ETV Bharat / state

ସାମାନ୍ୟ କାଳ ବୈଶାଖୀରେ ରାଜଧାନୀରେ ବିଜୁଳି ବ୍ୟବସ୍ଥା ବେହାଲ, ମୁଖ୍ୟ ଶାସନ ସଚିବଙ୍କ ଟ୍ବିଟ୍‌ ପରେ ତେଜିଲା ରାଜନୀତି - ରାଜଧାନୀରେ ବିଜୁଳି ବ୍ୟବସ୍ଥା ବେହାଲ

ଭୁବନେଶ୍ବରରେ ସାମାନ୍ୟ କାଳ ବୈଶାଖୀରେ ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଟାଟା ପାୱାର ଉପରେ ଶକ୍ତି ବିଭାଗର ଆଦୌ ନିୟନ୍ତ୍ରଣ ନାହିଁ ବୋଲି ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗ କରିବା ପରେ ଏହାର ଜବାବ ରଖିଛି ବିଜେଡି । ଅଧିକ ପଢ଼ନ୍ତୁ

ରାଜଧାନୀରେ ବିଜୁଳି ବ୍ୟବସ୍ଥା ବେହାଲ
ରାଜଧାନୀରେ ବିଜୁଳି ବ୍ୟବସ୍ଥା ବେହାଲ
author img

By

Published : Jun 9, 2023, 5:29 PM IST

Updated : Jun 9, 2023, 5:58 PM IST

ରାଜଧାନୀରେ ବିଜୁଳି ବ୍ୟବସ୍ଥା ବେହାଲ

ଭୁବନେଶ୍ବର: ରାଜଧାନୀରେ କାଳ ବୈଶାଖୀର ପ୍ରଭାବ ଏବଂ ମୁଖ୍ୟ ଶାସନ ସଚିବଙ୍କ ଟ୍ବିଟ୍‌କୁ ନେଇ ତେଜିଲା ରାଜନୀତି । ସାମାନ୍ୟ କାଳ ବୈଶାଖୀରେ ରାଜଧାନୀ ବେହାଲ । ବିଜୁଳି ଠପ, ରାସ୍ତା ବନ୍ଦ । ଟାଟା ପାୱାରର ଦୁର୍ବଳତା ସାମ୍ନାକୁ ଆସିଛି । ବିଏମ୍‌ସିର ତତ୍ପରତା ବି ଭୁବନେଶ୍ବରିଆ ଦେଖିଲେ । କାଳ ବୈଶାଖୀରେ ଯଦି ଅବସ୍ଥା ଏପରି, ବାତ୍ୟା ଆସିଲେ ସ୍ଥିତି କଣ ହେବ ? ଏଭଳି ସନ୍ଦେହ ସାଧାରଣ ଲୋକ ନୁହେଁ, ରାଜ୍ୟର ସର୍ବୋଚ୍ଚ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କର । ମୁଖ୍ୟ ଶାସନ ସଚିବଙ୍କ ଟ୍ବିଟ୍‌ରୁ ସ୍ପଷ୍ଟ ଅନୁମେୟ, ବିକାଶର ଧାରା କେଉଁଠି ଏବଂ କେତେ ସଜାଗ ଆମ ବିଜୁଳି ବିଭାଗ । ତେବେ ସ୍ମାର୍ଟସିଟିରେ ବିଜୁଳି ବିଭାଗର ଏଭଳି କାର୍ଯ୍ୟଧାରାକୁ ନେଇ ରାଜ୍ୟ ସରକାର ଓ ଟାଟା ପାୱାରକୁ ବିରୋଧୀଙ୍କ ଟାର୍ଗେଟ । ଟାଟା ପାୱାର ଉପରେ ଶକ୍ତି ବିଭାଗର ଆଦୌ ନିୟନ୍ତ୍ରଣ ନାହିଁ ବୋଲି କଂଗ୍ରେସ କହିଥିବା ବେଳେ ବିଜେପି ମଧ୍ୟ ସମାନ ଅଭିଯୋଗ ଆଣିଛି ।

