ETV Bharat / state

ମଣିପୁର ପ୍ରସଙ୍ଗରେ NDA ଉପରେ ଭାରି ପଡୁଛି କି INDIA ?

ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରକୁ କାଠଗଡାକୁ ଟାଣିବାରେ ସଫଳ ହୋଇଛି ବିରୋଧୀ ମେଣ୍ଟ ଇଣ୍ଡିଆ । ନୋ କନଫିଡେନ୍ସ ମୋସନ ଆଣି ଇଣ୍ଡିଆ ମେଣ୍ଟ ନୈତିକ ବିଜୟ ପାଇଥିବା ଆଲୋଚନା ହେଉଛି । ସେପଟେ ବିରୋଧୀଙ୍କ ଅଭିଯୋଗର କଡା ଜବାବ ଦେଇଛି ରାଜ୍ୟ ବିଜେପି । ଅଧିକ ପଢନ୍ତୁ

author img

By

Published : Jul 27, 2023, 9:03 PM IST

ମଣିପୁର ପ୍ରସଙ୍ଗରେ  NDA  ଉପରେ ଭାରି ପଡୁଛି କି INDIA ?
ମଣିପୁର ପ୍ରସଙ୍ଗରେ NDA ଉପରେ ଭାରି ପଡୁଛି କି INDIA ?
ମଣିପୁର ପ୍ରସଙ୍ଗରେ NDA ଉପରେ ଭାରି ପଡୁଛି କି INDIA ?

ଭୁବନେଶ୍ବର: ଚାଲିପାରୁନାହିଁ ଲୋକସଭା କି ରାଜ୍ୟସଭା । ମଣିପୁର ପ୍ରସଙ୍ଗରେ ପୁରା ସଂସଦ ଅଚଳ । ବିରୋଧୀଙ୍କ ଶଣ୍ଢୁଆଷି ଆକ୍ରମଣର ମୁକାବିଲା କରିବାରେ ସରକାର ଏକ ପ୍ରକାର ବିଫଳ । ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଏହାକୁ ନେଇ ଜାତୀୟ ରାଜନୀତି ପୁରା ସରଗରମ ରହିଥିବା ବେଳେ ରାଜ୍ୟରେ ପଡିଛି ଇଫେକ୍ଟ । ରାଜ୍ୟର ନେତା ମାନେ ମଧ୍ୟ ଅଭିଯୋଗ ପ୍ରତିଅଭିଯୋଗରେ ଲାଗିଛନ୍ତି ।

ମଣିପୁର ପ୍ରସଙ୍ଗରେ ସଂସଦ ଅଚଳକୁ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ମୋଦି ସରକାର କାହିଁକି ଡରୁଛନ୍ତି ? ଗରିବୀ, ବେରୋଜଗାରୀ, ଦାଦନ ଏବଂ ଆଦାନୀ ପ୍ରସଙ୍ଗ ଉଠାଇଲେ କେନ୍ଦ୍ର ସରକାର ଯେଉଁ ପରି ପଦକ୍ଷେପମାନ ନେଉଛନ୍ତି ତାହା ସୁସ୍ଥ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ । ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରକୁ କାଠଗଡାକୁ ଟାଣିବାରେ, ଏନଡିଏକୁ ଅଡୁ଼ଆରେ ପକାଇରେ ସଫଳ ହୋଇଛି ବିରୋଧୀ ମେଣ୍ଟ ଇଣ୍ଡିଆ । ନୋ କନଫିଡେନ୍ସ ମୋସନ୍‌ ଆଣିବା ଦ୍ବାରା ଇଣ୍ଡିଆର ବିଜୟ ହୋଇଛି ଏବଂ ଏନଡିଏର ପରାଜୟ ହୋଇଛି ।

ଏହାବି ପଢନ୍ତୁ- NDA Vs INDIA: ୨୦୨୪ରେ ହେବ ଜୋରଦାର ଲଢେଇ, 38 ଉପରେ ଭାରିପଡିବ କି 26 ?

