ଖୋର୍ଦ୍ଧା: ଜିଲ୍ଲାର ଜଟଣୀ ବ୍ଲକ ଯାଆଁଳା ପଂଚାୟତ ରାଧାଚରଣପୁର ଗ୍ରାମର ଇଲେକ୍ଟ୍ରିକ ମେକାନିକ୍ ଅଜୟ ବେହେରା । ଯିଏକି ପଲିଥିନରୁ ବାହାର କରୁଛନ୍ତି ପେଟ୍ରୋଲ । ଏହି କଥା ପାଠକଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରାଇପାରେ, ମାତ୍ର ଏହା ସତ । ନିଜ ପ୍ରଚେଷ୍ଟା ଓ ଜ୍ଞାନକୌଶଳ ବ୍ୟବହାର କରି ସେ ପଲିଥିନରୁ ଏହି ଦହନଶୀଳ ପଦାର୍ଥ ତିଆରି କରୁଛନ୍ତି । ୧ କେଜି ପଲିଥିନରୁ ସେ ୬୦୦ ଗ୍ରାମ ପେଟ୍ରୋଲ ବାହାର କରୁଛନ୍ତି । ଏହି ତେଲରେ ସେ ନିଜ ବାଇକ 50 କିଲୋମିଟର ଯାଉଥିବା ଦାବି କରିଛନ୍ତି । ଏଭଳି ନିଆରା କାର୍ଯ୍ୟ ତାଙ୍କୁ ବେଶ ପ୍ରଶଂସା ଆଣିଦେଇଥିବା ବେଳେ ଏହି ପ୍ରକ୍ରିୟାକୁ ଅଧିକ ସମ୍ପ୍ରସାରଣ କରିବା ପାଇଁ ସେ ସରକାରୀ ସହାୟତା ଲୋଡ଼ିଛନ୍ତି ।
ଯେଉଁ ପଲଥିନ ସାରା ବିଶ୍ୱ ପାଇଁ ଚିନ୍ତା ପାଲଟିଛି ସେହି ପଲଥିନରୁ ବାହାରୁଛି ପେଟ୍ରୋଲ ଭଳି ଦହନଶୀଳ ତରଳ ପଦାର୍ଥ । ଏଭଳି ନିଆରା ଉଦ୍ୟମ କରି ଚର୍ଚାକୁ ଆସିଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଯାଆଁଳା ପଂଚାୟତ ରାଧାଚରଣପୁର ଗ୍ରାମର ଅଜୟ ବେହେରା । ପେସାରେ ଜଣେ ଇଲେଟ୍ରିକ୍ ମେକାନିକ ଓ ଶିକ୍ଷାଗତ ଯୋଗ୍ୟତା ସପ୍ତମ । ଅଜୟ ନିଜ ଗାଁରୁ ଫୋପାଡା ଯାଉଥିବା ପଲଥିନ ଓ ପ୍ଲାଷ୍ଟିକ ବଟଲକୁ ସଂଗ୍ରହ କରି ତାକୁ ତରଳାଇ ସେଥିରୁ ପେଟ୍ରୋଲ ଓ ଗ୍ୟାସ ଭଳି ପଦାର୍ଥ ବାହାର କରୁଛନ୍ତି । ଏହି ତେଲରେ ସେ ନିଜ ବାଇକ 50 କିଲୋମିଟର ଯାଉଥିବା ଅଜୟ ଦାବି କରିଛନ୍ତି । ସରକାର ଅଜୟଙ୍କୁ ସହାୟତା କଲେ ସେ ଆଗକୁ ବଢ଼ିବାରେ ସହାୟକ ହେବ ।
ପିଲାଟିବେଳୁ ନୂଆ କିଛି କରିବାର ଉଦ୍ୟମ ଆଜି ତାଙ୍କୁ ସଫଳତା ଆଣିଦେଇଛି । ଯେଉଁ ପଲଥିନ ପରିବେଶବିତ ମାନଙ୍କୁ ପରିବେଶ ପ୍ରଦୂଷଣ ପାଇଁ ଚିନ୍ତାରେ ପକାଉଥିଲା । ସେଇ ପଲଥିନ ଓ ପ୍ଲାଷ୍ଟିକ ବୋତଲକୁ ନିଜ ଗାଁରୁ ସଂଗ୍ରହ କରି ନିର୍ଦ୍ଧିଷ୍ଟ ତାପମାତ୍ରାରେ ତରଳାଇ ସେଥିରୁ ପେଟ୍ରୋଲ ଓ ଗ୍ୟାସ ଭଳି ପଦାର୍ଥ ବାହାର କରୁଛନ୍ତି । ଏହାଦ୍ୱାର ନିଜ ଅଂଚଳକୁ ପଲଥିନ ମୁକ୍ତ କରିବା ସହ ପରିବେଶ ପ୍ରଦୂଷଣକୁ ରୋକୁଛନ୍ତି । ପଲିଥିନରୁ ବାହାରୁଥିବା ଏହି ତେଲ ପାଣି ଉପରେ ଢାଳିଲେ ପେଟ୍ରୋଲ ଭଳି ଜଳୁଥିବା ବେଳେ ବାୟୁ ସଂସ୍ପର୍ଶରେ ଆସିଲେ ବାଷ୍ପୀଭୁତ ହେଉଥିବା ଦେଖିବାକୁ ମିକୁଛି । ସେହିଭଳି ପ୍ରତିଦିନ ଅଜୟ 12 ରୁ 13 କିଲୋ ପଲଥିନ ଓ ପ୍ଲାଷ୍ଟିକ ବୋତଲ ତରଳାଇ 7 ରୁ 8 ଲିଟର ପେଟ୍ରୋଲ ସଂଗ୍ରହ କରିଛନ୍ତି ।
ସେହିଭଳି ଏହା କେବଳ ଜଳୁଛି ତା ନୁହଁ ବରଂ ଅଜୟ ନିଜ ବାଇକରେ ଏହି ତେଲ ଏକ ଲିଟର ପକାଇଲେ 50 କିଲୋମିଟର ଯାଉଥିବା ଅଜୟ ଦାବି କରିଛନ୍ତି । ସେହିପରି ଏହି କାମ ପାଇଁ ସାଙ୍ଗ ମାନଙ୍କ ଠାରୁ କିଛି ଅର୍ଥ ଆଣିବା ସହ ନିଜ ବାଇକକୁ ବିକ୍ରି କରି ଏଥିରେ 80 ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ସେପଟେ ଅଜୟଙ୍କ ଏଭଳି ପ୍ରୟାସକୁ ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି । ସରକାର ଅଜୟଙ୍କୁ ସହାୟତା କଲେ ସେ ଆଗକୁ ବଢ଼ିବାରେ ସହାୟକ ହେବ ଓ ଦିନକୁ ଦିନ ବଢିଚାଲିଥିବା ପେଟ୍ରୋଲ ଦର ମଧ୍ୟ ହ୍ରାସ ପାଇବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