ETV Bharat / state

ରାଜ୍ୟ ସମବାୟ ୟୁନିଅନ ନିର୍ବାଚନରେ ଚଞ୍ଚକତା ଅଭିଯୋଗ, ନିର୍ବାଚନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି - ରାଜ୍ୟ ସମବାୟ ୟୁନିଅନ ନିର୍ବାଚନ

ରାଜ୍ୟ ସମବାୟ ୟୁନିଅନ ନିର୍ବାଚନରେ ବ୍ୟାପକ ଚଞ୍ଚକତା ଅଭିଯୋଗ ଆଣିଲେ ବିରୋଧୀ । ଶାସକ ଦଳ ଚାପରେ ନିର୍ବାଚନ ଅଧିକାରୀ ଯୋଗ୍ୟ ପ୍ରାର୍ଥୀଙ୍କ ନାଁ ତାଲିକାରୁ କାଟି ଦେଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ରାଜ୍ୟ ସମବାୟ ୟୁନିଅନ ନିର୍ବାଚନରେ ଚଞ୍ଚକତା ଅଭିଯୋଗ

author img

By

Published : Jul 11, 2023, 6:45 AM IST

ରାଜ୍ୟ ସମବାୟ ୟୁନିଅନ ନିର୍ବାଚନରେ ଚଞ୍ଚକତା ଅଭିଯୋଗ

ଭୁବନେଶ୍ବର: ରାଜ୍ୟ ସମବାୟ ୟୁନିଅନ ନିର୍ବାଚନରେ ବ୍ୟାପକ ଚଞ୍ଚକତା ଅଭିଯୋଗ । ଅଭିଯୋଗ ଆଣିଲେ ବିଜେପି ଓ କଂଗ୍ରେସର ନାମାଙ୍କନ ଭରିଥିବା ପ୍ରାର୍ଥୀ । ଅଭିଯୋଗ ଅନୁସାରେ ନାମାଙ୍କନ ତାଲିକାରେ ହୋଇଛି ଚଞ୍ଚକତା । ଚଞ୍ଚକତା କରି ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ନାମକୁ ଜାଣି ଜାଣି କାଟି ଦେଇଛନ୍ତି ନିର୍ବାଚନ ଅଧିକାରୀ ସବୀର କୁମାର ପଣ୍ଡା । ସରକାରୀ ଦଳର ପ୍ରରୋଚନାରେ ନିର୍ବାଚନ ଅଧିକାରୀ ଏଭଳି ଚଞ୍ଚକତା କରିଥିବା ଅଭିଯୋଗ ଆଣିଛନ୍ତି ଉଭୟ ବିରୋଧୀ ଦଳ ।

