ETV Bharat / state

Road Mishap: ଦୁର୍ଘଟଣାରେ ଚାଲିଗଲା ଯୁବ ଅଧ୍ଯାପକଙ୍କ ଜୀବନ

author img

By

Published : Apr 27, 2023, 3:32 PM IST

ଖୋର୍ଦ୍ଧା ବୋଲଗଡ ବ୍ଲକ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବ ଅଧ୍ଯାପକଙ୍କ ଜୀବନ । ଅଧିକ ପଢନ୍ତୁ

Khordha Road Mishap
Khordha Road Mishap
ଦୁର୍ଘଟଣାରେ ଚାଲିଗଲା ଯୁବ ଅଧ୍ଯାପକଙ୍କ ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଜି (ଗୁରୁବାର) ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବ ଅଧ୍ୟାପକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପ୍ରଦୀପ ମିଶ୍ର । ସେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଥିଲେ । ଆଜି ଅଧ୍ୟାପନା ପାଇଁ ନିଜ ସ୍କୁଟିରେ କଲେଜ ଆସୁଥିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ ବ୍ଲକ ଛକ ନିକଟରେ ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇ ପଳାଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପ୍ରଦୀପଙ୍କୁ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ଘଟଣା ଘଟାଇଥିବା କାର୍ ଦ୍ରୁତଗତିରେ ଖୋର୍ଦ୍ଧାରୁ ନୟାଗଡ ଅଭିମୁଖେ ଯାଉଥିଲା । ଏତିକି ବେଳେ ବୋଲଗଡ ବ୍ଲକ ଛକ ସମ୍ମୁଖରେ ଅଧ୍ୟାପକ ପ୍ରଦୀପ ମିଶ୍ରଙ୍କ ସ୍କୁଟିକୁ ଖୁବ୍ ଜୋରରେ ଧକ୍କା ଦେଇଥିଲା । ଅଧ୍ୟାପକଙ୍କ ମୃତ୍ୟୁ ଖବର ପାଇ ବୋଲଗଡ ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଅଧ୍ୟାପକଙ୍କ ଅକାଳ ବିୟୋଗରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟରେ ଶୋକର ଛାୟା ଖେଳି ଯାଇଛି । ପ୍ରଦୀପ ମିଶ୍ର ଜଣେ ମେଳାପୀ, ମିଷ୍ଟଭାଷୀ ତଥା କର୍ତ୍ତବ୍ୟନିଷ୍ଠ ଅଧ୍ୟାପକ ଥିଲେ । ତାଙ୍କ ଘର ନୟାଗଡ଼ ଓଡ଼ଗାଁ ହୋଇଥିବା ବେଳେ ସେ ପରିବାର ସହ ଭୁବନେଶ୍ୱରରେ ରହୁଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ରାଇଘର ସୀମାରେ ଗୁଳି ବିନିମୟ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ପ୍ରଶସ୍ତିକରଣ ନାମରେ ବିଭିନ୍ନ ସ୍ଥାନରେ ରାସ୍ତା କାର୍ଯ୍ୟ ସରୁ ନଥିବାବେଳେ ବିଭିନ୍ନ ଛକ ସହ ଶିକ୍ଷାନୁଷ୍ଠାନମାନଙ୍କରେ ହମ୍ସର ଅଭାବ ଯୋଗୁଁ ଦ୍ରୁତଗତିରେ ଯାଉଥିବା ଗାଡ଼ି ଉପରେ ବ୍ରେକ୍‌ ଲାଗି ପାରୁନି । ଏଥିପାଇଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ଯେମିତି ଆଜି ମଧ୍ୟାହ୍ନ ସମୟରେ ଅଧ୍ଯାପନା ପାଇଁ ସ୍କୁଟିରେ ଆସୁଥିବା ଅଧ୍ଯାପକ ପ୍ରଦୀପ ମିଶ୍ରଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

ଏହାମଧ୍ୟ ପଢନ୍ତୁ: Dantewada Naxalite Attack: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ବାଘେଲ

ଏହାମଧ୍ୟ ପଢନ୍ତୁ: Boat capsizes in Brahmani River: ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା, 2 ନିଖୋଜ

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.