ETV Bharat / state

ଧାନ ବିକ୍ରିର ୪୮ ଘଣ୍ଟାରେ ଚାଷୀଙ୍କୁ ମିଳିବ ଏମଏସପି: ଯୋଗାଣ ମନ୍ତ୍ରୀ

author img

By ETV Bharat Odisha Team

Published : Nov 5, 2023, 7:49 AM IST

Updated : Nov 5, 2023, 1:53 PM IST

ଧାନ ବିକ୍ରିର ୪୮ ଘଣ୍ଟାରେ ଚାଷୀଙ୍କୁ ମିଳିବ ଏମଏସପି । ଖରିଫ ଧାନ ସଂଗ୍ରହ ଓ କ୍ରୟ ଲାଗି ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat
ଧାନ ବିକ୍ରିର ୪୮ ଘଣ୍ଟାରେ ଚାଷୀଙ୍କୁ ମିଳିବ ଏମଏସପି

ଭୁବନେଶ୍ବର: ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି । ଧାନ ମଣ୍ଡିରେ ତଦାରଖ ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ର ବ୍ୟବସ୍ଥା ହେବ । ୨୦୨୩-୨୪ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ଓ କ୍ରୟ ଲାଗି ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ୨୦୨୩-୨୪ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ଓ କ୍ରୟ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଯୋଗାଣ ମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଏକ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କୃଷି ସଚିବ ଅରବିନ୍ଦ ପାଢ଼ୀ, ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ସଚିବ ଭି ଭି ଯାଦବ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

ରାଜ୍ୟର ସମସ୍ତ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ଵରାନିତ୍ଵ କରାଯିବ ଏବଂ ସଂଗ୍ରହ କରାଯାଇଥିବା ଧାନକୁ ସଂଗ୍ରହ କରାଯିବା ଦିନ ହିଁ ମଣ୍ଡିରୁ ସ୍ଥାନାନ୍ତର କରାଯିବ । ଯଦ୍ୱାରା ଧାନ ନଷ୍ଟ ହେବ ନାହିଁ । ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଯିବେ । ଧାନ ସଂଗ୍ରହରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଂଖ୍ୟା ବଢ଼ାଯିବ । ଏହାସହ ସାଟେଲାଇଟ୍‌ ଦ୍ଵାରା ଯଥା ସମୟରେ ଧାନ ସଂଗ୍ରହ ହେଉଛି କି ନା ତାହାର ଯାଞ୍ଚ କରାଯିବ । ଧାନ ସଂଗ୍ରହରେ ଏସଏଲଓପିସିମାନେ ସକ୍ରିୟ ଅଂଶଗ୍ରହଣ କରିବା ନେଇ ବୈଠକରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅର୍ବାନ ହାଟ ବିବାଦ, ହାଟ ବନ୍ଦ କଲେ ବ୍ୟବସାୟୀ

ଚଳିତ ବର୍ଷ ଖରିଫ ଫସଲ ପ୍ରଚୁର ମାତ୍ରାରେ ହୋଇଥିବା କୃଷି ସଚିବ ଅରବିନ୍ଦ ପାଢ଼ୀ ବୈଠକରେ ମୂଲ୍ୟାଙ୍କନ କରିଛନ୍ତି । ଖରିଫ ଧାନର ସଂଗ୍ରହ ସୁଗମ ତଥା ସୂଚାରୁ ରୂପେ ହେବା ପାଇଁ ଆବଶ୍ୟକ ଉପକରଣ ପଲିଥିନ, ତାର୍ପୋଲିନ, ପ୍ରମୁଖ ମଣ୍ଡିକୁ ତୁରନ୍ତ ଯୋଗାଇ ଦିଆଯିବ । ମଣ୍ଡିଗୁଡିକରେ ଧାନ ସଂଗ୍ରହ ବ୍ୟବସ୍ଥା ପରଖିବା ପାଇଁ ସିସିଟିଭି କ୍ୟାମେରା ଯୋଗାଇ ଦିଆଯିବ । ଏହା କହିଛନ୍ତି ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ । ଚଳିତ ବର୍ଷ ଖରିଫ ଫସଲର ସାଧାରଣ ବର୍ଗର ଧାନ ଚାଷୀଙ୍କଠାରୁ କ୍ରୟ କରାଯିବ । ଯାହାର ମୂଲ୍ୟ କ୍ବିଣ୍ଟାଲ ପିଛା ୨୧୮୩ ଟଙ୍କା ରହିଛି । ସଂଗୃହିତ ଧାନର ରକ୍ଷଣାବେକ୍ଷଣ ପାଇଁ ଭଣ୍ଡାର ଓ ବଜାର ପ୍ରସ୍ତୁତ କରାଯାଇଛି । ତଦାରଖ ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଟୋଲ ଫ୍ରି' ନମ୍ବର ଆଇଭିଆରଏସ (IVRS) ଓ 1967 ଡାଏଲ କରି ଚାଷୀମାନେ ଧାନ ବିକ୍ରୟ ଓ ସହାୟତା ମୂଲ୍ୟ (MSP) ବିଷୟରେ ମଧ୍ୟ ଜାଣିପାରିବେ । ଏହା କହିଛନ୍ତି ଖାଦ୍ଯ ଯୋଗାଣ ସଚିବ ଭି ଭି ଯାଦବ ।