ତେବେ ଗତକାଲିଠାରୁ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କ ନାମ ନୋଟିସରେ ଆସିବାର ସମୟ ସୀମା ରହିଥିଲା । ହେଲେ ସମବାୟ ଅଫିସରେ ଦେଖାନାହାନ୍ତି ନିର୍ବାଚନ ଅଧିକାରୀ ସବୀର କୁମାର ପଣ୍ଡା କିମ୍ବା ଅନ୍ୟ କୌଣସି ଅଧିକାରୀ । ଅଫିସରେ ପଡିଛି ତାଲା । ରବିବାର ଅପରାହ୍ନ ୫ଟା ସମୟରେ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଆସିବା କଥା, କିନ୍ତୁ ସମୟ ଅତିକ୍ରମ କରିଥିଲେ ବି ବର୍ତ୍ତମାନ ଯାଏଁ କାହାରି ଦେଖା ମିଳିନାହିଁ କି କୌଣସି ପ୍ରାର୍ଥୀଙ୍କ ନାମ ମଧ୍ୟ ଆସିନାହିଁ । ଏହାକୁ ନେଇ ନାମାଙ୍କନ ଭରିଥିବା ପ୍ରାର୍ଥୀ ସମବାୟ ଅଫିସ ସମ୍ମୁଖରେ ଲଗାଯାଇଥିବା ନୋଟିସ ବୋର୍ଡକୁ ନେଇ ପାଟି ତୁଣ୍ଡ କରିଥିଲେ । ନିର୍ବାଚନ ଅଧିକାରୀଙ୍କ ଏହି ଚଞ୍ଚକତାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଉଚିତ ତାଲିକା ପ୍ରସ୍ତୁତ ପାଇଁ ଦାବି କରିଥିଲେ । ଅନ୍ୟପଟେ ରବିବାର ଛୁଟିରେ ମଧ୍ୟ ନିର୍ବାଚନ ଥିବାରୁ ଅଫିସ ଖୋଲିବା କଥା, ହେଲେ ତାହା ନକରି ଅନ୍ୟ କେଉଁଠି ବସି ନିର୍ବାଚନ ଅଧିକାରୀ ସରକାରୀ କଳର ବଡ଼ବାବୁଙ୍କ ତତ୍ତ୍ବାବଧାନରେ ବସି ତାଲିକା ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ଅଭିଯୋଗକାରୀ । ତେଣୁ ନିର୍ବାଚନର ସ୍ବଚ୍ଛତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ନିର୍ବାଚନ ଆୟୋଗ ପାଖରେ ଅଭିଯୋଗ କରିବା ସହିତ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ।

ଏହା ମଧ୍ୟ ପଢ଼ନ୍ତୁ...ଅଫିସରରାଜ ବନାମ ନେତାଗିରି, ରାଜଧାନୀରେ ହାଇଭୋଲଟେଜ କଳି

ଏନେଇ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଛନ୍ତି, "ରାଜ୍ୟ ସମବାୟ ୟୁନିଅନ ନିର୍ବାଚନରେ ବ୍ୟାପକ ଜାଲିଆତି କରାଯାଇଛି । ନିର୍ବାଚନରେ ବହୁ ଯୋଗ୍ୟ ପାର୍ଥୀଙ୍କୁ ଅଯୋଗ୍ୟ ତାଲିକାଭୂକ୍ତ କରିଛନ୍ତି । କାହା ଚାପରେ ଓ କେଉଁ ପରିସ୍ଥିତିରେ ନିର୍ବାଚନ ଅଧିକାରୀ ଏମିତି କଲେ, ଉପଯୁକ୍ତ ଯୋଗ୍ୟ ପାର୍ଥୀଙ୍କ କେଉଁ ତଥ୍ୟ ପ୍ରମାଣରେ ତାଲିକାରୁ ନାଁ କାଟିଲେ, ତାର ଉତ୍ତର ରଖନ୍ତୁ ।" ସରକାରଙ୍କ ଚାପରେ ଏଭଳି ହେଉଥିବା ବେଳେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ହେଉ ଓ ଆଉଥରେ ତାଲିକା ବାହାରୁ ବୋଲି ସେ ଦାବି କରିଛନ୍ତି । ଏଭଳି ଜାଲିଆତିରୁ ନିର୍ବାଚନ ଅଧିକାରୀ କ୍ଷାନ୍ତ ରୁହନ୍ତୁ ଆଉ ସ୍ଵଚ୍ଛ ନିର୍ବାଚନ କରନ୍ତୁ ବୋଲି ସେ କହିଛନ୍ତି । ନହେଲେ ଆଗାମୀ ଦିନରେ ଏହାକୁ ସବୁ ଦଳ ମିଶି ବିରୋଧ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି । ଏଠାରେ ସୂଚନା ଥାଉ କି, ଆସନ୍ତା ୨୩ ଜୁଲାଇରେ ଏହି ସମବାୟ ନିର୍ବାଚନ ହେବ । ୨୧ ଜଣିଆ ସଦସ୍ୟଙ୍କୁ ନେଇ ଏହି ରାଜ୍ୟ ସମବାୟ ୟୁନିଅନ ଗଠନ ହୋଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.