ETV Bharat / state

ଅଣ୍ଡାଦାନ ପାଇଁ ଓଡ଼ିଶା ଉପକୂଳରେ ଅତିଥିଙ୍କ ଆଗମନ

author img

By ETV Bharat Odisha Team

Published : Dec 17, 2023, 10:24 AM IST

Olive Ridley Mass Nesting: ଓଡ଼ିଶା ଉପକୂଳରେ ଅଲିଭ୍ ରିଡଲେ । ଋଷିକୂଲ୍ୟା ଏବଂ ଗହୀରମଥା ଅଞ୍ଚଳରେ ଦେଖିବାକୁ ମିଳିଛି । ଆଉ କିଛି ସପ୍ତାହ ମଧ୍ୟରେ ଅଣ୍ଡାଦାନ କରିବେ । ଯାହାକୁ ନେଇ ଟୁଇଟ୍‌ କରି ଏକ ଭିଡିଓ ସେୟାର କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଭୁବନେଶ୍ୱର: ଆସୁଛି ଅଣ୍ଡାଦାନ ସମୟ । ଓଡ଼ିଶା ଉପକୂଳରେ ଜମିଲାଣି ଅତିଥିଙ୍କ ଭିଡ଼ । ଗଣ ଅଣ୍ଡାଦାନ ପାଇଁ ରାଜ୍ୟର ଋଷିକୂଲ୍ୟା ବେଳାଭୂମି ଓ ଗହୀରମଥା ଅଞ୍ଚଳରେ ବହୁସଂଖ୍ୟାରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ହେଲାଣି । ଆଉ କିଛି ସପ୍ତାହ ମଧ୍ୟରେ ସେମାନେ ଅଣ୍ଡାଦାନ କରିବେ । ଅଲିଭ ରିଡଲେଙ୍କ ଆଗମନ ନେଇ ପିସିସିଏଫ ସୁଶାନ୍ତ ନନ୍ଦ ଏକ୍ସରେ ଏକ ଭିଡିଓ ସେୟାର କରି କହିଛନ୍ତି, "ଆମର ଅତିଥିମାନେ ପହଞ୍ଚିଛନ୍ତି । ଓଡ଼ିଶା ଉପକୂଳରେ ଥିବା ଋଷିକୂଲ୍ୟା ଓ ଗହୀରମଥା ଅଞ୍ଚଳରେ ଅଲିଭ୍ ରିଡଲେଙ୍କ ମାସ ମିଳନ ଆରମ୍ଭ ହୋଇଛି । ଆଉ ମାତ୍ର କିଛି ସପ୍ତାହ ପରେ ଅଣ୍ଡାଦାନ ଆରମ୍ଭ ହେବ ।"

  • Our guests have arrived. Mass mating of Olive Ridley have started off the coast of Odisha at Rushikulya & Gahiramatha rookery.
    Arribada, meaning “arrival by sea”, for mass nesting is few weeks away only. pic.twitter.com/Eqmf1SqAST

    — Susanta Nanda (@susantananda3) December 16, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ, ନଭେମ୍ବର ପହିଲାରୁ ଅଲିଭ୍ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ପାଇଁ ଋତୁଭିତ୍ତିକ କାର୍ଯ୍ୟ ଆରମ୍ଭ ହୋଇସାରିଛି । କେନ୍ଦ୍ରୀୟ ମନିଟରିଂ ୟୁନିଟ୍ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ କାର୍ଯ୍ୟ କରୁଛି । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୬୬ଟି ପାଟ୍ରୋଲିଂ କ୍ୟାମ୍ପ୍‌ (୬୧ଟି ଅନ୍ ସୋର୍ ଓ ୫ଟି ଅଫ୍ ସୋର୍) ଭିଏଚ୍ଏଫ୍, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସୁବିଧା ସହିତ କାର୍ଯ୍ୟ କରିବ । ବନ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ୍ ପୋଲିସର ସହଯୋଗରେ ମିଳିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରାଯିବ । ଓଡ଼ିଶା ଉପକୂଳରେ ମିସାଇଲ ଟେଷ୍ଟିଂ ବନ୍ଦ ରହିବ । ଗଣ ଅଣ୍ଡାଦାନ ସମୟରେ ଯେପରି ମିସାଇଲ ପରୀକ୍ଷା ନ କରାଯାଏ, ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରତିରକ୍ଷା ଗବେଷଣା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷାକୁ ଗୁରୁତ୍ବ, ଅଣ୍ଡାଦାନ ପାଇଁ ବନ୍ଦ ହେବ କ୍ଷେପଣାସ୍ତ୍ର ପରୀକ୍ଷା

ପ୍ରତିବର୍ଷ ନଭେମ୍ବର ପହିଲାରୁ ମେ' ୩୧ ତାରିଖ (ଉଭୟ ଦିନ) ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ଧାମରା, ଦେବୀ ଓ ଋଷିକୂଲ୍ୟା ନଦୀ ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ୨୦ କିଲୋମିଟର ମଧ୍ୟରେ ମୋଟର ଚାଳିତ ଜାହାଜ, ଟ୍ରଲର ଏବଂ ଯାନ୍ତ୍ରିକ ମାଛଧରା କୌଶଳ ଦ୍ବାରା ମାଛ ମାରିବା ନିଷେଦ୍ଧ କରାଯାଇଛି । ବେଆଇନ ମାଛ ମାରିବା ଉପରେ ନଜର ରଖିବାକୁ ଆଗାମୀ ସମ୍ପୃକ୍ତ ଉପକୂଳ ବନଖଣ୍ଡର ନିୟନ୍ତ୍ରଣରେ ୭ଟି ଏପିଆର ସେକ୍ସନ୍‌ ଫୋର୍ସ ମୁତୟନ ରହିବେ । ତନ୍ମଧ୍ୟରେ ଭଦ୍ରକ, ପୁରୀ ଓ ବ୍ରହ୍ମପୁର ଡିଭିଜନରେ ଗୋଟିଏ ଲେଖାଏଁ ଏବଂ ରାଜନଗର ଡିଭିଜନରେ ୪ ନଂ ଏପିଆର ସେକ୍ସନ ମୁତୟନ ରହିବେ । ସମସ୍ତ ସହାୟତା ଯୋଗାଇ ଦେବାକୁ ଗୃହ ବିଭାଗ ତାଳଚୁଆ ଓ ଧାମରା ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଜାରି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.