ETV Bharat / state

Opposition Meeting: କଡା ସମାଲୋଚନା କଲା ରାଜ୍ୟ ବିଜେପି - ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ରାଜ୍ୟ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ବିରୋଧୀଙ୍କ ତୃତୀତ ସାମ୍ମୁଖ୍ୟ କାମ ଦେବ ନାହିଁ । 2024 ରେ ପୁଣି ମୋଦି ପ୍ରଧାନମନ୍ତ୍ରୀ ହେବେ । ଗୋଲକ କହିଛନ୍ତି ମୋଦି ପ୍ରଧାନମନ୍ତ୍ରୀ ହେବା ଠାରୁ ଭାରତ ଶିଖର ଆଡକୁ ଗତି କରୁଛି । ଭାରତର ଅର୍ଥନୀତି ଦ୍ରୁତ ବିକାଶ ହେଉଛି। ଅଧିକ ପଢନ୍ତୁ

କଡା ସମାଲୋଚନା କଲା ରାଜ୍ୟ ବିଜେପି
କଡା ସମାଲୋଚନା କଲା ରାଜ୍ୟ ବିଜେପି
author img

By

Published : Jun 23, 2023, 9:49 PM IST

ଭୁବନେଶ୍ବର: ଆଜି ବିହାର ପାଟଣା ଠାରେ ଏକାଠି ହୋଇଥିଲେ ବିଜେପି ବିରୋଧୀ ଶକ୍ତି। ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ବିଜେପି ସରକାରକୁ କିଭଳି କ୍ଷମତାଚ୍ୟୁତ କରିବାକୁ ହେବ ସେ ନେଇ ପାଟଣାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେପି ବିରୋଧୀ ମେଳି ହେବାକୁ ଅଣ୍ଟା ଭିଡିଛନ୍ତି ବିରୋଧୀ ଶକ୍ତି। କେନ୍ଦ୍ରରେ ଶାସିତ ବିଜେପି କୁ ଚେକ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ବିରୋଧୀ ଦଳ ଗୁଡିକ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ନୀତିଶ କୁମାରଙ୍କ ବାସଭବନରେ ଏହି ବିରୋଧୀ ବୈଠକ ବସିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ବୈଠକରେ ଯୋଗ ଦେଇ ବିଜେପି ସରକାରକୁ କ୍ଷମତା ରୁ ହଟାଇବା କୁ ଆହ୍ବାନ ଦେଇଛନ୍ତି।

2024 ସାଧାରଣ ନିର୍ବାଚନ ପୂର୍ବରୁ ସାରା ଦେଶରେ ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଙ୍କ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ , ତୃଣମୂଲ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଖିଲେଶ ଯାଦବ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରମୁଖ ଏହି ବୈଠକରେ ସାମିଲ ହୋଇଛନ୍ତି।

ବିରୋଧୀଙ୍କ ଏହି ମେଳିକୁ ନେଇ ବିଜେପି କଡା ପ୍ରହାର କରିଥିବା ବେଳେ, ରାଜ୍ୟ ବିଜେପି ମଧ୍ୟ ସମାଲୋଚନା କରିଛି । ରାଜ୍ୟ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ବିରୋଧୀଙ୍କ ତୃତୀତ ସାମ୍ମୁଖ୍ୟ କାମ ଦେବ ନାହିଁ। 2024 ରେ ପୁଣି ମୋଦି ପ୍ରଧାନମନ୍ତ୍ରୀ ହେବେ । ଗୋଲକ କହିଛନ୍ତି ମୋଦି ପ୍ରଧାନମନ୍ତ୍ରୀ ହେବା ଠାରୁ ଭାରତ ଶିଖର ଆଡକୁ ଗତି କରୁଛି। ଭାରତର ଅର୍ଥନୀତି ଦ୍ରୁତ ବିକାଶ ହେଉଛି। ତେଣୁ ଭାରତବାସୀ ଚାହାଁନ୍ତି ମୋଦି ପୁଣି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଯେଉଁ ବିରୋଧୀ ଦଳ ମାନେ ନିଜ ଏଜେଣ୍ଡା ନେଇ କାମ କରୁଛନ୍ତି, ତାହା କାମ ଦେବନାହିଁ। ବିରୋଧୀ ଯେଉଁ ଯୋଜନା କରୁଛନ୍ତି, ତାହା ନରେନ୍ଦ୍ର ମୋଦିଙ୍କୁ ଅଟକାଇ ପାରିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.