ETV Bharat / state

ଓଡ଼ିଶାକୁ ନୂଆ ପରିଚୟ ଦେବେ ବ୍ଲଗର, OTDC ଓ ପର୍ଯ୍ୟଟନ ବିଭାଗ ନେଲା ସହଯୋଗ - ସୋସିଆଲ ମିଡିଆ ବ୍ଲଗର

ଓଡ଼ିଶାକୁ ନୂଆ ପରିଚୟ ଦେବେ ବ୍ଲଗର । ଲୁଚି ରହିଥିବା ଓଡିଶାର ଐତିହ୍ୟ ସଂସ୍କୃତିକୁ ଖୋଜିବା ପାଇଁ OTDC ଓ ପର୍ଯ୍ୟଟନ ବିଭାଗ ନେଲା ସହଯୋଗ । ଅଧିକ ପଢନ୍ତୁ

otdc meeting for blogger
otdc meeting for blogger
author img

By

Published : May 1, 2023, 10:24 AM IST

Updated : May 1, 2023, 10:32 AM IST

otdc meeting for blogger

ଭୁବନେଶ୍ବର: ଓଡ଼ିଶାର ଲୁଚି ରହିଥିବା ଐତିହ୍ୟକୁ ଖୋଜି ବାହାର କରିବେ ସୋସିଆଲ ମିଡିଆ ବ୍ଲଗର । ଓଡ଼ିଶାର ପାଣି ପବନ ଠାରୁ ଆରମ୍ଭ କରି ଏତିହ୍ୟ କଳା ସଂସ୍କୃତି ଓ ଖାଦ୍ୟ ଓ ବସ୍ତ୍ରର ମିଠା ମିଠା ଗୂଢ ରହସ୍ୟକୁ ଖୋଜି ବାହାର କରିବେ ସୋସିଆଲ ମିଡିଆରେ ଚର୍ଚ୍ଚିତ ବ୍ଲଗର । କାହିଁକି ନା ଅନେକ ଗାଥା ପରମ୍ପରା ଇତିହାସ ଓ କଳା ବାଣିଜ୍ୟର ଅଲୌକିକ ଛବି ଯାହା ଲୁଚି ରହିଛି ସେସବୁକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ଓଟିଡିସି ଓ ଓଡିଶା ପର୍ଯ୍ୟଟନ ବିଭାଗ । ଏନେଇ ଓଡ଼ିଶାର ଚର୍ଚ୍ଚିତ ବ୍ଲଗରଙ୍କୁ ଏକାଠି କରି ଏମାନଙ୍କ ଜରିଆରେ ଓଡ଼ିଶାର ପର୍ଯ୍ୟଟନକୁ ଆହୁରି ଲୋକାଭିମୁଖୀ ଓ ଲୋକଲୋଚନକୁ ଆଣିବା ପାଇଁ ଏହି ବ୍ଲଗରଙ୍କ ସାହାରା ଲୋଡିଛି ଓଟିଡିସି ।

ଗତକାଲି(ରବିବାର) ଭୁବନେଶ୍ୱର ପାନ୍ଥ ନିବାସରେ ଚଲୋ ଓଡ଼ିଶା ସହାୟତାରେ ଓଡ଼ିଶାର କୋଣ ଅନୁକୋଣରେ ଥିବେ ବ୍ଲଗରଙ୍କୁ ନେଇ ଏକ ବୈଠକ କରାଯାଇଛି । ଯେଉଁଥିରେ ରାଜ୍ୟର ଐତିହାସିକ ଗାଥାକୁ ଲୋକଙ୍କ ପାଖରେ ପହଚାଇଥିବା କିଛି ବ୍ଲଗରଙ୍କୁ ସମ୍ମାନିତ ସହ ସେମାନଙ୍କୁ ନେଇ କିପରି ଓଡ଼ିଶାର ସିକ୍ରେଟ ବା ରହସ୍ୟ ଆହୁରି ଉନ୍ମୋଚନ ହେବ ସେ ଦିଗରେ ଆଲୋକପାତ କରାଯାଇଛି । କାରଣ କଳାର ପ୍ରତୀକ ଓଡ଼ିଆ ଜାତିର ଗୌରବ ଓଡ଼ିଆଙ୍କର ପ୍ରିୟ ନାଚ ଗୀତ ଖାଦ୍ୟ ବସ୍ତ୍ରଠୁ ଆରମ୍ଭ କରି ଆଦିବାସୀ ପରମ୍ପରାର ଅନ୍ୟନ୍ୟ ଇତିହାସକୁ କିପରି ଅଧିକରୁ ଅଧିକ ଲୋକପ୍ରିୟ ହେବ ।

