ETV Bharat / state

OTP Sharing Scam: ସଫ୍ଟୱେର କମ୍ପାନୀ କର୍ମଚାରୀ ଗିରଫ

ପାକିସ୍ତାନୀ ଏଜେଣ୍ଟକୁକୁ ଓଟିପି ସେୟାର କରି ଗିରଫ ହେଲେ ସଫ୍ଟୱେର କମ୍ପାନୀର କର୍ମଚାରୀ । ଅଧିକ ପଢନ୍ତୁ

author img

By

Published : Jul 2, 2023, 7:43 AM IST

OTP Sharing Scam
OTP Sharing Scam
OTP Sharing Scam

ଭୁବନେଶ୍ବର: ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର ଘଟଣା । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ଏସଟିଏଫ । ଗିରଫ ଅଭିଯୁକ୍ତ ଜଣକ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିବା ଅଭିଜିତ ସଞ୍ଜୟ ଜାମ୍ବୁରେ । ଏସଟିଏଫ ତାକୁ ପୁଣେରୁ ଗିରଫ କରିଛି । ଗିରଫ ପରେ ତାକୁ ସ୍ଥାନୀୟ କୋର୍ଟରେ ହାଜର କରି ୩ ଦିନିଆ ଟ୍ରାଜିଟ ରିମାଣ୍ଡରେ ଆଣିଛି । ଏହି ଘଟଣାରେ ଏସଟିଏଫ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କର ପାକିସ୍ତାନର କିଛି ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ଥିଲା । ୭ ପାକିସ୍ତାନୀ, ୧୦ ନାଇଜେରିଆନଙ୍କୁ ଅଭିଯୁକ୍ତ ମେସେଜ ଦେଉଥିବା ଏସଟିଏଫ ଜାଣିବାକୁ ପାଇଛି ।

ଅନ୍ୟପଟେ ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀଙ୍କୁ ଏସଟିଏଫ୍ ଅଟକ ରଖିଥିଲା । ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଦୁଇଜଣଙ୍କୁ ଏସଟିଏଫ୍ ଉଠାଇନେଇଥିଲା । ଫରେନସିକ ଲ୍ୟାବକୁ ଅଭିଯୁକ୍ତଙ୍କ ମୋବାଇଲ ପଠାଯାଇଥିଲା । ଏନଆଇଏ ଓ ଆଇବିକୁ ଏସଟିଏଫ୍ ସମସ୍ତ ତଥ୍ୟ ଦେଇଛି । ଆଇଟି ଏକ୍ସପର୍ଟ ଆବଶ୍ୟକ ସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ ବୋଲି ସୂଚନା ରହିଛି ।

ତେବେ ଘଟଣାର ମାଷ୍ଟରମାଇଣ୍ଡ ପ୍ରୀତମ କରର କଳା କରନାମା ଖାଲି ଓଟିପି ସେୟାରିଂରେ ସାମିଲ ନଥିଲା । ବରଂ କ୍ରିପ୍ଟୋ କରେନ୍ସିରେ କୋଟିଏରୁ ଅଧିିକ ଟଙ୍କା ନିବେଶ କରିଛି ପ୍ରୀତମ । ଯେଉଁଥିରୁ ଅଧିିକାଂଶ ଟଙ୍କା ବିନିମୟ ବିଦେଶରୁ ହୋଇଛି ବୋଲି ଏସ୍‌ଟିଏଫ ଜାଣିବାକୁ ପାଇଛି । ପ୍ରୀତମ୍ ଏକ ନାମୀ କ୍ରିପ୍ଟୋ ଏକ୍ସଚେଞ୍ଜରେ ନାମ ପଞ୍ଜିକରଣ କରିଥିଲା । ଭାରତୀୟ ସହ ବିଦେଶୀ କ୍ରିପ୍ଟୋ କରେନ୍ସି କାରବାରରେ ପ୍ରୀତମ ସକ୍ରିୟ ରହିଥିଲା । କଏନ୍‌ବେସ୍‌, ଏଫ୍‌ଟିଏକ୍ସ ଓ ବିଟ୍‌ମାର୍ଟ ଜରିଆରେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିଲା ।

ଏହା ମଧ୍ୟ ପଢନ୍ତୁ-OTP Scam: ମାଷ୍ଟରମାଇଣ୍ଡ ପଠାଣି ସାମନ୍ତଙ୍କୁ ଜେରା କଲା ପଶ୍ଚିମବଙ୍ଗ ପୋଲିସ

୨ଟି ବ୍ୟାଙ୍କ ଆକାଉଣ୍ଟ ଓ ଗୋଟିଏ ୟୁପିଆଇ ଆଇଡି ଜରିଆରେ ଏହି ଡିଜିଟାଲ ଟଙ୍କା କାରବାର ଚାଲିଥିଲା । ତେବେ ପ୍ରୀତମର କୌଣସି ଆକାଉଣ୍ଟରେ ବର୍ତ୍ତମାନ ଟଙ୍କାଟିଏ ନଥିବା ଜଣାପଡିଛି । କର୍ଣ୍ଣାଟକ ମାଙ୍ଗାଲୋର ଅଟୋରିକ୍ସା ବିସ୍ଫୋରଣ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାକୁ ଉଠାଇ ନେବା ପରେ ସେ ଏଥିରୁ ଟଙ୍କା କାଢ଼ି ନେଇଥିବା ସନ୍ଦେହ କରାଯାଉଛି । ଏସ୍‌ଟିଏଫ୍ ଅଭିଯୁକ୍ତଙ୍କ କ୍ରିପ୍ଟୋ ଆକାଉଣ୍ଟକୁ ବ୍ଲକ କରି ତଦନ୍ତକୁ ଜୋରଦାର କରିଛି । ଏଥିରେ ଆହୁରି ସାଂଘାତିକ ତଥ୍ୟ ମିଳିପାରେ ପୋଲିସ ଏସଟିଏଫ ଅନୁମାନ କରୁଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.