ସେହିପରି ବିରୋଧି ମେଣ୍ଟର ଅନ୍ୟତମ ସହଯୋଗୀ ଆମ ଆଦମୀ ପାର୍ଟି ଓଡିଶା ଶାଖା ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି ମୋଦି ସରକାର ଭୟଭୀତ ହୋଇଗଲେଣି । ମଣିପୁର ପ୍ରସଙ୍ଗରେ ଆଳୋଚନା କରିବାକୁ ଡରୁଛନ୍ତି । ମଣିପୁରରେ ବିଜେପିର ବିଧାୟକ, ରାଜ୍ୟ ସରକାରଙ୍କୁ ପୁରା ହିଂସାକାଣ୍ଡ ପାଇଁ ଦାୟୀ କରୁଥିବା ବେଳେ କେନ୍ଦ୍ର ସରକାର ସେଠାରେ କୌଣସି ସମାଧାନର ବାଟ ବାହାର କରିବାରେ ବିଫଳ ହୋଇଛନ୍ତି । ସଂସଦରେ ସଂଖ୍ୟା ହୁଏତ ଅଧିକ ଥାଇପାରେ କିନ୍ତୁ ବାସ୍ତବ ଦୃଶ୍ୟପଟରେ ବିରୋଧି ଇଣ୍ଡିଆ ମେଣ୍ଟ ଭାରି ପଡିଛି ଏନଡିଏ ଉପରେ ।

ସେପଟେ ବିରୋଧୀ କଂଗ୍ରେସ ଓ ଆପ୍‌ ଆଣିଥିବା ଅଭିଯୋଗର କଡ଼ା ଜବାବ ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ପୃଥ୍ବିୀରାଜ କହିଛନ୍ତି, ଠବିରୋଧୀମାନେ ହେଲେ ଏସକେପିଷ୍ଟ । କୌଣସି ପ୍ରସଙ୍ଗରେ ଆଲୋଚନାକୁ ଆସୁନାହାଁନ୍ତି । ଗୃହକୁ ବାରମ୍ବାର ଅଚଳ କରୁଛନ୍ତି । କାଳେ ମଣିପୁର ପ୍ରସଙ୍ଗରେ ଆଲୋଚନା ହେଲେ କଂଗ୍ରେସର ଷଡଯନ୍ତ୍ର ପଦାରେ ପଡିଯିବ ସେଥିପାଇଁ ଏସକେପିଷ୍ଟଙ୍କ ମେଣ୍ଟ ଏପରି ଭୂମିକା ଗ୍ରହଣ କରୁଛି । ମେଣ୍ଟର ନେତାମାନେ ତର୍ଜମା କରନ୍ତୁ ମୋଦିଙ୍କ ଇମେଜ୍‌ କଣ ଆଉ ତାଙ୍କ ନେତାମାନଙ୍କର ଭାରତବର୍ଷରେ କେତେ ଗ୍ରହଣୀୟତା ଅଛି ?"

ଏହାବି ପଢନ୍ତୁ- Manipur Issue: ପ୍ରଧାନମନ୍ତ୍ରୀ ବିବୃତ୍ତି ନରଖିବା ଯାଏଁ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଜାରି ରଖିବ ‘ଇଣ୍ଡିଆ’ ମେଣ୍ଟ

ଅନ୍ୟପଟେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ସବୁ ବିରୋଧୀ ଏକ ହୋଇଯାଇଛନ୍ତି । ସରକାରଙ୍କୁ ଘେରୁଛନ୍ତି ଯାହା କି ମୋଦି ସରକାରକୁ ବଡ଼ ଅଡୁଆ ଭିତରକୁ ଠେଲି ଦେଇଛି । ବିରୋଧୀ ମେଳି ଇଣ୍ଡିଆ ଏନଡିଏ ଉପରେ ଭାରି ସାବ୍ୟସ୍ତ ହୋଇଛି । ଦେଶର କୌଣସି ସ୍ଥାନରେ ବିରୋଧୀ ମେଣ୍ଟ ମଧ୍ୟରେ ବିଭେଦ ଥିବାର କଥା ଆସୁନାହିଁ । ସମସ୍ତେ ଗୋଟିଏ ପ୍ରସଙ୍ଗରେ ଏକାଠି ହୋଇଥିବାରୁ ମୋଦି ସରକାର ପାଇଁ ଭିନ୍ନ ଏକ ପରିସ୍ଥିତି ହୋଇଛି । ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ ଯେପରି ଘେରିଛି, ତାହା ଏନଡିଏକୁ ବ୍ୟାକ୍‌ଫୁଟ୍‌କୁ ନେଇ ଆସିଛି ।"

ଗତ 20 ତାରିଖରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ହେଲେ ମଣିପୁର ପ୍ରସଙ୍ଗରେ ଆଜି ପର୍ଯ୍ୟନ୍ତ ସଂସଦ ସ୍ବାଭାବିକ ହୋଇପାରିନାହିଁ । ଯାହାକୁ ନେଇ ଏବେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏବେ ଅପେକ୍ଷା ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ କାହାରା ପଲ୍ଲା ଭାରି ପଡୁଛି । ଇଣ୍ଡିଆ ନା ଏନଡିଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.