ETV Bharat / state

OJEE Results: ଆସନ୍ତାକାଲି ପ୍ରକାଶ ପାଇବ OJEE ରେଜଲ୍ଟ

author img

By

Published : Jun 1, 2023, 8:39 PM IST

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ । ମେ' ୮ରୁ ମେ' ୧୨ ଯାଏଁ ଚାଲିଥିଲା ଏହି ପରୀକ୍ଷା । ସିବିଟି ମୋଡ୍‌ରେ ପରୀକ୍ଷା ହୋଇଥିଲା । ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଏଥର ହୋଇଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ OJEE ରେଜଲ୍ଟ। OJEE ୱେବସାଇଟ ଜରିଆରେ ରେଜଲ୍ଟ ମିଳିପାରିବ । ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ପରୀକ୍ଷା । ସିବିଟି ମୋଡ୍‌ରେ ହୋଇଥିଲା ପରୀକ୍ଷା ।

ଆସନ୍ତାକାଲି ପ୍ରକାଶ ପାଇବ OJEE ପରୀକ୍ଷା ଫଳ। ମେ' ୮ରୁ ମେ' ୧୨ ଯାଏଁ ଚାଲିଥିଲା ଏହି ପରୀକ୍ଷା । ସିବିଟି ମୋଡ୍‌ରେ ପରୀକ୍ଷା ହୋଇଥିଲା । ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଏଥର ପରୀକ୍ଷା ହୋଇଥିଲା । କୋଲକାତା, ରାଞ୍ଚି, ପାଟନାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ବିଭିନ୍ନ କଲେଜରେ ବିଫାର୍ମା, ଏମବିଏ, ଏମସିଏ ଭଳି ପାଠ୍ୟକ୍ରମରେ ନାମ ଲେଖାଇପାରିବେ ।

ଏହା ବି ପଢ଼ନ୍ତୁ: ଆଜିଠୁ ସ୍ପେଶାଲ OJEE, ରାଜ୍ୟର 28ଟି ସହରରେ ହେବ ପରୀକ୍ଷା

ଓଡ଼ିଶାର ୩୦ଟି ଜିଲ୍ଲାର ୪୪ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ହୋଇଥିଲା ପରୀକ୍ଷା । ଏହି ପରୀକ୍ଷାରେ ୫୫ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ଏନେଇ OJEE ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ୨୩ଟି ବର୍ଗରେ ନାମଲେଖା ପାଇଁ ପ୍ରାୟ ୫୬ ହଜାର ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ପ୍ରତ୍ୟେକ ସିଫ୍ଟରେ ଛାତ୍ରଛାତ୍ରୀ ୨ ଘଣ୍ଟାର ପରୀକ୍ଷା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: OJEE 2023 Registration: ଆଜିଠୁ ଓଜେଇଇ ଆବେଦନ ପ୍ରକ୍ରିୟା ଆରମ୍ଭ, ମାର୍ଚ୍ଚ 20 ଶେଷ ତାରିଖ

ସୂଚନା ଅନୁଯାୟୀ, ବି-ଫାର୍ମାରେ ୧୩ ହଜାର ୮୧୩, ଏମବିଏରେ ୯ ହଜାର ୩୦୫, ଇଣ୍ଟି ଗ୍ରେଟେଡ୍‌ ଏମବିଏରେ ୧ ହଜାର ୩୭୨, ଲାଟେରାଲ‌ ଡିପ୍ଲୋମାରେ ୧୭ ହଜାର ୭୬୩, ଏମ-ଫାର୍ମା ୧ ହଜାର ୧୮୭, ଏମ.ସିଏରେ ୮ ହଜାର ୮୪୧, ଲାଟେରାଲ‌୍‌ ଫାର୍ମାରେ ୮୪୮, ଏମ.ଟେକ୍‌ରେ ପରୀକ୍ଷା ଦେବେ ୧ ହଜାର ୬୫୯ ଜଣ ଛାତ୍ରଛାତ୍ରୀ ।

ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମବିଏ, ଏମସିଏ, ଏମଏସସି, ଏମଟେକ, ଏମ.ପ୍ଲାନ୍‌, ଲାଟେରାଲ ଏଣ୍ଟ୍ରି ଏମବିଏ, ଲାଟେରାଲ ଏଣ୍ଟ୍ରି ବିଏସସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ଗତ ମେ’ ମାସ ୮ରୁ ୧୫ ତାରିଖ ପର୍ଯ୍ୟନ୍ତ OJEEର ପ୍ରବେଶିକା ପରୀକ୍ଷା ରାଜ୍ୟର ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବା ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ମୋଟ ୩୩ଟି ସହରରେ ୪୭ ପରୀକ୍ଷା କେନ୍ଦ୍ର ହୋଇଥିଲା । ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀ OJEE ପରୀକ୍ଷା ଫଳକୁ ବିଧିବଦ୍ଧ ଭାବରେ ପ୍ରକାଶ କରିବେ। ଏହାପରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.