ETV Bharat / state

Odisha Assembly: ରାଜ୍ୟରେ କେତେ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି? - ବାଂଲାଦେଶୀ ଶରଣାର୍ଥୀ

ଆଜି ବିଧାନସଭା ପ୍ରଶ୍ନକାଳରେ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ପ୍ରଶ୍ନ କରିଥିଲେ, ରାଜ୍ୟରେ କେତେ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି । କେଉଁ ଜିଲ୍ଲାରେ କେତେ ରହିଛନ୍ତି? ଏହା ବ୍ୟତୀତ ଅନୁପ୍ରବେଶକାରୀ ବାଂଲାଦେଶୀ କେତେ ଅଛନ୍ତି । ଅନୁପ୍ରବେଶକାରୀ ମାନେ ମଧ୍ୟ କେଉଁ ଜିଲ୍ଲାରେ କେତେ ସଂଖ୍ୟାରେ ରହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 13, 2023, 10:19 PM IST

ଭୁବନେଶ୍ବର: ରାଜ୍ୟରେ 1 ଲକ୍ଷ 57 ହଜାର 432 ଜଣ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି । ସର୍ବାଧିକ ଶରଣାର୍ଥୀ ମାଲକାନଗିରି ଜିଲ୍ଲାରେ ରହିଛନ୍ତି । ଖାଲି ଏତିକି ନୁହେଁ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ । ବିଧାନସଭାରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଇଥିବା ଉତ୍ତରରୁ ଏହା ଜଣାପଡିଛି ।

ଆଜି ବିଧାନସଭା ପ୍ରଶ୍ନକାଳରେ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ପ୍ରଶ୍ନ କରିଥିଲେ, ରାଜ୍ୟରେ କେତେ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି । କେଉଁ ଜିଲ୍ଲାରେ କେତେ ରହିଛନ୍ତି? ଏହା ବ୍ୟତୀତ ଅନୁପ୍ରବେଶକାରୀ ବାଂଲାଦେଶୀ କେତେ ଅଛନ୍ତି । ଅନୁପ୍ରବେଶକାରୀ ମାନେ ମଧ୍ୟ କେଉଁ ଜିଲ୍ଲାରେ କେତେ ସଂଖ୍ୟାରେ ରହିଛନ୍ତି ।

ଏହାବି ପଢନ୍ତୁ- ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, ବିଧାନସଭାରେ ମୁଲତବୀ ନୋଟିସ, ମନ୍ତ୍ରୀ ଦେଲେ ଜବାବ

ଉତ୍ତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ‘’ରାଜ୍ୟରେ 1 ଲକ୍ଷ 57 ହଜାର 432 ଜଣ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି । ସର୍ବାଧିକ ଶରଣାର୍ଥୀ ମାଲକାନଗିରି ଜିଲ୍ଲାରେ ରହିଛନ୍ତି । ମାଲକାନଗିରିରେ 1 ଲକ୍ଷ 4 ହଜାର233 ବାଂଲାଦେଶୀ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ 4 ହଜାର 656 , କୋରାପୁଟ ଜିଲ୍ଲାରେ 194, ନବରଙ୍ଗପୁର ଜିଲ୍ଲାରେ 46 ହଜାର 848, ଯାଜପୁର ଜିଲ୍ଲାରେ 379, କଳାହାଣ୍ଡି ଜିଲ୍ଲାରେ 90, କେନ୍ଦ୍ରାପଡା ଜିଲ୍ଲାରେ 441, ବାଲେଶ୍ବର ଜିଲ୍ଲାରେ 75, ରାୟଗଡା ଜିଲ୍ଲାରେ 304, ଓ ଅନୁଗୋଳ ଜିଲ୍ଲାରେ 15 ଜଣ ଶରଣାର୍ଥୀ ରହିଥିବା ମନ୍ତ୍ରୀ କହିଛନ୍ତି ।

ସେହିପରି ରାଜ୍ୟରେ 3 3 ହଜାର 740 ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ 1 ହଜାର 649 ଥିବାବେଳେ, ଭଦ୍ରକ ଜିଲ୍ଲାରେ 199, ଖୋର୍ଦ୍ଧା ଜିଲ୍ଲାରେ 17, ଜଗତସିଂପୁର ଜିଲ୍ଲାରେ 1 ହଜାର 112, ମାଲକାନଗିରି ଜିଲ୍ଲାରେ 655, ନବରଙ୍ଗପୁର ଜିଲ୍ଲାରେ 106 ଜଣ ଓ ବରଗଡ ଜିଲ୍ଲାରେ 2 ଜଣ ଅନୁପ୍ରବେଶକାରୀ ଥିବା ମନ୍ତ୍ରୀ ବିଧାନସଭାରେ ଉତ୍ତର ଦେଇଛନ୍ତି ।

କିନ୍ତୁ ମନ୍ତ୍ରୀଙ୍କ ତଥ୍ୟ ଠାରୁ ରାଜ୍ୟରେ ଢେର ଅଧିକ ବାଂଲାଦେଶୀ ଶରଣାର୍ଥୀ ଓ ଅନୁପ୍ରବେଶକାରୀ ଥିବା ନେଇ ସନ୍ଦେହ ଉପୁଜିଛି । ବିଶେଷ କରି ଭୁବନେଶ୍ବର ମହାନଗରରେ ମାଳମାଳ ବାଂଲାଦେଶୀ ଅନୁପ୍ରବେଶକାରୀ ଛକ ଛକରେ ରହି ଭିନ୍ନ ଭିନ୍ନ ବ୍ୟବସାୟ ସହ ଅସାମାଜିକ କାମରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଆସୁଛି । ଏହାବାଦ ପୁରା ଉପକୂଳ ଜିଲ୍ଲା ଗୁଡିକରେ ବାଂଲାଦେଶୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଦେଖିବାର କଥା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.