟୀ ଖୋର୍ଦ୍ଧାରେ ପ୍ଲାଷ୍ଟିକ ଓ ପଲଥିନ ଉପରେ ନିଷେଧାଦେଶ ଜାରି ହୋଇଛି । ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନର ଏଭଳି ପଦକ୍ଷପ ପରେ କାଗଜ ଠୁଙ୍ଗାର ପୁଣି ଆଦର ବଢିଛି । ଆଉ ଏହି କାଗଜ ଠୁଙ୍ଗା ପ୍ରସ୍ତୁତ କରି ଖୋର୍ଦ୍ଧା ଉପକଣ୍ଠ ମୁକ୍ତାପୁର ଗ୍ରାମର ବହୁ ପରିବାର ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ।

Conclusion:ଆଉ ପୁର୍ବ ଅପେକ୍ଷା ଏହି କାଗଜ ଠୁଙ୍ଗାର ଚାହିଦା ଢେର ଅଧିକ ରହୁଥିବାରୁ ଭୁବନେଶ୍ୱର, କଟକ ଖୋର୍ଦ୍ଧା ଆଦି ସ୍ଥାନରୁ ବ୍ୟବସାୟୀ ମାନେ ଆସି ଠୁଙ୍ଗା କିଣିନେଉଥିବା କହିଛନ୍ତି ଠୁଙ୍ଗା ପ୍ରସ୍ତୁତ କାରୀ ।

ବାଇଟ 1- ଧନୀ ମନ୍ତ୍ରୀ,ଠୁଙ୍ଗା ପ୍ରସ୍ତୁତକାରୀ
2- ସୌଦାମିନୀ ପ୍ରଧାନ,ଠୁଙ୍ଗା ପ୍ରସ୍ତୁତକାରୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
Last Updated : Jun 23, 2019, 9:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.