ETV Bharat / state

Padampur By Poll: ବିଜେପି-ବିଜେଡି ଉଭୟ ସିଇଓଙ୍କ ନିକଟରେ ଫେରାଦ - ସିଇଓଙ୍କ ନିକଟରେ ଫେରାଦ

ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷିରେ ପୁଣି ସିଇଓଙ୍କ ନିକଟରେ ଫେରାଦ ହେଲେ ଉଭୟ ବିଜେଡି ଓ ବିଜେପି । ଆଜି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିଛି । ଅଧିକ ପଢନ୍ତୁ

Padampur By Poll: ବିଜେପି ବିଜେଡି ଉଭୟ ସିଇଓଙ୍କ ନିକଟରେ ଫେରାଦ

author img

By

Published : Nov 26, 2022, 9:46 PM IST

Updated : Nov 26, 2022, 10:06 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷିରେ ପୁଣି ସିଇଓଙ୍କ ନିକଟରେ ଫେରାଦ ହେଲେ ଉଭୟ ବିଜେଡି ଓ ବିଜେପି । ଆଜି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିଛି ।

ବିଜେପି-ବିଜେଡି ଉଭୟ ସିଇଓଙ୍କ ନିକଟରେ ଫେରାଦ

ଦଳ ଅଭିଯୋଗ କରିଛି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦହିଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ସଞ୍ଜୁ ବରିହାଙ୍କୁ ମରଣାନ୍ତ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ସିଇଓ ଙ୍କୁ ଭେଟିବା 48 ଘଣ୍ଟା ପୁରିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ବିଜେଡି ଅଭିଯୋଗ କରିଛି ରିଙ୍କୁ ମେହେର ଓ ତାଙ୍କ ସାଥୀମାନେ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଆକ୍ରମଣ ଶୀକାର ସଞ୍ଜୁ ବରିହା ଏବେ ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଛନ୍ତି । ସେପଟେ ରିଙ୍କୁ ମେହେର ଙ୍କୁ ଗିରଫ କରିବା ଦାବି କରିଛି ବିଜେଡି । ବିଜେଡି ମୁଖପାତ୍ର ଲେଲିନ ମହାନ୍ତିଙ୍କ ନେତୃତ୍ବରେ ବିଜେଡି ଟିମ ସିଇଓଙ୍କୁ ସାକ୍ଷାତ କରିଛି ।

ଅନ୍ୟପଟେ ବିଜେପି ମଧ୍ୟ ବିଭିନ୍ନ ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛି । ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ସିଇଓଙ୍କୁ ସିଇଓଙ୍କୁ ସାକ୍ଷାତ କରି ଦଳ ଅଭିଯୋଗ କରିଛି, ପଦ୍ମପୁର ଉପନିର୍ବାଚନରେ ଓଡିଶା ସରକାରଙ୍କ ଅଫିସର ମାନେ ଗତକାଲି ଠାରୁ ଝାରବନ୍ଧ ବ୍ଲକରେ ନିର୍ଦ୍ଦିଷ୍ଟ କିଛି ପଞ୍ଚାୟତରେ ପୋଷ୍ଟାଲ ବାଲଟରେ ପୋଲିଂ ଆରମ୍ଭ କରିଛନ୍ତି । ଝାରବନ୍ଧ ବ୍ଲକର ବିଡ଼ିଓ ବିଜେଡ଼ି ପାଇଁ ପୋଲିଂ କରାଇବାର କିଛି ଭିଡିଓ ମିଳିଛି । ବିଜେଡି କର୍ମୀ ଓ ବିଡ଼ିଓଙ୍କ କର୍ମଚାରୀ ମାନେ ମିଶି ପୋଲିଂ କରାଇଛନ୍ତି । ପାଖାପାଖି 5 ହଜାର ପୋଷ୍ଟାଲ ବାଲଟ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଅଛି । ଏନେଇ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ବିଜେପି ଅଭିଯୋଗ କରିଛି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସମସ୍ତ ତଥ୍ୟ ଦେଇଛି ଦଳ । ଏହା ଉପରେ ଆସନ୍ତାକାଲି ସୁଦ୍ଧା ଉତ୍ତର ମାଗିଛି ବିଜେପି ।

ଏହାସହ ରି ପୋଲିଂ ପାଇଁ ମଧ୍ୟ ବିଜେପି ଦାବି କରିଛି । ସମ୍ପୂର୍ଣ୍ଣ ଭାବେ ସରକାରୀ କଳକୁ ଲଗାଇ ନିର୍ବାଚନ ନିୟନ୍ତ୍ରଣ କରୁଛି ଶାସକ ଦଳ । ତେଣୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ସିଇଓଙ୍କ ନିକଟରେ ଦାବି କରିଛି । ଏହାସହ 101ଟି ବୁଥ ସମ୍ବେଦନଶୀଳ ବୁଥର ତାଲିକା ସିଇଓଙ୍କୁ ଦେଇଛି ବିଜେପି । ଧାମନଗର ଭଳି ନକରିବା ପାଇଁ କହିଛି ଦଳ । ବିଜେଡ଼ି ସରକାରୀ କଳକୁ ଲଗାଇ ଧାମନଗର ଉପନିର୍ବାଚନ ବେଳେ ପାଖାପାଖି 70ଟି ସମ୍ବେଦନଶୀଳ ବୁଥ ବିଜେପି ତାଲିକାରୁ କାଟି କେବେଳ 30ଟି ରଖିଥିଲେ । ତେଣୁ ଏଥର ସେମିତି ନକରି ଯାହା ଠିକ ତାହା କରିବାକୁ ଦଳ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 26, 2022, 10:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.