ETV Bharat / state

ମଣ୍ଡିରୁ ଉଠୁନି ଧାନ, 3ୟ ଦିନରେ ଚାଷୀଙ୍କ ଧାରଣା

author img

By

Published : Mar 11, 2021, 10:31 PM IST

ମଣ୍ଡିରୁ ଉଠୁନି ଧାନ । ଖୋର୍ଦ୍ଧାରେ ଚାଷୀ ଅସନ୍ତୋଷ। ଅଧକ ପଢନ୍ତୁ...

ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ଧାରଣା 3ୟ ଦିନରେ

ଖୋର୍ଦ୍ଧା : ମଣ୍ଡିରେ ପଡିଛି ଧାନ,ହନ୍ତସନ୍ତ ହେଉଛି ଚାଷୀ । ସେପଟେ ନିଦାବିଷ୍ଣୁ ସାଜିଛି ଜିଲ୍ଲା ଯୋଗାଣ ବିଭାଗ । ସରକାରଙ୍କ ନିର୍ଦ୍ଦେଶକୁ ବାଏ ବାଏ କରି ଉଡାଇ ଦେଇଛନ୍ତି ମିଲର ଓ ଯୋଗାଣ ବିଭାଗ । ଯାହାର ସିଧାସଳଖ ପ୍ରଭାବ ପଡିଛି ଚାଷୀଙ୍କ ଉପରେ । ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଗର୍ଭଣୀପଡା ସମବାୟ ସମିତିର ଚାଷୀ ସମିତିରେ ତାଲା ପକାଇ 3 ଦିନ ଧରି କରି ଅନଶନରେ ବସିଛନ୍ତି ।

ମଣ୍ଡିରୁ ଉଠୁନି ଧାନ, 3ୟ ଦିନରେ ଚାଷୀଙ୍କ ଧାରଣା

ଗତ ଫେବୃୟାରୀ ୧୭ ତାରିଖରୁ ମଣ୍ଡିରେ ଧାନ ପଡି ରହିଥିବାବେଳେ ଖରା, ଶୀତ ଓ କାକରରେ ମଣ୍ଡିରେ ଧାନକୁ ଜଗି ରହିଛି ଚାଷୀ । ସରକାରୀ ଦରରେ ଧାନ ବିକି ଲାଭବାନ ହେବା ପାଇଁ ଚାଷୀ ଝାଳକୁ ରକ୍ତ କରି ଫସଲ ଅମଳ କରିଥିଲା କିନ୍ତୁ ମିଲର ଓ ଯୋଗାଣ ବିଭାଗର ମନମାନୀ ପାଇଁ ଟାର୍ଗେଟ ଆସୁନି କି ମଣ୍ଡି ଖୋଲୁନି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି କୌଣସି ସୁଫଳ ନପାଇ ବାଧ୍ୟହୋଇ ଅନଶନରେ ବସିଛନ୍ତି ଚାଷୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.