ETV Bharat / state

ରାଜ୍ୟରେ ଅସହ୍ୟ ତାତି, ସ୍କୁଲ ସମୟ ସକାଳୁଆ କରାଯାଉ: ଓଷ୍ଟା

author img

By

Published : Jun 17, 2023, 6:44 PM IST

ରାଜ୍ୟ ସରକାର ଆସନ୍ତା 19 ତାରିଖରେ ଖୋଲିବାକୁ ଥିବା ସ୍କୁଲ ଛୁଟି ଅବଧିକୁ ଦୁଇ ଦିନ ବୃଦ୍ଧି କରିଛନ୍ତି । 21 ତାରିଖରେ ସ୍କୁଲ ଖୋଲିବାକୁ ଥିବାବେଳେ ଦିନ ୧୦ ଟାରୁ ୪ ଟା ପରିବର୍ତ୍ତେ ସକାଳୁଆ ସ୍କୁଲ କରିବାକୁ ଓଷ୍ଟା ପକ୍ଷରୁ ଦାବି କରାଯାଇଛି। ଅଧିକ ପଢନ୍ତୁ

ସକାଳୁଆ ସ୍କୁଲ ପାଇଁ ନିବେଦନ
ସକାଳୁଆ ସ୍କୁଲ ପାଇଁ ନିବେଦନ

ଭୁବନେଶ୍ବର: ଗ୍ରୀଷ୍ମ ଛୁଟି ପରେ ସ୍କୁଲକୁ ସକାଳୁଆ କରାଯିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଦାବି କରାଯାଇଛି । ସାରା ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ରାଜ୍ୟ ସରକାର ଆସନ୍ତା 19 ତାରିଖରେ ଖୋଲିବାକୁ ଥିବା ସ୍କୁଲ ଛୁଟି ଅବଧିକୁ ଦୁଇ ଦିନ ବୃଦ୍ଧି କରିଛନ୍ତି। ସରକାରଙ୍କର 21 ତାରିଖରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଓଷ୍ଟା ସ୍ଵାଗତ ଜଣାଇଥିଲା । ହେଲେ ବର୍ତ୍ତମାନ ଓଡ଼ିଶାର ଉପକୂଳଠାରୁ ଆରମ୍ଭ କରି ପଶ୍ଚିମାଞ୍ଚଳ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 42 ଡିଗ୍ରୀ ଉପରେ ରହୁଛି ।

ଅପରପକ୍ଷେ, ଓଡ଼ିଶାର ଅଧିକାଂଶ ସ୍କୁଲ ଘର ଆଜବେଷ୍ଟସ କିମ୍ବା ଏକ ମହଲା ଛାତ ବିଶିଷ୍ଟ ରହିଛି। ଏହାସହ ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହରେ ବିଦ୍ୟୁତ ସଂଯୋଗ ସହ ପଙ୍ଖାର ସୁବିଧା ନାହିଁ । ଯେଉଁଠି ଅଛି ତାହା ମଧ୍ୟ ଅଚଳ ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ ସରକାର ଆସନ୍ତା 21 ତାରିଖକୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତାହା ପୁଣି ଦିନ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ। ବର୍ତ୍ତମାନ ଦିନ 9 ଟା ପରେ ଘରୁ ବାହାରକୁ ବାହାରିବା କଷ୍ଟ ସାଧ୍ୟ ହୋଇପଡୁଥିବାରୁ ସମୟରେ ପରିବର୍ତ୍ତନ ପାଇଁ ଓଷ୍ଟା ନିବେଦନ କରାଯାଇଛି।

ଯେଉଁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ଦିନ ବେଳେ ଚାଲୁଛି ସେଠାରେ କୁଲର, ଏସି, ଥଣ୍ଡା ପାନୀୟ ଆଦି ସୁବିଧା ଉପଲବ୍ଧ ରହିଛି। କିନ୍ତୁ ବିଦ୍ୟାଳୟଗୁଡ଼ିକରେ ଏଭଳି ସୁବିଧା ନଥିବା ସତ୍ତ୍ଵେ ଶିକ୍ଷାଦାନ ନେଇ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ଓଡ଼ିଶାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଗୁଡ଼ିକୁ ସାଧାରଣତଃ ମେ ମାସ ପ୍ରଥମ ସପ୍ତାହରୁ ଜୁନ ମାସ ତୃତୀୟ ସପ୍ତାହ କିମ୍ବା ଶେଷ ସପ୍ତାହ ପର୍ଯ୍ୟନ୍ତ ସକାଳୁଆ କରାଯାଇଥାଏ।

ଚଳିତବର୍ଷ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ସହ ନିର୍ଦ୍ଧାରିତ ତାରିଖଠାରୁ ଯଥେଷ୍ଟ ବିଳମ୍ବରେ ମୌସୁମି ପହଞ୍ଚୁଛି। ଏପଟେ କାଳବୈଶାଖୀ ପ୍ରଭାବରେ କାଁ ଭାଁ ବର୍ଷା ହେଉଛି, ଯାହା ତାପମାତ୍ରାକୁ ହ୍ରାସ କରିପାରୁ ନାହିଁ ବରଂ ଆର୍ଦ୍ରତାକୁ ବଢ଼ାଉଛି। ଏପରିସ୍ଥଳେ ଅଂଶୁଘାତର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଅଛି। ଯାହାକି ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ । ଏଣୁ ଛୁଟି ଖୋଲିବା ପରେ ଏହି ଅସ୍ଵାଭାବିକ ପାଣିପାଗକୁ ଦୃଷ୍ଟିରେ ରଖି ତାପମାତ୍ରା ହ୍ରାସ ନହେବା ପର୍ଯ୍ୟନ୍ତ ସ୍କୁଲ ସମୟକୁ ସକାଳ 6ଟା 30 ରୁ 9ଟା 30 ପର୍ଯ୍ୟନ୍ତ କରାଯିବା ପାଇଁ ଓଷ୍ଟା ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। ସକାଳ 6ଟା 30 ମିନିଟ ଠାରୁ 9ଟା 30 ମିନିଟ ପର୍ଯ୍ୟନ୍ତ କରାଯିବା ପାଇଁ ଓଷ୍ଟା ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.