ETV Bharat / state

Opposition Unity: ଭୁବନେଶ୍ବରରେ ଏକାଠି ହେଲେ ୧୭ ରାଜନୈତିକ ଦଳ

author img

By

Published : Aug 11, 2023, 4:09 PM IST

ନ୍ୟାସନାଲ ନ୍ୟାରେଟିଭ୍‌କୁ ରାଜ୍ୟକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବରରେ ଏକାଠି ହୋଇଛନ୍ତି ୧୭ ଅଣବିଜେପି ଓ ଅଣବିଜେଡି ରାଜନୈତିକ ଦଳ । ଅଧିକ ପଢ଼ନ୍ତୁ

ଭୁବନେଶ୍ବରରେ ଏକାଠି ହେଲେ ୧୭ ରାଜନୈତିକ ଦଳ
ଭୁବନେଶ୍ବରରେ ଏକାଠି ହେଲେ ୧୭ ରାଜନୈତିକ ଦଳ

ଭୁବନେଶ୍ବରରେ ଏକାଠି ହେଲେ ୧୭ ରାଜନୈତିକ ଦଳ

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ରାଜ୍ୟର ଶାସକ ଦଳ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି । ହେଲେ ପଛରେ ପଡ଼ିଯାଇଥିବା କଂଗ୍ରେସ ମଧ୍ୟ ଭିନ୍ନ ଉପାୟରେ ପ୍ରସ୍ତୁତି ଆରମ୍ଭ କରିଛି । ପଞ୍ଚାୟତ ନିର୍ବାଚନ ଓ ବିଭିନ୍ନ ଉପନିର୍ବାଚନରେ ଅମାନତ ହରାଇଥିବା କଂଗ୍ରେସ ଏବେ ନ୍ୟାସନାଲ ନ୍ୟାରେଟିଭ୍‌କୁ ରାଜ୍ୟକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଜାତୀୟସ୍ତରରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ବିରୋଧରେ ମିଳିତ ବିରୋଧୀ ଦଳ ୟୁପିଏକୁ ରି-ଲଞ୍ଚିଂ କରି 'ଇଣ୍ଡିଆ'ରେ ରୂପାନ୍ତର କରିଛନ୍ତି । ଏହାସହ ଆଗାମୀ ଦିନରେ ଏକ ଶକ୍ତିଶାଳୀ ବିରୋଧୀ ମେଣ୍ଟ ଗଠନ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଯାହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିଛି । ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବରରେ ଏକାଠି ହୋଇଛନ୍ତି ଅଣବିଜେପି ଓ ଅଣବିଜେଡି ରାଜନୈତିକ ଦଳ ।

ଜାତୀୟସ୍ତରରେ କଂଗ୍ରେସକୁ ଯେଉଁ ଶକ୍ତି ମିଳିଛି ଏବଂ ଏନ୍‌ଡିଏ ବିରୋଧରେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ରାଜ୍ୟରେ ପ୍ରୟୋଗ କରିବା ପାଇଁ ପିସିସି ସଭାପତି ଅଣ୍ଟା ଭିଡ଼ିଛନ୍ତି । ଏହି କ୍ରମରେ ଆଜି ରାଜ୍ୟର ଅଣବିଜେଡି ଓ ଅଣବିଜେପି ୧୭ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆଗାମୀ ଦିନରେ କିଭଳି ଓଡ଼ିଶାରେ ମଧ୍ୟ ବିଜେଡି ବିଜେପି ବିରୋଧରେ ମିଳିତ ବିରୋଧୀ ଦଳ ଲଢ଼େଇ କରିବେ ସନେଇ ରଣନୀତି ପ୍ରସ୍ତୁତ ହେଉଛି । ଆଜି ବୈଠକରେ କଂଗ୍ରେସ ସମେତ ସିପିଆଇ, ସିପିଆଇ(ଏମ୍‌), ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ଟିଏମ୍‌ସି, ଆମ ଆଦମି ପାର୍ଟି ଆର୍‌ପିଆଇ ଭଳି ୧୭ଟି ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଦିବାସୀଙ୍କ ବନ୍ଧୁ କେବଳ କଂଗ୍ରେସ: ତାରା

ଏହି ବୈଠକରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଦରଦାମ ବୃଦ୍ଧି, ବିଜୁଳି ସଙ୍କଟ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, କୃଷି ଏବଂ କୃଷକଙ୍କ ସମସ୍ୟା, ବେକାରୀ ସମସ୍ୟା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା ହେଉଛି । କିପରି ଆଗାମୀ ଦିନରେ ଜନ ବିରୋଧୀ ବିଜେଡି ଓ ବିଜେପି ବିରୋଧରେ ମିଳିତ ଭାବେ ଲଢ଼େଇ କରି ନିର୍ବାଚନରେ ଏହି ଜନ ବିରୋଧୀ ଦଳ ଉଭୟକୁ ପରାସ୍ତ କରାଯିବ ସେନେଇ ଆଲୋଚନା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.