ETV Bharat / state

ବାହାରୁନି ମାର୍କେଟ ବିଲ୍ଡିଂ ସମାଧାନ ବାଟ, ଉଠା ଦୋକାନୀଙ୍କୁ ୧୦୦ରୁ ଅଧିକ ସଂଘର ସମର୍ଥନ - ଉଠା ଦୋକାନୀଙ୍କୁ ୧୦୦ରୁ ଅଧିକ ସଂଘର ସମର୍ଥନ

୯ ଦିନଧରି ବନ୍ଦ ରହିଛି ମାର୍କେଟ ବିଲ୍ଡିଂ । ୯ ଦିନ ପରେ ବି ସ୍ଥାୟୀ ଅସ୍ଥାୟୀ ବ୍ୟବସାୟୀ ବିବାଦର ହୋଇପାରୁନି ସମାଧାନ । ଧାରଣାରେ ବସିଥିବା ଉଠା ଦୋକାନୀଙ୍କୁ ୧୦୦ରୁ ଅଧିକ ସଂଘର ମିଳିଲା ସମର୍ଥନ । ଅଧିକ ପଢ଼ନ୍ତୁ

୯ ଦିନ ପରେ ବି ସ୍ଥାୟୀ ଅସ୍ଥାୟୀ ବ୍ୟବସାୟୀ ବିବାଦର ହୋଇପାରୁନି ସମାଧାନ

author img

By

Published : Jul 26, 2023, 7:18 AM IST

୯ ଦିନ ପରେ ବି ସ୍ଥାୟୀ ଅସ୍ଥାୟୀ ବ୍ୟବସାୟୀ ବିବାଦର ହୋଇପାରୁନି ସମାଧାନ

ଭୁବନେଶ୍ବର: ୯ ଦିନଧରି ବନ୍ଦ ରହିଛି ମାର୍କେଟ ବିଲ୍ଡିଂ । ୯ ଦିନ ପରେ ବି ସ୍ଥାୟୀ ଅସ୍ଥାୟୀ ବ୍ୟବସାୟୀ ବିବାଦର ହୋଇପାରୁନି ସମାଧାନ । ଧାରଣାରେ ବସିଥିବା ଉଠା ଦୋକାନୀଙ୍କୁ ୧୦୦ରୁ ଅଧିକ ସଂଘର ମିଳିଲା ସମର୍ଥନ । ଉଠାଦୋକାନୀଙ୍କୁ ମାର୍କେଟରୁ ନ ଉଠାଯାଇ ଥଇଥାନ କରାଯାଉ ଓ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟବସାୟ କରିବା ପାଇଁ ସ୍ଥାନ ଦେବାକୁ ଦାବି କରିଛନ୍ତି ଉଠା ଦୋକାନୀ ସଂଘ । ବିଶେଷ କରି ପ୍ରଶାସନର ଅପରାଗତ ଓ ଅବହେଳା ଯୋଗୁ ଏଭଳି ସମସ୍ୟା ବାରବାର ସୃଷ୍ଟି ହେଉଛି ବୋଲି କହିଛନ୍ତି ଉଠାଦୋକାନୀ ସଂଘ ।

