ଭୁବନେଶ୍ବର: ରାଜଧାନୀରେ ହିଟ ଆଣ୍ଡ ରନ। ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା କାର। ଘଟଣାସ୍ଥଳରେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ମୃତଦହ ବ୍ୟବଚ୍ଛେଦ କରାଯାଇଛି । ଶ୍ରମିକଙ୍କ ପରିଚୟ ନଥିବା ବେଳେ ପରିଚୟ ପାଇଁ ମୃତକଙ୍କ ଫଟୋ ସାର୍ବଜନୀନ କରିଛି ପୋଲିସ ।
ସୂଚନା ମୁତାବିକ ଗତକାଲି ରାତି ୧ତା ୪୦ ବେଳକୁ ରାଜମହଲ ଛକରେ ଏକ ନାଲି କାର ହଠାତ ଶୋଇଥିବା ମୃତ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଗାଡିଟି ଦୃତ ବେଗରେ ଥିବାରୁ ଶ୍ରମିକ ଜଣକ ଉପରେ ଯେତେବେଳେ ଚଢ଼ିଥିଲା ଟଙ୍କାର ସେଇଠି ହିଁ ମୃତ୍ୟୁ ହୋଇଥିଲା । କାର ଟି ଧକା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲା । ଆଉ ଆଜି କାର ଟିକୁ ଜବତ କରିଛି ଧଉଳି ପୋଲିସ । ଲିଙ୍ଗିପୁର ପକ୍ଷରୁ ଦୟା କୂଳରେ କାରଟି ଥୁଆ ହୋଇଥିବା ବେଳେ କାରଟିକୁ ଜବତ କରିଛି ଧଉଳି ପୋଲିସ ।
ଏହା ମଧ୍ୟ ପଢନ୍ତୁ...ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ, ମାନବିକତା ଦେଖାଇଲେ କନେଷ୍ଟବଳ
ଏହି ଘଟଣାକୁ ନେଇ ପୋଲିସ କହିଛି ରାତିପ୍ରାୟ ୧ତା ପରେ ଏଜି ଛକରୁ ଏକ ଗାଡି ଆସୁଥିବା ସମୟରେ ଯେତେବେଳେ ରାଜମହଲ ଛକରେ ଓ ଟନ୍ର ନେଇଛି ସେତେବେଳେ ସେ ଭାରସାମ୍ୟ ହରାଇ ଫୁଟପାଥ ଉପରେ ଚଢ଼ିଯାଇଛି । ଆଉ ଏହି ସମୟରେ ଫୁଟପାଥ ବା ସେଠାରେ ଥିବା ଉଚା ଜାଗା ଉପରେ ଯେଉଁ ଶ୍ରମିକ ସୋଇଥିଲେ ତାଙ୍କ ଉପରେ ଗାଡିଟି ଚଢ଼ିଯାଇଥିଲା । ଆମେ ଖବର ପାଇବା ପରେ ଘଟଣା ସ୍ଥଳକୁ ଯାଇଥିଲୁ ସେଠାରେ ବ୍ୟକ୍ତିଂକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଏକ ଦୁର୍ଘଟଣ ମାମଲା ନିଜ ଆଡୁ ରୁଜୁ କରିଛି ପୋଲିସ । ଦାୟିତ୍ଵସମ୍ପନ୍ନ ଅଧିକାରଙ୍କୁ ଏହି ମାମଲା ଦେଇଥିବା ବେଳେ ଥାନାଧିକାରୀଙ୍କ ତତ୍ୱାବଧାନରେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଏସିପି ମାନସ ଗଡ଼ନାୟକ । ମାମଲାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା ବେଳେ ସିସିଟିଭି ଉପରେ ନଜର ରଖିଛୁ । ଚାଳକର ପରମିଟ ମଧ୍ୟ ଅନୁଧ୍ୟାନ କରାଯିବ ଖୁବଶୀଘ୍ର ଗାଡିର ମାଲିକଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ....ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା କାର ବୋଝୋଇ କଣ୍ଟେନର, ଭାଙ୍ଗିଲା ରେଳ ବ୍ୟାରିକେଡ
ଇଟିଭି ଭାରତ, ଭୁବନେଶ୍ବର