ETV Bharat / state

ନବ ଦାସ ହତ୍ୟା ଘଟଣାକୁ ନେଇ ଘେରିଲେ ବିରୋଧି, ପ୍ରତିକ୍ରିୟା ରଖିଲା ବିଜେଡି - ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ଜୋର ଧରିଛି ରାଜନୈତିକ ବୟାନ ବାଜି । ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ପ୍ରକୃତ ହତ୍ୟାକାରୀଙ୍କ ଖୁଲାସା ନକରି ଡ୍ରାମା କରୁଥିବା ଅଭିଯୋଗ କରିଛନ୍ତି । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ବିଜେଡିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହିଁ ନବଙ୍କ ପାଇଁ କାଳ ହେଲା ବୋଲି କହିଛନ୍ତି । ତେବେ ଉଭୟ ବିଜେପି ଓ ବିଜେଡି ପାଖରେ ଯଦି ତଥ୍ୟ ଅଛି ସେମାନେ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟାକାଣ୍ଡରେ ଶାସକ ଦଳକୁ ଘେରିଲେ ବିରୋଧି

author img

By

Published : Feb 8, 2023, 4:53 PM IST

Updated : Feb 8, 2023, 9:03 PM IST

ନବ ଦାସ ହତ୍ୟା ଘଟଣାକୁ ନେଇ ଘେରିଲେ ବିରୋଧି

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ତେବେ ବିରୋଧି କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି । ଆଜି ବିଜେପି ନେତା ପ୍ରଦୀପ ପୁରୋହିତ ଏହି ମାମଲାରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ବିଜେଡିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯିଏ ସ୍ବପ୍ନ ଦେଖୁଛି, ସେ ହିଁ ନବଙ୍କ ହତ୍ୟାକାରୀ ବୋଲି କହିଛନ୍ତି ପ୍ରଦୀପ । ସେପଟେ ଏହି ଘଟଣାରେ ବଡ଼ବଡ଼ ନେତାଙ୍କ ସମ୍ପୃକ୍ତି ରହିଛି, କିନ୍ତୁ ପୋଲିସ କ୍ରାଇମ ସିନ୍‌ ରିକ୍ରିଏସନ କରି ଡ୍ରାମା କରୁଛି ବୋଲି କହିଛନ୍ତି ବିରୋଧି ଦଳ ନେତା । ତେବେ ଯଦି ଉଭୟ ବିଜେପି ଓ ବିଜେଡି ପାଖରେ ସୂଚନା ଅଛି, ସେମାନେ ସ୍ପଷ୍ଟ କରନ୍ତୁ ବୋଲି କହିଛି କଂଗ୍ରେସ ।

କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ବାରମ୍ବାର ଅଭିଯୋଗ କରୁଛନ୍ତି ବିରୋଧି ବିଜେପି ଓ କଂଗ୍ରେସ । ଘଟଣାକୁ ଚାପିଦେବା ପାଇଁ ପ୍ରୟାସ ହେଉଥିବା ଉଭୟ ଅଭିଯୋଗ କରିବା ସହ ଏହି ହତ୍ୟାକାଣ୍ଡ ପଛରେ ବିଜେଡିର ହିଁ ବଡ଼ ବଡ଼ ନେତାଙ୍କ ହାତ ଥିବା ଅଭିଯୋଗ କରୁଛନ୍ତି । ନିକଟରେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ହତ୍ୟା ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ । ଏହା ନବଙ୍କ ବ୍ୟବସାୟ ପାଇଁ ଏକ ରାଜନୈତିକ ହତ୍ୟା ବୋଲି ସେ ଅଭିଯୋଗ କରିବା ସହ ଏଥିରେ ପଶ୍ଚିମ ଓଡ଼ିଶା ନୁହେଁ, ବରଂ ଉପକୂଳ ଓଡ଼ିଶାର ଜଣେ ବିଜେଡି ନେତାଙ୍କର ହାତ ଥିବା ସେ ଅଭିଯୋଗ ଆଣିଥିଲେ । ତେବେ ଆଜି ମଧ୍ୟ ସେହିଭଳି ଏକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ କହିଛନ୍ତି, "ନବୀନ ବାବୁଙ୍କ ପରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେହି ବିବାଦ ହିଁ ନବ ଦାସଙ୍କ ହତ୍ୟାର କାରଣ । ନବ ଦାସ କାହିଁକି ଯାଇଥିଲେ ଶନିଙ୍କ ମନ୍ଦିର ? ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ଜ୍ୟୋତିଷଙ୍କ ଉପଦେଶ କ୍ରମେ ସେ ଶନିଙ୍କ ପାଖକୁ ଯାଇଥିଲେ । ଅର୍ଥାତ ଏବେ ଯିଏ ସ୍ବପ୍ନ ଦେଖୁଛି ବିଜେଡିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ହିଁ ହତ୍ୟାକାରୀ ।" ଏହା ସମ୍ପୂର୍ଣ୍ଣ ରାଜନୈତିକ ହତ୍ୟାକାଣ୍ଡ । ତେଣୁ ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ନବ ଦାସ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତଦାରଖ କରିବାକୁ ଜଷ୍ଟିସ ଜେପି ଦାସଙ୍କ ନିଯୁକ୍ତିକୁ ବେଆଇନ ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ । ଗତକାଲି ଝାରସୁଗୁଡା ଯିବା ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜେପି ଦାସଙ୍କ ବିବୃତି "ଯାଦୁର ବାଡ଼ି ନୁହେଁ ଯେ ହଲେଇ ଦେଲେ ମ୍ୟାଜିକ ହୋଇଯିବ"କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି, "ଗୋପାଳ ଦାସ ସୁଟର, ହେଲେ ତା ପଛରେ ହ୍ୟାଣ୍ଡଲର କିଏ ?" ବିଜେପିର ଏଭଳି ପ୍ରଶ୍ନ ପରେ ଏବେ ରାଜ୍ୟ ରାଜନିତୀରେ ହଟଚମଟ ସୃଷ୍ଟି ହୋଇଛି । ନବ ଦାସ ହତ୍ୟାକାଣ୍ଡରେ ବଡ଼ବଡ଼ ଲୋକେ ସମ୍ପୃକ୍ତ ଅଛନ୍ତି । କିନ୍ତୁ ମର୍ଡର ସିନ ଡେମୋ କରି ସବୁ ଡ୍ରାମା କରୁଛି ପୋଲିସ ବୋଲି ଜୟ ନାରାୟଣଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଏମିତି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରିବା ଠିକ ନୁହେଁ ବୋଲି ବିଜେଡି ନେତା ଶଶୀ ଭୂଷଣ ବେହେରା କହିଛନ୍ତି । କଂଗ୍ରେସ ମଧ୍ୟ ଉଭୟ ଦଳ ରାଜନୀତି କରୁଛନ୍ତି ବୋଲି କହିଛି । ଯଦି ଉଭୟ ବିଜେଡି ବିଜେପି ପାଖରେ ସୂଚନା ଅଛି, ତାହେଲେ ସ୍ପଷ୍ଟ କରନ୍ତୁ । ପୋଲିସ ମହାନିର୍ଦ୍ଦେଶକ ଉଭୟ ଦଳଠାରୁ ଆଲୋଚନା କରି ସମସ୍ତ ଖବର ନିଅନ୍ତୁ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 8, 2023, 9:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.