ସପ୍ତାହେ ମଧ୍ୟରୁ ପ୍ରାୟ ୧୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର କିଣାବିକା ପ୍ରଭାବିତ ହୋଇଥିବା ବେଳେ ଗ୍ରାହକ ମାନେ ମଧ୍ୟ ମାର୍କେଟ ବିଲ୍ଡିଂକୁ ଆସି ଖାଲି ହାତରେ ଫେରୁଛନ୍ତି । ଦୁଇ ଗୋଷ୍ଠୀର ବିବାଦ ମଧ୍ୟରେ ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଉଠାଦୋକାନୀ ଆଳରେ ବାଲାଂଦେଶୀ, ମିଆଁମାର ଅନୁପ୍ରବେଶକାରୀ ମାନେ ଏଠାରେ କାୟା ବିସ୍ତାର କରୁଥିବା ଅଭିଯୋଗ ହୋଇଛି । ବିଏମସି ଦ୍ଵାରା କେବଳ ୭୨ଜଣ ଉଠା ଦୋକାନୀ ପଞ୍ଜିକୃତ ହୋଇଥିବା କୁହାଯାଉଥିବା ବେଳେ ମାର୍କେଟ ବିଲ୍ଡିଂରେ କିନ୍ତୁ ୨୦୦ରୁ ଊର୍ଦ୍ଧ୍ବ ଉଠାଦୋକାନୀ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି । ବିଏମସି ରାଜସ୍ବ ଆଦାୟ ନାଁରେ ବାଂଲାଦେଶୀ, ମିଆଁମାର ଅନୁପ୍ରବେଶକାରୀଙ୍କୁ ପ୍ରଶୟ ଦେଉଥିବା ଅଭିଯୋଗ କରିଛନ୍ତି ଉଠା ଦୋକାନୀ ।

ଓଡ଼ିଆ ଅପେକ୍ଷା ଏଠି ଅଣଓଡ଼ିଆ ବା ଭାରତ ବାହାରରର ଅନେକ ବ୍ୟବସାୟ ପାଇଁ କାୟା ମେଲାଇ ବସିଥିବା ବେଳେ ପ୍ରଶାସନ ପାଇଁ ମଧ୍ୟ ସମସ୍ତଙ୍କୁ ଥଇଥାନ କରିବା ଏବେ ମୁଣ୍ଡ ବିନ୍ଧାର କାରଣ ହୋଇଛି । ବିନା ପଞ୍ଜିକରଣରେ ପସରା ମେଲାଉଛନ୍ତି ରାଜ୍ୟ ବାହାର ବ୍ୟବସାୟୀ । ପଞ୍ଜିକୃତ ଉଠା ଦୋକାନୀଙ୍କୁ ଶୋଷଣ କରାଯାଉଥିବା ଉଠା ଦୋକାନୀ ଦାବି କରିଛନ୍ତି । ତେଣୁ ଗତକାଲି(ମଙ୍ଗଳବାର) ରାଜଧାନୀର ବିଭିନ୍ନ ଉଠାଦୋକାନୀ ଏକାଠି ହୋଇ ଆଇନଗତ ରହିତାଦେଶ ଓ ପ୍ରମାଣ ପତ୍ର ଥିବା ବ୍ୟବସାୟୀଙ୍କୁ ଥଇଥାନ ଓ ବ୍ୟବସାୟ ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି । ଏହାଦ୍ୱାରା ଅନୁପ୍ରବେଶକାରୀଙ୍କ ସଂଖ୍ୟା କମିବା ସହ ଆଗକୁ ମାର୍କେଟରେ ଆଉ ଅପ୍ରୀତିକର ପରିସ୍ଥିତି ହେବନାହିଁ ବୋଲି କହିଛି ବ୍ୟବସାୟ ସଂଘ ।

ଅସ୍ଥାୟୀ ଭେଣ୍ଡର ଆସୋସିଏସନର ରାଜ୍ୟ ସଭାପତି ପ୍ରତାପ ସାହୁ, ‘‘ଭାରତୀୟ ଭାବେ ଜୀବନ ପ୍ରତିପୋଷଣ ପାଇଁ ଦେଶରେ ଯେଉଁଠିବି ଚାହିଁବେ ସେଇଠି ଜଣେ ବ୍ୟବସାୟୀ ତାର ବ୍ୟବସାୟ କରିବାର ଅଧିକାର ରହିଛି । ହେଲେ ଆଇନଗତ ପ୍ରମାଣ ପତ୍ର ଆଧାରରେ ବ୍ୟବସାୟ କରିବା ଏକାନ୍ତ ଅବଶ୍ୟକ । ପ୍ରକୃତ ଉଠା ଦୋକାନୀଙ୍କୁ ତାଙ୍କର ନାର୍ଯ୍ୟ ପ୍ରଦାନ କରାଯାଉ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.