ETV Bharat / state

ୟୁପି-ବିହାର ପରି ଭୁବନେଶ୍ୱରରେ ବନ୍ଧୁକରାଜ: ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼

author img

By

Published : Jun 29, 2023, 10:04 AM IST

Updated : Jun 29, 2023, 1:21 PM IST

ରାଜଧାନୀ ଭୁବନେଶ୍ବରରେ ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ । ଅଧିକ ପଢନ୍ତୁ

ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼

ବିଜେଡି କର୍ପୋରେଟରଙ୍କ ଭାଇଙ୍କୁ ଗୁଳିମାଡ଼

ଭୁବନେଶ୍ବର: ଅଶାନ୍ତ ରାଜଧାନୀ । ରାତିଅଧରେ ରାଜଧାନୀ ଭୁବନେଶ୍ବରରେ ଫୁଟିଲା ଗୁଳି । ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାକୁ ଗୁଳିମାଡ । ଗତକାଲି(ବୁଧବାର) ରାତିରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଝାରପଡାରେ କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ଓରଫ୍ ରିଙ୍କୁଙ୍କୁ ଗୁଳିମାଡ ହୋଇଛି । ଆହତ ଅବସ୍ଥାରେ ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାସ୍ତାରେ ସାଇଡମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି ।

ଶେଖର ଜେନାଙ୍କ ବାମଗୋଡ ଓ ଆଲୋକ ଜେନାଙ୍କ ଡାହାଣ ଗୋଡରେ ଗୁଳି ବାଜିଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନଘନା କରୁଛି । ଗୁଳିମାଡ଼ ପରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଡିସିପି ପ୍ରତୀକ ସିଂ ହସ୍ପିଟାଲରେ ଶିଖର ଜେନାଙ୍କୁ ହସ୍ପିଟାଲରେ ଭେଟିଛନ୍ତି । ଯାହା ସୂଚନା ମିଳିଛି, ଗତକାଲି ଲକ୍ଷ୍ମୀସାଗର ଥାନା ଝାରପଡ଼ା ପ୍ରଜାପିତା ମଣ୍ଡପ ସାମ୍ନାରେ ଶିଖର ଜେନାଙ୍କ ଗୋଷ୍ଠୀ ଓ ଅପରଗୋଷ୍ଠୀର ଗାଡି ସାମ୍ନାସାମ୍ନି ହୋଇଥିଲା । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଗାଡି ପଛକୁ ନେବାକୁ କହିବାରୁ ସେଇଠୁ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।

ଏନେଇ ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ । ବିପକ୍ଷ ଗୋଷ୍ଠୀର ଜଣେ ପର୍ସନାଲ ସିକ୍ୟୁରିଟି ଗାର୍ଡ ନିଜ ବନ୍ଧୁକ କାଢି ଗୋଟିଏ ବ୍ଲାଙ୍କ ଫାୟାରିଂ କରିବା ସହ ପରେ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିଲେ । ଫଳରେ ଗୋଟିଏ ଗୁଳି ଶିଖରଙ୍କ ଗୋଡ଼ରେ ଓ ଅନ୍ୟଟି ତାଙ୍କ ପୁତୁରା ଗୋଡ଼ରେ ବାଜିଥିଲା । ଉଭୟଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତରୁ ଜଣାପଡିଛି ଯେ, ପୂର୍ବରୁ ଉଭୟ ଗୋଷ୍ଠୀ ମଧ୍ୟରେ ରାଜନୈତିକ ଶତ୍ରୁତା ରହିଛି । ଏହି ଗୁଳିମାଡ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ଜଣେ ସିକ୍ୟୁରିଟି ଗାର୍ଡ ଥିବା ଜଣାପଡିଛି । ତେବେ କୁହାଯାଇଛି କି, ସମ୍ପୃକ୍ତ ସିକୁରିଟି ଗାର୍ଡ ଜଣଙ୍କ ୟୁପି ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ । ସେ ଅପରଗୋଷ୍ଠୀର ଜଣେ ବ୍ୟକ୍ତିଙ୍କ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ତାଙ୍କ ନିକଟରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ମଧ୍ୟ ରହିଛି ।

ଏହାମଧ୍ୟ ପଢନ୍ତୁ: Double Murder In Digapahandi: ଦୁର୍ବୃତ୍ତଙ୍କ ନୃଶଂସ କାଣ୍ଡ, ହତ୍ୟା ପରେ ଦୁଇ ଜଣଙ୍କୁ ପୋଡି ଦେଲେ

ତେବେ ଭୁବନେଶ୍ବରରେ ୟୁପି ଓ ବିହାର‌ ଭଳି ରାଜନୈତିକ ଶତ୍ରୁତା ପାଇଁ ଏପରି ଗୁଳିକାଣ୍ଡ ଘଟିବା ପୋଲିସ ପାଇଁ ଚିନ୍ତା ବଢ଼ାଇଛି । ଏନେଇ‌ ଭୁବନେଶ୍ବର ଡିସିପି କହିଛନ୍ତି ଯେ, ଗୁଳିମାଡ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହାତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଘଟଣାରେ ପଚରାଉଚରା କରାଯାଉଛି । ବିଭିନ୍ନ ଦିଗକୁ ନେଇ ତର୍ଜମା ଚାଲିଛି । ପୂର୍ବରୁ ଶିଖର ଜେନା ବନ୍ଧୁକ ରଖିବା ଅଭିଯୋଗରେ ଗିରଫ ମଧ୍ୟ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 29, 2023, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.