ETV Bharat / state

କମିଗଲାଣି 'ପୋନି' ପ୍ରଜାତି ଘୋଡ଼ାର ଚାହିଦା, ଜାତୀୟ ମାନ୍ୟତା ପାଇଁ ଆବେଦନ କରିବ OUAT - ମାଲକାନଗିରିରେ ଘୋଡ଼ା ପ୍ରଜାତି

Eighth Species Status to Pony Horse: ଏକଦା ପରିବହନର ମାଧ୍ୟମ ସାଜିଥିବା ପୋନି ପ୍ରଜାତିର ଘୋଡ଼ା ଏବେ ନଜର ଆଢୁଆଳରେ । ଏହି ଘୋଡ଼ାରୁ ଦେଶର ଅଷ୍ଟମ ପ୍ରଜାତି ଭାବେ ମାନ୍ୟତା ଦେବା ପାଇଁ OUATର ଉଦ୍ୟମ । ଅଧିକ ପଢନ୍ତୁ

pony horse
pony horse
author img

By ETV Bharat Odisha Team

Published : Nov 14, 2023, 6:39 PM IST

Updated : Nov 14, 2023, 7:02 PM IST

କମିଗଲାଣି 'ପୋନି' ପ୍ରଜାତି ଘୋଡ଼ାର ଚାହିଦା

ଭୁବନେଶ୍ବର: ଦୃଷ୍ଟି ଆଢ଼ୁଆଳରେ ‘ପୋନି’ ପ୍ରଜାତିର ଘୋଡ଼ା । ପୂର୍ବରୁ ଏହି ପ୍ରଜାତିର ଘୋଡ଼ା ସାଜିଥିଲା ପରିବହନର ମାଧ୍ୟମ । ହେଲେ ଏବେ କମିଗଲାଣି ଚାହିଦା । ଏଥିଲାଗି ଜାତୀୟ ମାନ୍ୟତା ପାଇଁ ଆବେଦନ କରିବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)। ମାଲକାନଗିରିରେ ଏହି ପ୍ରଜାତିର ପ୍ରାୟ ୪୦୦ରୁ ଅଧିକ ଘୋଡ଼ା ଠାବ ହେବା ପରେ ଏହି ଘୋଡ଼ାକୁ ଦେଶର ଅଷ୍ଟମ ପ୍ରଜାତି ଘୋଡ଼ା ଭାବରେ ମାନ୍ୟତା ପାଇଁ NBAGRକୁ ଦାବି କରିବେ ଓୟୁଏଟି ବୈଜ୍ଞାନିକ ।

pony horse
ପୋନି ପ୍ରଜାତି ଘୋଡ଼ାକୁ ମିଳିବ କି ଅଷ୍ଟମ ପ୍ରଜାତି ମାନ୍ୟତା ?

ଜମ୍ମୁ, ହିମାଚଳ ଭଳି ଥଣ୍ଡା ଜାଗାରେ ନୁହେଁ ବିବର୍ତ୍ତନ ଦ୍ଵାରା ସବୁଠୁ ଉତ୍ତପ୍ତ ସ୍ଥାନ ମାଲକାନଗିରିରେ ବଞ୍ଚିଛନ୍ତି ପୋନି । ଏହାର ଅନୁସନ୍ଧାନ କରି ପାଇଛି ଓୟୁଏଟି। ଓଡ଼ିଶାର ମାଲକାନଗିରିରେ ଅଛନ୍ତି 400ରୁ ଅଧିକ ପୋନି । ଏହି ଘୋଡ଼ାର ସ୍ବତନ୍ତ୍ରତା ହେଲା ଏହା ଅନ୍ୟ ଘୋଡ଼ାଙ୍କ ପରି ପବନ ବେଗରେ ଦୌଡ଼ିପାରେ ନାହିଁ ହେଲେ ବୋଝ ବୋହିବା ସାଙ୍ଗକୁ ପାହାଡ଼ିଆ ରାସ୍ତା ପାର କରିବାର ଦକ୍ଷତା ରହିଛି ।