ମୁଖ୍ୟ ଶାସନ ସଚିବଙ୍କ ଟ୍ବିଟ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, "ସରକାର ନିଜେ ବହୁ ଟଙ୍କା ଖର୍ଚ୍ଚରେ ଗୋଟିଏ ଯୋଜନା କରିଥିଲେ ଭୁତଳ କେବଲିଂ ପାଇଁ । ଆଶା ଥିଲା କିଛି ପ୍ରାକୃତିକ ବିପର୍ଯ୍ୟୟ ହେଲେ ମଧ୍ୟ ଲୋକ ବିଦ୍ୟୁତ ସେବା ପାଇ ପାରିବେ । ଆଜି ଗାଁ ଗହଳି ପରି ପରିସ୍ଥିତି ଭୁବନେଶ୍ବରରେ ଦେଖା ଦେଇଛି । ଗତକାଲି ପୁରା ଭୁବନେଶ୍ବରରେ ୪ରୁ ୫ ଘଣ୍ଟା ପାଇଁ ଲାଇନ କଟିଗଲା । ଯଦି ରାଜ୍ୟ ସରକାର, ଶକ୍ତି ବିଭଗ ଓ ବିଦ୍ୟୁତ ବିତରଣ କମ୍ପାନୀ ଗୁରୁତ୍ବର ସହ ଦାୟିତ୍ବ ନେଇଥାନ୍ତେ, ତାହାଲେ ଏପରି ସ୍ଥିତି ହୋଇ ନଥାନ୍ତା । ମାତ୍ର ୧୫ରୁ ୨୦ ମିନିଟ ପବନରେ ଯଦି ଏମିତି, ଅଧିକ ହୋଇଥିଲେ କଣ ଅବସ୍ଥା । ବାସ୍ତବରେ ମୁଖ୍ୟ ଶାସନ ସଚିବ ଯେଉଁ କଥା କହିଛନ୍ତି ଠିକ୍ କହିଛନ୍ତି । ଯଦି କାଳ ବୈଶାଖୀ ଆଉ ଟିକେ ଅଧିକା ହୋଇଥାଆନ୍ତା ତାହାଲେ ଆଜି ଯାଏଁ ଭୁବନେଶ୍ବର ଅନ୍ଧାର ହୋଇଥାନ୍ତା । ଏ ସରକାର ସମ୍ପୂର୍ଣ୍ଣ ଭାବେ ବିକ୍ରିବଟାର ସରକାର ।" ଟାଟା ପାୱାର ଲୋକଙ୍କୁ ଶୋଷଣ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କ ଅସହାୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଟାଟା ପାୱାର ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ସେପଟେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ କାଟକୁ ନେଇ ବିରୋଧୀଙ୍କ ଅଭଯୋଗର ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର । ସେ କହିଛନ୍ତି, "କାଳବୈଶାଖୀ ହେଲେ ବିଦ୍ୟୁତ କଟିବ । ଚାରିଆଡ଼େ ତାର ଗୁଡ଼ିକ ଟଣା ହୋଇଥିବାରୁ ବ୍ୟାଗ୍ରତ ହୋଇଥାଏ । ଏହି ସମସ୍ୟାକୁ ସମସ୍ତେ ଭୋଗ କରିବା ସ୍ବାଭାବିକ । ରାତିରେ ବିଦ୍ୟୁତ୍ ମଧ୍ୟ ଯୋଗାଯାଇଛି । ଆଶା ରଖିବା ଏହାର ପୁନରାବୃତ୍ତି ନହେବ । ବିଜେପି କିମ୍ବା କଂଗ୍ରେସ ଶାସିତ ଯେଉଁ ରାଜ୍ୟଗୁଡ଼ିକ ରହିଛି, ସେଠାରେ ଇଲେକ୍ଟ୍ରୋନିକ୍ସର ଆଧୁନୀକିକରଣ, ଘରୋଇକରଣ ଓ ଜଗତିକରଣକୁ ସେ ସ୍ଵାଗତ କରୁଛନ୍ତି । ଓଡ଼ିଶାକୁ କଣ କହୁଛନ୍ତି । ଭାରତ ବର୍ଷରେ ଏହି ପ୍ରକ୍ରିୟାକୁ ଆପଣାଯାଇଛି । ତାହାରି ଭିତରେ ଆମେ ଦେଖିବା ଆମ ଉପଭୋକ୍ତା କେଉଁଭଳି ସୁବିଧାରେ ବିଦ୍ୟୁତ୍ ପାଇପାରିବେ । ଉପଭୋକ୍ତାମାନେ କିପରି ଅଧିକ ହଇରାଣ ନହୁଅନ୍ତୁ, କମ୍ପାନୀ ତାର ଠିକ୍ କାର୍ଯ୍ୟ କରୁ, ତାକୁ ଅନୁଧ୍ୟାନ ପାଇଁ ବିଭାଗ ଅଛି । ସେମାନେ ଉଚିତ୍ ପଦକ୍ଷେପ ନେବେ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 9, 2023, 5:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.