ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ଗ୍ରାମରକ୍ଷୀ ମୃତ, କନଷ୍ଟେବଳ ଗୁରୁତର - ଖୋର୍ଦ୍ଧା ଖବର

ସ୍ବାଧୀନତା ଦିବସରେ ଅଘଟଣ । ଫାଣ୍ଡି ପରିସରରେ ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗ୍ରାମରକ୍ଷୀ ମୃତ,କନଷ୍ଟେବଳ ଗୁରୁତର । ଅଧିକ ପଢନ୍ତୁ...

ଜାତୀୟ ପତାକା ପାଇଁ ଖୁଣ୍ଟ ପୋତିବା ବେଳେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଆସି ଗ୍ରାମରଖି ମୃତ,କନେଷ୍ଟବଳ ଗୁରୁତର

author img

By

Published : Aug 15, 2021, 12:24 PM IST

ଖୋର୍ଦ୍ଧା: ଦେଶ 75ତମ ସ୍ବାଧୀନତା ଦିବସ ପାଳୁଛି। ଚାରିଆଡେ ଉତ୍ସାହର ମାହୋଲ ରହିଛି । କିନ୍ତୁ ଖୋର୍ଦ୍ଧାରୁ ଆସିଛି ଏକ ଦୁଃଖଦ ଖବର । ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଖୁଣ୍ଟ ପୋତିବା ବେଳେ ଘଟିଛି ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗ୍ରାମରକ୍ଷୀ ମୃତ୍ଯୁବରଣ କରିଥିବା ବେଳେ କନେଷ୍ଟବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି। ମୃତକ ହେଲେ ଗ୍ରାମରକ୍ଷୀ ଧନେଶ୍ଵର ଦାସ ।

ଜାତୀୟ ପତାକା ପାଇଁ ଖୁଣ୍ଟ ପୋତିବା ବେଳେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଆସି ଗ୍ରାମରଖି ମୃତ,କନେଷ୍ଟବଳ ଗୁରୁତର

ସୂଚନା ଅନୁସାରେ, ଆଜି ସକାଳ ସମୟରେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରୁଥିଲେ। ପତାକା ଉତ୍ତୋଳନ ଲାଗି ପୋତା ଯାଇଥିବା ଲୁହା ପାଇପ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଯାହାଫଳରେ ପତାକା ଉତ୍ତୋଳନବେଳେ ଉଭୟ ଗ୍ରାମରକ୍ଷୀ ଓ କନଷ୍ଟେବଳ ଖୁଣ୍ଟ ସଂସ୍ପର୍ଶରେ ଆସି ଗୁରୁତର ହୋଇଯାଇଥିଲେ। ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଗ୍ରାମରକ୍ଷୀଙ୍କୁ ମୃତ ଘୋଷଣା କରିଥିଲେ। କନେଷ୍ଟବଳଙ୍କ ଅବସ୍ଥା ଗୁରୁତର ଥିବାରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.