ମନ୍ତ୍ରୀ କହିଛନ୍ତି ଯେ, ଧାନ ସଂଗ୍ରହରେ ସ୍ବଚ୍ଛତା ଆଣିବାକୁ ସଚିବମାନଙ୍କୁ ମଣ୍ଡି ବୁଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡିରେ ଯେଉଁ ବ୍ୟବସ୍ଥା ଅଛି ତାହା ସଠିକ ଭାବେ ଚାଲିଛି କି ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ମଣ୍ଡି ବୁଲିବେ ସବୁ ସଚିବ । ସରକାର ସବୁବେଳେ ଧାନ ସଂଗ୍ରହରେ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଧାନ କିଣାରେ କିଭଳି ସ୍ବଚ୍ଛତା ବଜାୟ ରହିବ ସେଥିପାଇଁ ଆମେ ଅନେକ ପଦକ୍ଷେପ ନେଉଛୁ । ମଣ୍ଡିକୁ ଯେଉଁ ଚାଷୀ ଭାଇମାନେ ଆସିବେ ପିଇବା ପାଣି, ଲାଇଟ୍‌ ବ୍ୟବସ୍ଥା କରାଯାଇଛି । କୌଣସି ସମସ୍ୟା କିପରି ନହେବ ସେଥିପାଇଁ ମଣ୍ଡିଗୁଡିକରେ କ୍ୟାମେରା ବି ଲାଗିଛି । ସେହିସବୁ କିପରି ଚାଲିଛି, ଠିକଣା ଭାବେ ତାହା ହେଉଛି କି ନାହିଁ ତାକୁ ଅନୁଧ୍ୟାନ କରିବା ପାଇଁ ସଚିବମାନେ ମଣ୍ଡି ବୁଲିବେ । ଜିଲ୍ଲାପାଳମାନଙ୍କ ସହ ବି ଆଲୋଚନା କରାଯିବ । କିପରି ସବୁ ସମସ୍ୟା ସମାଧାନ କରି ସୁରୁଖୁରୁରେ ଧାନ ସଂଗ୍ରହ ହେବ ସେନେଇ ବିଭାଗ ତତ୍ପର ଅଛି ।

ସମବାୟ ବିଭାଗରେ ୫-ଟିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଗରୁ ଠିକ ଚାଷୀ ପଞ୍ଜିକରଣ କରିଛନ୍ତି କି ନାହିଁ ତାକୁ ଜାଣିବା ପାଇଁ ଅସୁବିଧା ହେଉଥିଲା । ବର୍ତ୍ତମାନ ସାଟେଲାଇଟ ସର୍ଭେରେ ଜାଣି ପାରୁଛୁ ବାସ୍ତବ ସ୍ଥିତି କ'ଣ । ଗତବର୍ଷ ଯେଉଁମାନେ ଭୁଲ ତଥ୍ୟ ଦେଇ ପଞ୍ଜିକରଣ କରିଥିଲେ ଏମିତି କିଛି ଲୋକ ଧରାପଡ଼ିଥିଲେ । ସ୍ବଚ୍ଛତା ଆଣିବା ପାଇଁ ଆମେ ଏହି ସାଟେଲାଇଟ ସର୍ଭେ କରୁଛୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 5, 2023, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.