ETV Bharat / state

ମନମୋହୁଛି ଓରମାସର ଜୈବିକ ରାକ୍ଷୀ - ଜୈବିକ ରାକ୍ଷୀ

ଆଉ କିଛି ଦିନ ପରେ ରାକ୍ଷୀ ପୂର୍ଣ୍ଣିମା । ଏନେଇ ବଜାର ଘାଟରେ ଦେଖିବାକୁ ମିଳିଛି ଭଳିକି ଭଳି ରାକ୍ଷୀର ସମ୍ଭାର । ହେଲେ ଚଳିତ ବର୍ଷ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଛି ଖୋର୍ଦ୍ଧାର ଜୈବିକ ରାକ୍ଷୀ । ଅଧିକ ପଢନ୍ତୁ...

ମନମୋହୁଛି ଓରମାସର ଜୈବିକ ରାକ୍ଷୀ
ମନମୋହୁଛି ଓରମାସର ଜୈବିକ ରାକ୍ଷୀ
author img

By

Published : Aug 18, 2021, 8:51 PM IST

ଖୋର୍ଦ୍ଧା: ବିଭିନ୍ନ ଓଡିଆ ପର୍ବ ମଧ୍ୟରୁ ରାକ୍ଷୀ ପୂର୍ଣ୍ଣିମା ଅନ୍ୟତମ । ଏହି ଦିନ ଭାଇ ହାତରେ ମମତାର ରାକ୍ଷୀ ବାନ୍ଧିବ ତା’ ଭଉଣୀ । ଭଉଣୀର ରାକ୍ଷୀ ବଦଳରେ ଭାଇ ତାର ସୁରକ୍ଷା କବଜ ସାଜିବ । ଏନେଇ ଏବେ ସବୁଠି ମେଲିଛି ରାକ୍ଷୀ ପସରା । ରଙ୍ଗ ବେରଙ୍ଗର ରାକ୍ଷୀ ସମ୍ଭାରରେ ଝକମକ କରୁଛି ଛୋଟ ବଡ ଷ୍ଟଲ । ଆଉ ଏହାରି ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଖୋର୍ଦ୍ଧାର ଜୈବିକ ରାକ୍ଷୀ । ବିଭିନ୍ନ ଘାସ, ଝୋଟ, ଧାନ, କାଇଁଚ, ମାଟି, ତାଳପତ୍ର ଓ କତାରେ ଗଢା ହୋଇଛି ଏହି ଆକର୍ଷଣୀୟ ରାକ୍ଷୀ । ଯାହାକୁ କିଣି ନେବାକୁ ଗ୍ରାହକମାନଙ୍କ ମନରେ ବି ସୃଷ୍ଟି ହେଇଛି ଅସୀମ ଉତ୍କଣ୍ଠା ।

ମନମୋହୁଛି ଓରମାସର ଜୈବିକ ରାକ୍ଷୀ

ଓରମାସ ଆନୁକୂଲ୍ୟରେ ଖୋର୍ଦ୍ଧା ସହରର ହାବେଳି ପଡିଆରେ ଖୋଲାଯାଇଛି ଏହି ଜୈବିକ ରାକ୍ଷୀ ଷ୍ଟଲ । ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ରାକ୍ଷୀ ଏଠାରେ ବିକ୍ରି ହେଉଛି । ପ୍ରାୟ ୪୦ ପ୍ରକାରର ରାକ୍ଷୀ ମିଳୁଛି ଜୈବିକ ରାକ୍ଷୀ ଷ୍ଟଲରେ । ଯାହାର ମୂଲ୍ୟରୁ ୨୦ ଟଙ୍କାରୁ ଆରମ୍ଭ ହୋଇ ୬୦ ଟଙ୍କା ଯାଏଁ ରହିଛି । ତେବେ ଏହି ରାକ୍ଷୀ ତିଆରି ପାଇଁ ପ୍ରଥମେ ମୟୂରଭଞ୍ଜ, ଜଗତସିଂହପୁର, ବାଲେଶ୍ବର, ବାଲିପାଟଣା ଓ ବାଲିଅନ୍ତାର ଆଦି ଅଞ୍ଚଳରୁ କଞ୍ଚାମାଲ ସଂଗ୍ରହ ହେଉଛି ଏବଂ ପରେ ସ୍ବୟଂ ସହାୟକ ଗୋଷ୍ଠୀ ସହାୟତାରେ ପ୍ରସ୍ତୁତ ହେଉଛି । ବଜାର ଦର ଠାରୁ ଏଠାରେ କମ୍ ଦରରେ ରାକ୍ଷୀ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ମଧ୍ୟ ଜମୁଛି ଭିଡ ।

କେବଳ ଖୋର୍ଦ୍ଧା ନୁହେଁ ରାଜ୍ୟର ୭ଟି ଜିଲ୍ଲାକୁ ମଧ୍ୟ ପଠାଯାଉଛି ଏହି ଜୈବିକ ରାକ୍ଷୀ । ବଜାରରେ କମ୍ପାନୀଗୁଡିକର ବିଭିନ୍ନ ଡିଜାଇନର ରାକ୍ଷୀ ଅପେକ୍ଷା ଏହି ରାକ୍ଷୀ ପ୍ରତି ବଢୁଛି ଲୋକ ଚାହିଦା । ଆଉ ଏହାକୁ ପ୍ରସ୍ତୁତ କରି ମହିଳାମାନେ ବି ଦୁଇ ପଇସା ରୋଜଗାର କରୁଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.