ETV Bharat / state

ସହରାଞ୍ଚଳ ରୂପାନ୍ତରଣରେ ରହିଛି ନିର୍ବାଚିତ ପୌର ପ୍ରତିନିଧିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା

ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ କହିଛନ୍ତି ଯେ, ର୍ନିବାଚିତ ପ୍ରତିନିଧୀଙ୍କ ସକ୍ରିୟ ଯୋଗଦାନ ଦ୍ବାରା ସହରାଞ୍ଚଳ ରୂପାନ୍ତରଣରେ ବଡ ପରିବର୍ତ୍ତନ ଅଣାଯାଇ ପାରିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବଜେଟରେ ବ୍ୟାପକ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ର୍ନିବାଚିତ ପ୍ରତିନିଧୀମାନେ ନିଜ ନିଜର ସହରକୁ ସୁନ୍ଦର କରିବା ପାଇଁ ଅଧିକ ଲୋକକୈନ୍ଦ୍ରିକ ସୁବିଧା ସୃଷ୍ଟି କରିବାରେ ନେତୃତ୍ୱ ନେବା ଉଚିତ । ଅଧିକ ପଢନ୍ତୁ

author img

By

Published : May 17, 2023, 9:00 PM IST

ସହରାଞ୍ଚଳ ରୂପାନ୍ତରଣରେ ରହିଛି ନିର୍ବାଚିତ ପୌର ପ୍ରତିନିଧିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା
ସହରାଞ୍ଚଳ ରୂପାନ୍ତରଣରେ ରହିଛି ନିର୍ବାଚିତ ପୌର ପ୍ରତିନିଧିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା

ଭୁବନେଶ୍ବର: ସରକାରଙ୍କ ୫ଟି ପଦକ୍ଷେପ ଅନୁଯାୟୀ ଆଜି ସହରାଞ୍ଚଳ ରୂପାନ୍ତରଣ ଉପରେ ପୌର ସଂସ୍ଥା ଗୁଡିକର ର୍ନିବାଚିତ ପ୍ରତିନିଧୀଙ୍କୁ ନେଇ ଏକ ଦିନିକିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପୌରସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲରମାନେ ଯୋଗ ଦେଇଛନ୍ତି । ନିର୍ବାଚିତ ପ୍ରତିନିଧିଙ୍କୁ ସଚେତନ ଏବଂ ଏହା କିଭଳି ଗରିବ ଲୋକଙ୍କ ଉପକାରରେ ଆସିବ ତାହାକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ।

ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ କହିଛନ୍ତି ଯେ, ର୍ନିବାଚିତ ପ୍ରତିନିଧୀଙ୍କ ସକ୍ରିୟ ଯୋଗଦାନ ଦ୍ବାରା ସହରାଞ୍ଚଳ ରୂପାନ୍ତରଣରେ ବଡ ପରିବର୍ତ୍ତନ ଅଣାଯାଇ ପାରିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବଜେଟରେ ବ୍ୟାପକ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ର୍ନିବାଚିତ ପ୍ରତିନିଧୀମାନେ ନିଜ ନିଜର ସହରକୁ ସୁନ୍ଦର କରିବା ପାଇଁ ଅଧିକ ଲୋକକୈନ୍ଦ୍ରିକ ସୁବିଧା ସୃଷ୍ଟି କରିବାରେ ନେତୃତ୍ୱ ନେବା ଉଚିତ । ମହିଳା ସଶକ୍ତିକରଣ ଏବଂ ସ୍ଥାନୀୟ ଗୋଷ୍ଠିର ଅଂଶଗ୍ରହଣ ହେଉଛି ପ୍ରମୁଖ ଉଦ୍ଦେଶ୍ୟ । ଯାହା ରାଜ୍ୟରେ ୧୧୫ ଟି ପୌରସଂସ୍ଥାରେ ଉନ୍ନତ ଶାସନର ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଲୋକଙ୍କ ପାଇଁ କ'ଣ କରାଯାଇପାରିବ ସେ ସଂକ୍ରାନ୍ତରେ ପରାମର୍ଶ ଦେବା ପାଇଁ ସମସ୍ତ ର୍ନିବାଚିତ ପ୍ରତିନିଧୀଙ୍କ ନିୟମିତ ଭାବରେ ସେମାନଙ୍କ ଅଞ୍ଚଳକୁ ନିୟମିତ ଗସ୍ତ କରିବା ଆବଶ୍ୟକ । ପୌରସଂସ୍ଥାଗୁଡିକରେ ଟିକସ ସଂଗ୍ରହକୁ ବିଶେଷ ପ୍ରାଧାନ୍ୟ ଦିଆଯିବା ଉଚିତ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ଏହାବି ପଢନ୍ତୁ- ଜଳୁଛି ପଶ୍ଚିମ ଓଡ଼ିଶା, ରାଉରକେଲାରେ 40 ଡିଗ୍ରୀ ଡେଇଁଲା ପାରଦ

ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ନିର୍ବାଚିତ ପ୍ରତିନିଧିମାନଙ୍କୁ ସ୍ବାଗତ କରିଛନ୍ତି । ଏହା ସହିତ ସହରର ମୁଖ୍ୟ ଭାବରେ ପୌରାଞ୍ଚଳରେ ଗରିବ ଲୋକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକରେ ସାମିଲ ହେବା ସହିତ ଏହାର ସଠିକ ପରିଚାଳନା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ୧୧୫ ପୌରସଂସ୍ଥାରେ ଥିବା ସହରୀ ଗରିବଙ୍କ ପାଇଁ ଆବଶ୍ୟକ ଭିତ୍ତଭୂମି ସୃଷ୍ଟି କରିବା ଲାଗି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବଜେଟକୁ ୮୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ମୁକ୍ତା ଏବଂ ଆଧାର କାର୍ଯ୍ୟକ୍ରମ ଉପରେ ଏକ ସ୍ପଷ୍ଟ ଚିତ୍ର ଦେବା ସହିତ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ର୍ନିବାଚିତ ପ୍ରତିନିଧିମାନେ ଏହି ସାମିଲ ହେବା ସଂକ୍ରାନ୍ତରେ କହିଛନ୍ତି ।

ଓଡିଶା ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ମୁକ୍ତା ବିଷୟରେ ସବିଶେଷ ତଥ୍ୟ ଦେଇ ସାରଦା ପ୍ରସାଦ ପଣ୍ଡା କହିଛନ୍ତି ଯେ, ଆବଶ୍ୟକ ଭିତ୍ତି ପ୍ରକଳ୍ପର ଚିହ୍ନଟ, ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ବୟନରେ ମିଶନ ଶକ୍ତି ଗୋଷ୍ଠୀର ଅଂଶଗ୍ରହଣ, ୨୦୨୩-୨୪ ବର୍ଷ ପାଇଁ ଏକ ବାସ୍ତବ କାର୍ଯ୍ୟ ଯୋଜନା ଉପସ୍ଥାପନ ଉପରେ ଧ୍ୟାନ ଦେଇଛନ୍ତି । ସହରାଞ୍ଚଳର ଲୋକଙ୍କ ଜୀବନ ଏବଂ ଜୀବିକା ସ୍ତରରେ ବୃଦ୍ଧି ପାଇଁ ସମ୍ବଳ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ବିଭିନ୍ନ ପଦକ୍ଷେପ ଗ୍ରହଣ ପାଇଁ ବ୍ୟାପକ ସୁଯୋଗ ରହିଛି । ଶ୍ରମିକ ଏବଂ ମିଶନ ଶକ୍ତି ଗୋଷ୍ଠୀକୁ ଠିକଣା ସମୟରେ ଦେୟ ପ୍ରଦାନ ଉପରେ ବିଶେଷ ଧ୍ୟାନ ଦେବାପାଇଁ ସେ ସମସ୍ତ ର୍ନିବାଚିତ ପ୍ରତିନିଧୀଙ୍କୁ ଅନୁରୋଧ କରିଛନ୍ତି ।

ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ, ଅତିରିକ୍ତ ସଚିବ ବିନୟ ଦାଶ, ପ୍ରଭାତ ମହାପାତ୍ର, ସୋରେନ୍ଦ୍ର ରାଉତରାୟ, ଦୁର୍ଗେଶ ନନ୍ଦିନୀ ସାହୁ, ଦେବାଶିଷ ସିଂହ, ରବୀନ୍ଦ୍ର କୁମାର ସାହୁ ଏବଂ ଓଏସଡି ତଥା ସ୍ବତନ୍ତ୍ର ସଚିବ ସଞ୍ଜୟ ପରମାଣିକ, ଜଳାଶୟ ପୁନରୁଦ୍ଧାର, ସହରାଞ୍ଚଳ ପରିମଳ ବ୍ୟବସ୍ଥା, ଜାଗା ମିଶନ, ୧୫ ତମ ଅର୍ଥ ଆୟୋଗ ପାଣ୍ଠି ଉପରେ ଆଲୋକପାତ, ଗୋଷ୍ଠି ସହଭାଗୀତା, ସହରାଞ୍ଚଳ ଗୃହ ଏବଂ ପୌରାଞ୍ଚଳ ଅର୍ଥ ପରିଚାଳନା ଇତ୍ୟାଦି ଉପରେ ନିଜ ନିଜର ମତ ରଖିଛନ୍ତି । ଯେଉଁ ୧୫ ଟି ପୌସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ ତଥା କାଉନସିଲର ମାନେ ଯୋଗ ଦେଇଥିଲେ ସେଗୁଡିକ ହେଲା ଅନୁଗୁଳ ପୌପାଳିକା, ଆଠମଲିକ ଏନଏସି, ତାଲଚର ମ୍ୟୁନିସିପାଲିଟି, ବାଲୁଗାଁ ଏନଏସି, ବାଣପୁର ଏନଏସି, ଜଟଣୀ ଓ ଖୋର୍ଧା ମ୍ୟୁନିସିପାଲଟି, ଦଶପଲା ଏନଏସି, ଖଣ୍ଡପଡା ଏନଏସି, ରଣପୁର ଏନଏସି, ନୟାଗଡ଼ ମ୍ୟୁନିସିପାଲଟି, କୋଣାର୍କ ଏନଏସି, ନିମାପଡା ଏନଏସି, ପିପିଲି ଏନଏସି, ହିନ୍ଦୋଳ ଏନଏସି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.