ପୋନି ଘୋଡ଼ାର ସ୍ୱତନ୍ତ୍ରତା:- ଘୋଡାଠାରୁ ପୋନି ଅଧିକ ଶକ୍ତିଶାଳୀ । ଲୋକଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରେ । କମ୍ ଖାଦ୍ୟ ଖାଏ ଅଧିକ କାମ କରେ । ଅଧିକ ଦୌଡନ୍ତି ନାହିଁ। ୧୫ ମାସରେ ଥରେ ମାଆ ହୁଅନ୍ତି। ଏମାନଙ୍କୁ ରୋଗ ହୁଏନି। ଏମାନଙ୍କ ଉଚ୍ଚତା ୧୪୯ ସେଣ୍ଟିମିଟର ତଳକୁ ରହିଥାଏ । ଏମାନେ ଶୁଖିଲା ଘାସ ଖାଇ ବଞ୍ଚୁଥିବା ବେଳେ କିଛି ନିର୍ଦ୍ଦିଷ୍ଟ ସ୍ଥାନରୁ ପାଣି ପିଅନ୍ତି । ମାଲକାନଗିରିରେ ଚିହ୍ନଟ ହୋଇଥିବା ଏହି ପ୍ରଜାତିର ଘୋଡ଼ାଙ୍କ ଗରମ ସହିବା କ୍ଷମତା ରହିଛି ।

pony horse
ପୋନି ପ୍ରଜାତି ଉପରେ ଓୟୁଏଟିରି ଗବେଷଣା

ଦିନେ ସାଜିଥିଲା ପରିବହନର ମାଧ୍ୟମ:- ତେବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିକଟସ୍ଥ ବିଚ୍ଛିନ୍ନାଞ୍ଚଳରେ ଏକଦା ପରିବହନର ମାଧ୍ୟମ ଥିଲା ଛୋଟ ଘୋଡ଼ା (ପୋନି) । ଲୋକେ ଘରୁ ବାହାରିଲେ ଖୋଜା ପଡ଼ୁଥିଲା ଘୋଡ଼ା ପୋନି । ସମୟକ୍ରମେ ଏହି ଛୋଟ ଘୋଡ଼ାର ଚାହିଦା କମିବାରେ ଲାଗିଛି । ଉନ୍ନତ ସଡ଼କ ଏବଂ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳରେ ଗମନାଗମନରେ ପରିବର୍ତ୍ତନ ଆସିଛି । ଗାଡ଼ିମଟର ଚଳାଚଳ ହେବା ପରେ କ୍ରମେ ଏହି ଛୋଟ ଘୋଡ଼ା ଉପରେ ଆଉ ଅଧିକ ନିର୍ଭରଶୀଳତା ନାହିଁ । ତେବେ ଏହି ଛୋଟ ଘୋଡ଼ାର ସଂରକ୍ଷଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ।

ଏହା ବି ପଢନ୍ତୁ-ବୟସ ହେବାରୁ ରାସ୍ତାରେ ଛାଡ଼ିଦେଲା ମାଲିକ, ଆଶ୍ରମ ପାଲଟିଲା ଘୋଡ଼ାର ନୂଆ ଘର

ତେବେ ଏହି ଘୋଡ଼ା ଉପରେ ଗବେଷଣା ଆରମ୍ଭ କରିଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (OUAT) ପ୍ରାଣୀ ପ୍ରଜନନ ବିଭାଗ ମୁଖ୍ୟ ଡ. ସୁଶାନ୍ତ ଦାଶ । ବର୍ତ୍ତମାନ ଦେଶରେ ୭ଟି ପ୍ରଜାତିର ଘୋଡ଼ାକୁ ମାନ୍ୟତା ମିଳିଥିବାବେଳେ ଅଷ୍ଟମ ପ୍ରଜାତି ଭାବେ ମାଲକାନଗିରିରେ ଦେଖାଯାଉଥିବା ଏହି ଘୋଡ଼ାକୁ ମାନ୍ୟତା ଦେବାକୁ ଉଦ୍ୟମ ଜାରି ରହିଛି । ମାନ୍ୟତା ପାଇଁ ଏହା ଉପରେ ଅଧିକ ତଥ୍ୟ ସଂଗ୍ରହ କରି ଆସନ୍ତା ମାର୍ଚ୍ଚ ସୁଦ୍ଧା ଆଇସିଏଆର-ନ୍ୟାସ୍‌ନାଲ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସେସ୍ (NBAGR)ରେ ଆବେଦନ କରାଯିବ ବୋଲି ଜଣାପଡ଼ିଛି । ମାନ୍ୟତା ମିଳିବା ପରେ ଯାଇ ଏହି ପ୍ରଜାତିର ସଂରକ୍ଷଣ ସମ୍ଭବ ହୋଇପାରିବ ବୋଲି ଡ. ଦାଶ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 14, 2023, 7:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.