ETV Bharat / state

ବାଇକ ଓ କାରକୁ ଧକ୍କା ଦେଲା ପିସିଆର ଭ୍ୟାନ

ମୃତ ବାଇକ ଚାଳକ ଜଣକ ହେଲେ ଗଇନଡା ଗାଁର ହାଲୁ ସାହୁଙ୍କ 25 ବର୍ଷୀୟ ଏକମାତ୍ର ପୁଅ ରଞ୍ଜିତ ବୋଲି ଜଣାପଡିଛି।

author img

By

Published : Mar 5, 2019, 3:33 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନାଚୁଣୀ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡକ ଦୁର୍ଘଟଣା । ଗୋଟିଏ ସମୟରେ ବାଇକ ଓ କାରକୁ ପିସିଆର ଭ୍ୟାନ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ମୃତ ବାଇକ ଚାଳକ ଜଣକ ହେଲେ ଗଇନଡା ଗାଁର ହାଲୁ ସାହୁଙ୍କ 25 ବର୍ଷୀୟ ଏକମାତ୍ର ପୁଅ ରଞ୍ଜିତ ବୋଲି ଜଣାପଡିଛି । ସେହିପରି ବାଇକ ପଛରେ ବସିଥିବା ହାଟବରଡି ଗାଁର ଅନ୍ୟ ଜଣେ ଯୁବକ ଗଙ୍ଗାଧର ସାହୁଙ୍କ ଅବସ୍ଥା ଗୁରୁତର ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଆହତମାନଙ୍କୁ ପ୍ରଥମେ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥ ଅବରୋଧ କରିଥିବା ସ୍ଥାନୀୟ ଲୋକଙ୍କୁ ପୋଲିସ ବୁଝାସୁଝା କରୁଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

Slug : OD_KPT_Gupteswar_Santakar_4-3-19

ମହାଶିବରାତ୍ରି ଶୈବପୀଠ ଗୁପ୍ତେଶ୍ଵରରେ ଭକ୍ତଙ୍କୁ ଗୁମ୍ଫା ଭିତରେ ଶିବ ଲିଙ୍ଗ ଦର୍ଶନ କରାଇ  ଅନନ୍ୟ ଅନୁଭୂତି କାହିଁ କେଉଁକାଳରୁ ଦେଇଆସୁଛି । ଆଜି ଓଡିଶା , ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର  ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଗୁପ୍ତେଶ୍ଵର ଚଳଚଂଚଳ ହୋଇଉଠିଥିବା ବେଳେ ଏହି ବଣ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ଏହି ଉତ୍ସବ ପରିସର ନିଜ  ଘରକରଣାର ଆବଶ୍ୟକତା ପୁରଣ କରିବା ପାଇଁ ସୁଲଭ ମୂଲ୍ୟରେ ଖୋଲୁଥିବା ସୁପର ବଜାର ଠାରୁ କିଛି କମ ନୁହେଁ । ମହାଶିବରାତ୍ରି ର ବହୁଦିନ ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଏହି ଆଦିବାସୀ ଜନଜାତି ର ଲୋକେ ଝୁଣା , ପାଳୁଅ , ହରିଡା , ବାହାଡ଼ା , ଅଁଳା ଓ ବିଭିନ୍ନ ଔଷଧୀୟ ଗୁଣରେ ଭରି ରହିଥିବା କନ୍ଦା , ଚେରମୂଳ ସଂଗ୍ରହ କରିଥାନ୍ତି । ଆଦିବାସୀଙ୍କ ଠାରୁ ଏହି ସମସ୍ତ ଶୁଦ୍ଧ ଜଙ୍ଗଲଜାତ ଦ୍ରବ୍ୟ କିଣିବାରେ ପର୍ଯ୍ୟଟକ ଯେତିକି ପରିମାଣରେ ଆନନ୍ଦିତ ହୁଅନ୍ତି , ତାଠାରୁ ଅଧିକ ଏହି ସବୁ ଜିନିଷ ବିକ୍ରିକରି ଆଦିବାସୀ ପରିବାର ନିଜ ଘରେ ଆବଶ୍ୟକ ହେଉଥିବା ବିଭିନ୍ନ ଜିନିଷ କିଣିନେବାର ସୁଯୋଗ ପାଇ ଉଲ୍ଲସିତ ହୋଇଉଠନ୍ତି । ପିଲାଙ୍କ ପାଇଁ ଖେଳନା , ଗହଣା , ମିଠା , ପିଠା  କିଣିବାଠାରୁ ଆରମ୍ଭ କରି କଟୁରି , ଟାଙ୍ଗିଆ , ଛୁରୀ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ କୁ କିଣିନେଇଥାନ୍ତି । ମାଓ ପ୍ରଭାବିତ ଅଂଚଳ ହୋଇଥିବା ଯୋଗୁଁ ବିଏସଏଫ ଯବାନ ପାଟ୍ରୋଲିଂ ର କାର୍ଯ୍ୟ କରୁଥିବା ବେଳେ ଜିଲ୍ଲା ପୋଲିସ ସାଧା ପୋଷାକରେ ଘୁରିବୁଲୁଛନ୍ତି । ତେବେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଯାତ୍ରାର ସୁଚାରୁ ସମ୍ପାଦନ ପାଇଁ ଦୁରୁଆ ଆଦିବାସୀ ଯୁବକ ଅଣ୍ଟା ଭିଡି ଆଗକୁ ଆସିଛନ୍ତି ।ବର୍ଷ ପରେ ବର୍ଷ ଏହି ଯୁବକ ମାନେ ମନ୍ଦିର ପ୍ରବେଶ ଦ୍ୱାର ଠାରୁ ଆରମ୍ଭ କରି ଦୁଇ କିଲୋମିଟର ଦୂରରେ ଥିବା ଗାଡି ରଖିବା ସ୍ଥାନ ପର୍ଯ୍ୟନ୍ତ ଦାୟିତ୍ୱ ବାଣ୍ଟି ନେଇ ଯାତ୍ରାକୁ ସୁଚାରୁ ରୂପେ ସମ୍ପାଦିତ କରାଇ ଆସୁଛନ୍ତି । ଚଳିତ ବର୍ଷ ଗୁପ୍ତେଶ୍ଵର ପୀଠରେ ପତିତପାବନ ମନ୍ଦିର ପ୍ରତିଷ୍ଠା କରାଯାଇଥିବା ଯୋଗୁଁ ଭକ୍ତଙ୍କ ଆଗ୍ରହ ଦ୍ବିଗୁଣିତ ହୋଇଉଠିଛି ।
........
Byte : Dr.Pritidhara Samal , Koraput
........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.