ETV Bharat / state

ଆସିଷ୍ଟାଣ୍ଟ ରେଜିଷ୍ଟରଙ୍କ ନାଁରେ ଅସଦାଚରଣ ଅଭିଯୋଗ

ଘରୋଇ କଲେଜର ଆସିଷ୍ଟାଣ୍ଟ ରେଜିଷ୍ଟରଙ୍କ ନାଁରେ ସାଂଘାତିକ ଅଭିଯୋଗ । ଯୁବତୀଙ୍କୁ କରୁଛନ୍ତି ବ୍ଲାକମେଲିଂ । ଅଧିକ ପଢ଼ନ୍ତୁ

Misbehave allegation against assistant register
ଆସିଷ୍ଟାଣ୍ଟ ରେଜିଷ୍ଟରଙ୍କ ନାଁରେ ଅସଦାଚରଣ
author img

By

Published : Dec 29, 2022, 9:25 PM IST

ଭୁବନେଶ୍ବର: ଆସିଷ୍ଟାଣ୍ଟ ରେଜିଷ୍ଟରଙ୍କ ନାଁରେ ଅସଦାଚରଣ ଅଭିଯୋଗ । ଇନଷ୍ଟିଚ୍ୟୁଟ୍ ଅଫ କେମିକାଲ ଟେକ୍ନୋଲୋଜି ମୁମ୍ବାଇ ଇଣ୍ଡିଆନ ଅଏଲ୍ ଓଡିଶା କ୍ୟାମ୍ପସ ଭୁବନେଶ୍ବରର ଆସିଷ୍ଟାଣ୍ଟ ରେଜିଷ୍ଟର ସୁନିଲ କୁମାର ମହାନ୍ତିଙ୍କ ନାଁରେ ଆସିଛି ଅସଦାଚରଣ ଅଭିଯୋଗ ।

ସେହି ଇଷ୍ଟିଚ୍ୟୁଟ୍ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଯୁବତୀ ଆଣିଛନ୍ତି ମାନସିକ ଅତ୍ୟାଚାର, ଶାରୀରିକ ଅତ୍ୟାଚାର ସହ ଅଶାଳୀନ ଭାଷାରେ ଗାଳିଗୁଲଜ, ଅଶାଳୀନ ଇଙ୍ଗିତ କରିବା ଓ ସତ କହିଲେ ଜୀବନରୁ ମାରିଦେବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଏନେଇ ଗତ ନଭେମ୍ବରରୁ ଚନ୍ଦ୍ର ଶେଖରପୁର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ତେଣୁ ବାଧ୍ୟ ହୋଇ ଯୁବତୀ ଜଣକ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି । ଖାଲି ପୋଲିସ ନୁହେଁ ଏନେଇ ଅନୁଷ୍ଠାନର ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଥିଲେ । ହେଲେ ସେମାନେ ତାଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହି ୨ ବର୍ଷ ନିଲମ୍ୱିତ କରିଦେଇଥିବା କହିଥିଲେ ।

ହେଲେ ଏବେ ବି ଆସିଷ୍ଟାଣ୍ଟ ରେଜିଷ୍ଟର ସୁନିଲ କୁମାର ମହାନ୍ତି ଇଷ୍ଟିଚ୍ଯୁଟକୁ ଆସୁଛନ୍ତି । ଆଉ ତାଙ୍କ ସିଟ୍ ରେ ବସିଛନ୍ତି ଆଉ ଯୁବତୀଙ୍କୁ ଧମକ ଦେଉଛନ୍ତି । ଏହାକୁ ନେଇ ଯୁବତୀ ଡରିଯାଇଥିବା ବେଳେ କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା ମାଗୁଛନ୍ତି । ପୋଲିସର କାର୍ଯ୍ୟକଳାପକୁ ନେଇ ନିରାଶ ହୋଇଥିବା ବେଳେ ତାଙ୍କୁ ସେଠାରୁ ବହିଷ୍କାର ପାଇଁ ଦାବି କରିଛନ୍ତି ।

କାରଣ ପରିବାରର ଅଭାବକୁ ନେଇ ସେ ୨ ବର୍ଷ ହେବ ଏଠି କାର୍ଯ୍ୟ କରୁଥିଲେ । ତାଙ୍କ ପାଇଁ ଚାକିରିର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ତେଣୁ ନିଜ ପଦର ଅପବ୍ଯବହାର କରୁଥିବା ଏହି ଅଧିକାରୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ଯୁବତୀ ।

ଖାଲି ତାଙ୍କୁ ନୁହେଁ ନକଲି ଡାକ୍ତରଙ୍କ ପରିଚୟ ଦେଇ ଏଭଳି ଅନେକ ଝିଅଙ୍କୁ ଜାଲରେ ଫସାଇ ଖରାପ ବ୍ଯବହାର ସହ ନଗ୍ନ ଫଟୋ ମାଗନ୍ତି ବୋଲି ମଧ୍ୟ ଅଭିଯୋଗ ଆସିଛି । ଅନ୍ୟପଟେ ଏନେଇ ଜୋନ-୬ ଏସିପି କହିଛନ୍ତି ଅଭିଯୋଗ ଆଧାରରେ ତଦନ୍ତ କରାଯାଉଛି । ଉପଯୁକ୍ତ ପ୍ରମାଣ ଓ ତଥ୍ଯ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହାମଧ୍ୟ ପଢ଼ନ୍ତୁ. Hockey World Cup: ମୁଖ୍ୟମନ୍ତ୍ରୀଗଣଙ୍କୁ ନିମନ୍ତ୍ରଣ ଦେଉଛି ଓଡିଶା

ଏ ନେଇ ଯୁବତୀ ଜଣକ କହିଛନ୍ତି, ''ଆସିଷ୍ଟାଣ୍ଟ ରେଜିଷ୍ଟର ସୁନୀଲ ମୋତେ ସବୁବେଳେ ଧମକ ଦେଉଛନ୍ତି । ତତେ ମୁଁ ଜୀବନରୁ ମାରି ଦେବି । ବର୍ବାଦ କରିଦେବି । ଗତ ମାସେ ହେଲାଣି ଏନେଇ ମୁଁ ଥାନାରେ ଲିଖିତ ଅଭିଯୋଗ କରିଛି । ହେଲେ କୌଶମି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ବୋଧହୁଏ ପୋଲିସ ସହ ତାଙ୍କର କିଛି କଥା ହୋଇଥିବ । ଯେଉଁଥି ପାଇଁ ଆସିଷ୍ଟାଣ୍ଟ ରେଜିଷ୍ଟର ସୁନୀଲଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠା ନ ନିଆଯାଉନି ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.