ETV Bharat / state

କିଡନୀ ରୋଗୀ ଓ OSMCL ଆଲୋଚନା: କହିବାକୁ ସୁଯୋଗ ନଦିଆଯିବା ଅଭିଯୋଗ ଆଣିଲେ ଧାରଣାରତ ରୋଗୀ - ରାଜ୍ୟ ଔଷଧ ନିଗମ

କିଡନୀ ରୋଗୀ ଓ ସରକାରଙ୍କ ଆଲୋଚନା । ବୈଠକରେ କହିବାକୁ ସୁଯୋଗ ମିଳିନଥିବା ଅଭିଯୋଗ ଆଣିଲେ ଧାରଣାରତ କିଡନୀ ରୋଗୀ । ଅଧିକ ପଢନ୍ତୁ

କିଡନୀ ରୋଗୀ ଓ OSMCL ଆଲୋଚନା: କହିବାକୁ ସୁଯୋଗ ନଦିଆଯିବା ଅଭିଯୋଗ ଆଣିଲେ ଧାରଣାରତ ରୋଗୀ

author img

By

Published : Nov 23, 2022, 12:34 PM IST

ଭୁବନେଶ୍ବର: କିଡନୀ ରୋଗୀ ଓ OSMCL ଅଧିକାରୀଙ୍କ ମଧ୍ୟରେ ଗତକାଲି(ମଙ୍ଗଳବାର) ଆଲୋଚନା ହୋଇଛି । ରାଜ୍ୟ ଔଷଧ ନିଗମର(Odisha State Medical Corporation) କନଫରେନ୍ସ ହଲ୍‌ରେ ଏହି ବୈଠକ କରାଯାଇଛି । ଡାକ୍ତରଙ୍କ ଉପସ୍ଥିତିରେ ବିଭିନ୍ନ ନିଜର ଅନୁଭୂତି ବାଖାଣିଛନ୍ତି କିଡନୀ ରୋଗୀ । ଔଷଧ ସଠିକ୍ ଭାବରେ କାମ କରୁଛି, କିଛି ସାଇଡ ଇଫେକ୍ଟ ନାହିଁ ବୋଲି କିଛି ରୋଗୀ କହିଛନ୍ତି । ହେଲେ ଏହି ଆଲୋଚନାରେ ଦୀର୍ଘଦିନ ଧରି ଧାରଣାରେ ବସିଥିବା ରୋଗୀଙ୍କୁ କହିବାକୁ ସୁଯୋଗ ଦିଆଯାଇ ନଥିବା ଅଭିଯୋଗ ହୋଇଛି ।

କିଡନୀ ରୋଗୀ ଓ OSMCL ଆଲୋଚନା: କହିବାକୁ ସୁଯୋଗ ନଦିଆଯିବା ଅଭିଯୋଗ ଆଣିଲେ ଧାରଣାରତ ରୋଗୀ

ସେମାନେ ଅଭିଯୋଗ କରିଛନ୍ତି ଯେ, ବୈଠକ ଆରମ୍ଭ ହେବା ପରେ ଧାରଣାରତ ରୋଗୀଙ୍କୁ କିଛି ସୁରକ୍ଷା ଅଧିକାରୀ ଆସି ଡାକି ନେଇ ଏମଡିଙ୍କ ଚାମ୍ବରକୁ ଯାଇଥିଲେ । ଯେଉଁଠାରେ SCB ମେଡିକାଲର ସୁପରିଟେଣ୍ଡଣ୍ଟ ମଧ୍ୟ ଥିଲେ । କିଛି ଯୁକ୍ତିଯୁକ୍ତ ଆଲୋଚନା ନକରି କେବଳ ସେମାନଙ୍କୁ ବସାଇ ରଖିଲେ । ସେଠାରୁ ଫେରିବା ବେଳକୁ ଏପଟେ ବୈଠକ ସରିଯାଇଥିବା କିଡନୀ ରୋଗୀ ଅଭିଯୋଗ ଆଣିଛନ୍ତି ।