ସୁଉଚ୍ଚ ପର୍ବତମାଳାଠୁ ଆରମ୍ଭ କରି ଶସ୍ୟ ସାମଳାର ସୁନ୍ଦର ଅନୁଭବ ଏବେ ବି କେତେକାଶଂରେ ଲୁକାୟିତ ଅବସ୍ଥାରେ ରହିଯାଇଛି । ନଦୀ ଝରଣା ଓ ପାହାଡି ଜଙ୍ଗଲର ସବୁଜ ସବୁଜିମା ହେଉ ବା ଫୁଲ ଫଳ ଭଳି ନାନାଦି ଶସ୍ୟର ସୁନ୍ଦର ଅନୁଭବ କିପରି ଲୋକଙ୍କ ପାଖରେ ପହଞ୍ଚିବ। ଦେଶ ଦୁନିଆର ଲୋକେ ଓଡ଼ିଶାକୁ ଜାଣିବେ ଓଡ଼ିଶାର କଳା ପରମ୍ପରା ଭାଇଚାରା ଓ ଖାଦ୍ୟର ଭିନ ସ୍ବାଦର ପସରା ଦେଶ ଦୁନିଆର ଲୋକଙ୍କୁ ଆକୃଷ୍ଟ କରିବ ।

ଅବହେଳାରେ ଆଢ଼ୁଆଳରେ ଥିବା ଜିନିଷ ପ୍ରଗତି ଉନ୍ନତିର ଶିଖରେ ପହଞ୍ଚିବ ସେନେଇ ବ୍ଲଗର ମାନଙ୍କ ଦ୍ବାରା ହିଁ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ଓଟିଡିସି ଅଧକ୍ଷ ଲେନିନ ମହାନ୍ତି । ସେ କହିଛନ୍ତି, "ଜଣେ ବ୍ଲଗର ଟିଏ ବୁଲି ନିଜର ଆଗ୍ରହ ଓ ସଦିଚ୍ଛା ବଳରେ ଓଡ଼ିଶାର କୋଣ କୋଣରେ ଲୁଚି ରହିଥିବା ଟିକନିକ ଜିନିଷ ସାମ୍ନାକୁ ଆଣୁଛନ୍ତି । ଯାହାକି ଲୋକଙ୍କ ଆଦୃତ ହେଉଛି । ଲୋକଙ୍କ ଆଗ୍ରହ ବଢୁଛି କୋରାପୁଟ ଦେଓମାଳିର ପର୍ବତ ଉପରେ । ସୁନ୍ଦର ଅନୁଭବ ହେଉ ବା ମାଲକାନଗିରିର ପାହାଡ଼ ପର୍ବତଭରା ଅନୁଭବ ।

ସମ୍ବଲପୁର ଶାଢ଼ୀଠୁ ଆରମ୍ଭ କରି ନୟାଗଡର ଛେନାପୋଡ଼ । ସବୁ କିଛି ସାମ୍ନାକୁ ଆସିପାରୁଛି । ଛୋଟ ଭିଡିଓ ଏତେ ବଡ଼ ଦୁନିଆକୁ କେତେ କଣ ଓଡ଼ିଶାର କଳା ସଂସ୍କୃତି ପରମ୍ପରାକୁ ଅତି ନିକଟରୁ ଦେଖାଇ ଅନୁଭବ କରି ଲୋକଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି । ତେଣୁ ଆଗାମୀ ଦିନରେ ସେମାନଙ୍କ ପ୍ରତି ସହଯୋଗ ରହିବ । ଓଡ଼ିଶାରେ ଲୁଟି ରହିଥିବା ଆହୁରି ଅଧିକରୁ ଅଧିକ ଲୁଚି ରହିଥିବା ଜିନିଷକୁ ଖୋଜି ବାହାର କରନ୍ତୁ । ସାରା ଦୁନିଆ ଜାଣୁ ଓଡ଼ିଶାର ଲୁଚି ରହିଯାଇଥିବା ରହସ୍ୟ ସାମ୍ନାକୁ ଆସୁ । ଏହି ବ୍ଲଗରଙ୍କ ମିଟ୍ ପରିଚୟ ଓଡ଼ିଶାକୁ ନୂଆ ପରିଚୟ ଦେଉ।" ଏହି ବୈଠକରେ ଲେନିନ ମହାନ୍ତିଙ୍କ ସହ ସବ୍ୟସାଚୀ ମିଶ୍ର ସହ ଅନେକ ପର୍ଯ୍ୟଟନ‌ କ୍ଷେତ୍ରରେ କାମ କରୁଥିବା ବୁଦ୍ଧିଜୀବୀ ମଧ୍ୟ ଯୋଗଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 1, 2023, 10:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.