କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ସୁରକ୍ଷା ମାମଲାର ଆଜି ଶୁଣାଣି ହୋଇଛି। ମାମଲାରେ ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଏଏସଆଇ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ମାର୍ଚ୍ଚ ୧୪ ରୁ ମରାମତି କାମ ଆରମ୍ଭ ହୋଇଛି। ମେ ୩୧ ସୁଦ୍ଧା ଏହି କାମ ଶେଷ କରାଯିବ। ମାମଲାର ଶୁଣାଣି କରି କୋର୍ଟ, ଜଗମୋହନ ଓ ନାଟ୍ୟ ମଣ୍ଡପର ମରାମତି ର ସ୍ଥିତି ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ସେହିପରି କୋଣାର୍କ ର ସୁରକ୍ଷା ନେଇ ଦାୟର ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରତ୍ନ ଭଣ୍ଡାର ମାମଲାରେ ଜୁନ ୨୬ ସୁଦ୍ଧା ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଶ୍ରୀମନ୍ଦିର ପ୍ରଶାସନ ଏହି ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୦ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ପୂର୍ବରୁ ଏହି ମାମଲାର ଶୁଣାଣି ସମୟରେ ପକ୍ଷ ରଖିଥିଲେ ଉଭୟ ପକ୍ଷ। ରତ୍ନଭଣ୍ଡାର ସମ୍ପର୍କରେ ପୁଣି ଥରେ ସମୟ ନେଇଥିଲେ ଶ୍ରୀମନ୍ଦିର ପ୍ରଶାସନ। ପରବର୍ତ୍ତୀ ଶୁଣାଣୀ ସମୟରେ ରତ୍ନଭଣ୍ଡାର ସମ୍ପର୍କରେ ସାନି ସତ୍ୟପାଠ ଦାଖଲ କରାଯିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ ମନ୍ଦିର ପ୍ରଶାସନ । ତେବେ ଗତ ଶୁଣାଣୀ ସମୟରେ ରତ୍ନଭଣ୍ଡାର କେବେଠାରୁ ବନ୍ଦ ରହିଛି, କେତେ ସମ୍ପତ୍ତି ଅଛି ତାର ସ୍ଥିତି ସମ୍ପର୍କରେ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବା ପାଇଁ ହାଇକୋର୍ଟ, ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିର ମରାମତି ନେଇ କୋର୍ଟରେ ମଧ୍ୟ ଶୁଣାଣି ହୋଇଥିଲା। ପୁରୀରେ ଏଏସଆଇର ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୁବଶୀଘ୍ର ଖୋଲାଯିବ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଡେପୁଟି ସଲିସିଟର ଜେନେରାଲ। ତେବେ ଗତ ଶୁଣାଣି ସମୟରେ ମାର୍ଚ୍ଚ ୩୧ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ମରାମତି ଶେଷ ହେବ ବୋଲି ଏଏସଆଇ କୋର୍ଟଙ୍କୁ ଅବଗତ କରାଇଥିଲେ। ଏହା ସହ କୋଣାର୍କ ମନ୍ଦିରର ମରାମତି କାର୍ଯ୍ୟ ଜାରି ରହିଛି ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଏଏସଆଇ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର କେବେଠାରୁ ଖୋଲିନାହିଁ । ଖୋଲା ନଯିବାର କାରଣ କଣ ? ସେ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାଲାଗି ପୂର୍ବରୁ ମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ ।
ସେପଟେ ଶ୍ରୀମନ୍ଦିର ଜଗମୋହନ ମରାମତି ଏବଂ କୋଣାର୍କ ମନ୍ଦିର ସୁରକ୍ଷା ସମ୍ପର୍କିତ ମାମଲା ଉପରେ ଅମିକସ କ୍ୟୁରି ବା କୋର୍ଟ ମିତ୍ର ତାଙ୍କ ରିପୋର୍ଟ ଦାଖଲ କରିଥିଲେ। ଜଗମୋହନ ମରାମତି କାମ ଚାଲୁଛି ଏବଂ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ମରାମତି କାମ ଶେଷ ହେବା ନେଇ ଏ ଏସ ଆଇ ତାଙ୍କୁ ଜଣାଇଥିବା ସେ ରିପୋର୍ଟରେ ଦର୍ଶାଇଥିଲେ। ସେହିପରି କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ମନ୍ଦିର ଭିତରୁ ବାଲି କଢ଼ା ଯିବା କାମ ଆରମ୍ଭ ହୋଇଛି। ତାହା ସମ୍ପୂର୍ଣ୍ଣ ହେଲାପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଇହେବ ବୋଲି ପୂର୍ବରୁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ। ସେହିଭଳି ଶ୍ରୀ ମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ପ୍ରସଙ୍ଗରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜଗମୋହନ ଓ ନାଟ୍ୟ ମଣ୍ଡପ ମରାମତି କାର୍ଯ୍ୟ ଶେଷ ହେବା ନେଇ ଆମିକ୍ୟୁସକ୍ୟୁରୀ ତାଙ୍କ ରିପୋର୍ଟରେ କୋର୍ଟଙ୍କୁ ଜଣାଇଥିଲେ। ରତ୍ନ ଭଣ୍ଡାର ଖୋଲିବା ମାମଲା ରେ କୋର୍ଟ ଜବାବ ଦାଖଲ କରିଥିଲେ। କେବେଠାରୁ ଏବଂ କାହିଁକି ଖୋଲା ଯାଇ ନାହିଁ ସେନେଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।୪ ସପ୍ତାହ ମଧ୍ୟରେ ମନ୍ଦିର ପ୍ରଶାସନ କୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଇଟିଭି ଭାରତ, କଟକ