ତେବେ ବୈଠକରେ କିଡନୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମିଶାଇ ପ୍ରାୟ 50 ଜଣରୁ ଊର୍ଦ୍ଧ୍ବ ଯୋଗ ଦେଇଥିଲେ । ଢ଼େଙ୍କାନାଳ, ଯାଜପୁର, କଟକ, ସମ୍ବଲପୁର, ପୁରୀ, କନ୍ଧମାଳ, ବାଲେଶ୍ୱର, ଝାରସୁଗୁଡ଼ା, ଜଗତସିଂପୁର ଆଦି ଜିଲ୍ଲାରୁ ଆସିଥିବା ରୋଗୀ ଓ ତାଙ୍କର ସମ୍ପର୍କୀୟମାନେ ନିଜ ନିଜର ମତାମତ ରଖିଥିଲେ । ମୁଖ୍ୟତଃ ହସ୍ପିଟାଲରେ ଅପରେସନ୍ ପୂର୍ବବର୍ତ୍ତୀ ପରାମର୍ଶ ଓ ସାହାଯ୍ୟ, ଅପରେସନ୍ ସମୟରେ ଡାକ୍ତରଖାନାରେ ମିଳୁଥିବା ଡାକ୍ତର ଓ ନର୍ସମାନଙ୍କର ସେବା, ସଂପୂର୍ଣ୍ଣ ମାଗଣା ଅପରେସନ୍, ମାଗଣା ଔଷଧ, ଔଷଧର ଗୁଣବତ୍ତା, ହସ୍ପିଟାଲରେ ମିଳୁଥିବା ଅପରେସନ୍ ପରବର୍ତ୍ତୀ ଚିକିତ୍ସା ଓ ଯତ୍ନ ଆଦି ବିଷୟରେ ରୋଗୀମାନେ ନିଜ ନିଜର ମତ ରଖିଥିଲେ ।

ଏହାମଧ୍ୟ ପଢନ୍ତୁ: ନନ୍ଦନକାନନରୁ ଆସିଲା ଖୁସି ଖବର, ପୁଣି ମା’ ହେଲା ବିଜଲି

ଅନେକ ରୋଗୀ ଆବେଗାତ୍ମକ ଭାବେ ଡାକ୍ତର ଓ ନର୍ସମାନଙ୍କଠାରୁ ମିଳିଥିବା ବାପାମାଆ ପରି ବ୍ୟବହାର ଓ ଯତ୍ନ ନିମନ୍ତେ ନିଜର ଅଶେଷ କୃତଜ୍ଞତା ଜଣାଇଥିଲେ । ସମସ୍ତେ ମତ ଦେଇଥିଲେ ଯେ, ଆମେ ପ୍ରାୟ ୧୦୦ ଜଣ ରୋଗୀ ନିରାମୟ ଔଷଧ ନିୟମିତ ଖାଉଛୁ । ନିରାମୟ କାଉଣ୍ଟରରୁ ଥରକେ ମାସକ ପାଇଁ ଆଗୁଆ ଔଷଧ ସେମାନଙ୍କୁ ମିଳୁଛି । ଔଷଧ ବେଶ ଫଳପ୍ରଦ ହେଉଛି । ରୋଗୀମାନେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି । ତାଙ୍କ ମଧ୍ୟରୁ କେତେଜଣ ନିଜ ନିଜ କାମରେ ଯୋଗ ଦେଲେଣି । ଅନ୍ୟପଟେ କିନ୍ତୁ ଦୀର୍ଘ ଦିନ ଧରି ଧାରଣାରେ ବସିଥିବା କିଡନୀ ରୋଗୀମାନଙ୍କୁ ଆଲୋଚନାରେ ସଠିକ ଭାବରେ ସାମିଲ କରାଯାଇନଥିବାରୁ ଔଷଧ ନିଗମ ଗେଟ୍ ଆଗରେ ଦୀର୍ଘ ସମୟ ଧରି ବସି ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.