ETV Bharat / state

Assembly Monsoon Session: ବିରୋଧୀଙ୍କ କ୍ଷୋଭ, ଉଠାଇ ପାରୁନାହୁଁ ଆନ୍ଦୋଳନକାରୀଙ୍କ ପ୍ରସଙ୍ଗ

author img

By ETV Bharat Odisha Team

Published : Sep 28, 2023, 10:13 PM IST

Updated : Sep 28, 2023, 10:22 PM IST

ବିଧାନସଭାର ମୌସୁମୀ ଅଧିବେଶନ ଗୃହ କାର୍ଯ୍ୟ ଠିକରେ ଚାଲିପାରୁନଥିବାରୁ ବିରୋଧୀଙ୍କ କ୍ଷୋଭ । ଆନ୍ଦୋଳନକାରୀଙ୍କ ପ୍ରସଙ୍ଗ ଉଠାଇ ପାରୁନଥିବାରୁ ଦୁଃଖ ପ୍ରକାଶ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

Lower PMG Protesters issue in Assembly
Lower PMG Protesters issue in Assembly

Assembly Monsoon Session: ବିରୋଧୀଙ୍କ କ୍ଷୋଭ, ଉଠାଇ ପାରୁନାହୁଁ ଆନ୍ଦୋଳନକାରୀଙ୍କ ପ୍ରସଙ୍ଗ

ଭୁବନେଶ୍ବର: ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ ବହୁ ସମୟ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । କାରଣ ବିଭିନ୍ନ କାରଣକୁ ନେଇ ମୁଲତବୀ ହେଉଛି ଗୃହ । ଗୃହ କାର୍ଯ୍ୟ ଠିକରେ ଚାଲିପାରୁନଥିବାରୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରୁନାହିଁ । ଫଳରେ ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରୁଥିବା ବିଭିନ୍ନ ସଂଗଠନର ସମସ୍ୟା ବାବଦରେ ଆଲୋଚନା ହୋଇପାରିନାହିଁ । ତେଣୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।

ଜୟ ନାରାୟଣ କହିଛନ୍ତି, "ଏହି ବିଧାନସଭା ଏକ ସ୍ଵଳ୍ପ କାଳୀନ ଅଧିବେଶନ । ଏଥିରେ ଅନେକ ଗୁଡିଏ ପ୍ରସଙ୍ଗ ରହିଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ ହୋଇଯାଇଛି । ସ୍ବାସ୍ଥ୍ୟ କଥା ନକହିବା ଭଲ । ରାଜ୍ୟରେ ଶିକ୍ଷକ 5 ପ୍ରକାର । କୌଣସି ଶିକ୍ଷକ ସ୍କୁଲରେ ନାହାନ୍ତି । ଓଡିଶାର 12 ହାଇସ୍କୁଲରେ ଜଣେ ହେଲେ ଶିକ୍ଷକ ନାହାନ୍ତି । କେତେକ ଜାଗାରେ ପିଅନ ଓ କ୍ଳର୍କ ଅଛନ୍ତି । ବିନା ଶିକ୍ଷକରେ ସ୍କୁଲ, ବିନା ଡାକ୍ତରରେ ହସ୍ପିଟାଲ, ଏଭଳି ଓଡ଼ିଶାରେ ଚାଲିପାରେ । ଉଚ୍ଚଶିକ୍ଷା କଥା ଛାଡ । କୋଭିଡ ସମୟରେ ସରକାର ଆୟୁଷ ଡାକ୍ତରଙ୍କୁ ବ୍ୟବହାର କଲେ । ଏବେ ଲାତ ମାରିଦେଲେ ।"

ଏହା ବି ପଢନ୍ତୁ- Monsoon Session: ଚାଲି ପାରୁନି ଗୃହ, ସର୍ବଦଳୀୟ ବୈଠକରେ ବାହାରି ପାରିଲାନି ନିଷ୍କର୍ସ

ନବୀନ ବାବୁ ଖାଲି ବ୍ୟବହାର କରି ଜାଣନ୍ତି । ପ୍ରଥମେ ପ୍ୟାରୀ ମୋହନ ମହାପାତ୍ର, ତାପରେ ଯୁଗଳ ମହାପାତ୍ର, ବିଜୟ ପଟ୍ଟନାୟକଙ୍କୁ ଲାତ ମାରିଲେ । ପାଣ୍ଡିଆନକୁ କେତେବେଳେ ଲାତ ମାରିବେ ଦେଖୁଛୁ । ନା ପାଣ୍ଡିଆନ ତାଙ୍କୁ ଲାତ ମାରି ଓହ୍ଲେଇ ଦେବ ଆମେ ଦେଖୁଛୁ । ଆନ୍ଦୋଳନକାରୀଙ୍କ କଥା ଉଠାଇ ପାରୁନଥିବାରୁ ଆମେ ଦୁଃଖିତ । ସରକାରଙ୍କୁ ଜବାବ ସବାଲ କରିପାରୁନାହୁଁ । ଓଡିଶା ବହୁତ ଦୁଃଖରେ ଅଛି । ଭଗବାନ ନବୀନ ବାବୁଙ୍କୁ ସଦବୁଦ୍ଧି ଦିନ୍ତୁ । ମୁଖ୍ୟମନ୍ତ୍ରୀ ଦୀର୍ଘାୟୁ ହୁଅନ୍ତୁ । ନିର୍ବାଚନ ହାରନ୍ତୁ । ଓଡିଶା ଲୋକଙ୍କୁ ମୁକ୍ତି ଦିଅନ୍ତୁ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।

ଏହା ବି ପଢନ୍ତୁ- ବିଧାନସଭାରେ ଅଚଳାବସ୍ଥା ଜାରି; ରୁଲିଂ ସତ୍ତ୍ବେ ନାରାବାଜି ହଙ୍ଗାମା

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ନରସିଂହ କହିଛନ୍ତି, " ଶିକ୍ଷକ, ସରପଞ୍ଚ, ଅଧ୍ୟାପକ, ଡାକ୍ତର, ଗାଁ ସାଥୀ, ଅଙ୍ଗନବାଡି କର୍ମୀ ଆନ୍ଦୋଳନ କରୁଛନ୍ତି । ଗାନ୍ଧୀ ମାର୍ଗରେ ସମସ୍ତ ଆନ୍ଦୋଳନରତଙ୍କ କଣ ଭୁଲ । ସେ ତାଙ୍କ କଣ ହକ ମାଗିପାରିବେନାହିଁ । ଶୂନ୍ୟକାଳରେ ଆଜି ଦୃଷ୍ଟି ଆକର୍ଷଣ କରିଛି । ସିଏମଓ କାହିଁକି ତାଙ୍କ ସମସ୍ୟା ବୁଝିବାକୁ ଯାଉନାହିଁ । "

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 28, 2023, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.