ETV Bharat / state

କଂଗ୍ରେସରେ ପୁଣି ଫାଟ ! ପ୍ରାର୍ଥୀ ଚୟନ ବେଳେ ନିଆଯାଉନାହିଁ ବିଧାୟକଙ୍କ ମତ: ତାରା

author img

By

Published : Nov 9, 2022, 9:59 PM IST

ପିସିସି ସଭାପତି ଓ ଦଳୀୟ ବ୍ୟାପାରକୁ ନେଇ ବିଧାୟକ ତାରାଙ୍କ ଅସନ୍ତୋଷ । ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ ଚୟନ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ତାରା । ଅଧିକ ପଢନ୍ତୁ

Etv Bharatକଂଗ୍ରେସରେ ପୁଣି  ଫାଟ! ପ୍ରାର୍ଥୀ ଚୟନ ବେଳେ ନିଆଯାଉନାହିଁ ବିଧାୟକଙ୍କ ମତ: ତାରା

ଭୁବନେଶ୍ବର: ପିସିସି ସଭାପତି ଓ ଦଳୀୟ ବ୍ୟାପାରକୁ ନେଇ ବିଧାୟକ ତାରାଙ୍କ ଅସନ୍ତୋଷ । ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ ଚୟନ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ତାରା ବାହିନୀପତି । ତାରା କହିଛନ୍ତି ପ୍ରାର୍ଥୀ ଚୟନ ନେଇ ବରିଷ୍ଠ କଂଗ୍ରେସ ନେତାମାନଙ୍କର ମତାମତ ନିଆଯାଉନାହିଁ ।

କଂଗ୍ରେସରେ ପୁଣି ଫାଟ! ପ୍ରାର୍ଥୀ ଚୟନ ବେଳେ ନିଆଯାଉନାହିଁ ବିଧାୟକଙ୍କ ମତ: ତାରା

ଆଗରୁ ପିସିସି ସଭାପତି ଏବଂ ବିଧାୟକ ଦଳ ନେତା ମିଳିତ ଭାବରେ ନିଷ୍ପତ୍ତି ନିଆଯାଉଥିଲା । କେଉଁ ପ୍ରାର୍ଥିକୁ ଟିକେଟ ପ୍ରଦାନ କରାଯିବ । କିନ୍ତୁ ଏବେ ସେଭଳି ହେଉନାହିଁ । ଏପଟ ସେପଟ ହୋଇଯାଇଛି । ମୁଁ ପିସିସି ସଭାପତିଙ୍କ ବିରୋଧରେ ନାହିଁ । କିନ୍ତୁ ବିଧାୟକ ଓ ପିସିସି ସଭାପତି ମଧରେ ସମନ୍ୱୟର ଅଭାବ ରହିଛି ବୋଲି ତାରା କହିଛନ୍ତି ।

ସେହିପରି ତାରା କହିଛନ୍ତି ସାରା ଦେଶରେ ଭାରତ ଯୋଡର ପ୍ରଭାବ ପଡିବା ଆରମ୍ଭ ହେଇଗଲାଣି । ଏମିତି କୌଣସି ନେତା ପଦଯାତ୍ରା କରିବେ ନାହିଁ । ଇତିହାସ ସୃଷ୍ଟି କରିଛନ୍ତି ରାହୁଲ ଗାନ୍ଧୀ । ମୁଁ ଅନୁରୋଧ କରୁଛି ରାହୁଲ ଗାନ୍ଧୀ ଓଡିଶା ଆସି ପଦଯାତ୍ରା କରନ୍ତୁ । ନେତାମାନେ ଜାଣନ୍ତୁ ପଦଯାତ୍ରାରେ ରାହୁଲ ଗାନ୍ଧୀ ଚାଳୁଛନ୍ତି ବୋଲି । ନହେଲେ ଏମାନେ ତ ନିଜର ଗୋଷ୍ଠୀ କରିବରେ ବ୍ୟସ୍ତ ରହିବେ ବୋଲି ବିଧାୟକ ତାରା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.