ETV Bharat / state

ଗାଡି ପ୍ରେମୀଙ୍କ ପାଇଁ ଖୁସି ଖବର, ପ୍ରଥମ ଥର ପାଇଁ ଓଡ଼ିଶାରେ ଭିଣ୍ଟେଜ୍ ଗାଡ଼ି ପ୍ରଦର୍ଶନ - ଭୁବନେଶ୍ବରରେ ପୁରୁଣା କାର ପ୍ରଦର୍ଶନୀ

Vintage Car Exhibition In Bhubaneswar: ଓଡ଼ିଶାରେ ପ୍ରଥମ ଥର ପାଇଁ ଭିଣ୍ଟେଜ କାର ପ୍ରଦର୍ଶନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶାରେ ଭିଣ୍ଟେଜ୍ ଗାଡ଼ି ପ୍ରଦର୍ଶନ
ଓଡ଼ିଶାରେ ଭିଣ୍ଟେଜ୍ ଗାଡ଼ି ପ୍ରଦର୍ଶନ
author img

By ETV Bharat Odisha Team

Published : Dec 10, 2023, 12:26 PM IST

Updated : Dec 10, 2023, 12:56 PM IST

ଓଡ଼ିଶାରେ ଭିଣ୍ଟେଜ୍ ଗାଡ଼ି ପ୍ରଦର୍ଶନ

ଭୁବନେଶ୍ବର: ଗାଡି ପ୍ରେମୀଙ୍କ ପାଇଁ ଖୁସି ଖବର । ପ୍ରଥମ ଥର ପାଇଁ ଓଡ଼ିଶାରେ ୫୨ଟି ଭିଣ୍ଟେଜ୍ ଗାଡ଼ି ପ୍ରଦର୍ଶିତ ହୋଇଛି । ଭୁବନେଶ୍ବର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ପ୍ରଥମ ଓଡ଼ିଶା କନକର୍ସ ଡି’ ଏଲିଗାନ୍ସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ତେବେ ୨ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତରୁ ୫୦ରୁ ଅଧିକ ସୁରକ୍ଷିତ ଭାବେ ପୁନରୁଦ୍ଧାର ହୋଇଥିବା ଓ ସଂରକ୍ଷିତ କାରକୁ ପ୍ରଦର୍ଶିତ କରାଯାଇଛି ।

ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି 'ଓଡିଶା କନକର୍ସ ଡି' ଏଲିଗାନ୍ସ- ୨୦୨୩' । ଏହି କାର୍ଯ୍ୟକ୍ରମରେ 50ରୁ ଊର୍ଦ୍ଧ୍ବ ଭିଣ୍ଟେଜ୍ ଗାଡି ପ୍ରଦର୍ଶିତ ହୋଇଛି । ପ୍ରଦର୍ଶିତ ପ୍ରତିଟି କାର ବିଗତ ଦିନର ସମୃଦ୍ଧ ଇତିହାସ ଏବଂ କାରିଗରୀର ପ୍ରମାଣ ରୂପେ ଠିଆ ହୋଇଥିବା ବେଳେ ଏହି କାରଗୁଡ଼ିକ ବେଙ୍ଗା‌ଲୁରୁ, ମୁମ୍ବାଇ, କୋଲକାତା, ନୂଆଦିଲ୍ଲୀ, ଚେନ୍ନାଇ, ଭୁବନେଶ୍ବରରୁ ଆସିଛି ।

ତେବେ ଏମାନଙ୍କ ମଧ୍ୟରେ ଧର୍ମାଦିତ୍ୟ ପଟ୍ଟନାୟକଙ୍କ ବେଞ୍ଜ ମୋଟର ଓ୍ବାଗନର ୧୮୮୬ ପ୍ରତିକୃତି, ୧୯୩୪ର ରୋଲସ ରଏସ ୨୦/୨୫, ୧୯୨୯ର ବୁଗାଟି ଟିଏସଏସ ଗ୍ରାଣ୍ଡ ପ୍ରିକ୍ସ, ୧୯୩୨ର ଫର୍ଡ ଭି, ୧୯୨୦ର ମୁନ ୬-୪୨, ୧୯୪୭ର କାଡିଲାକ କୁପ, ୧୯୬୨ର ଜାଗୁଆର ଏମକେ ୨ ସାଲୁନ ଏବଂ ଆହୁରି ଅନେକ କାର ସାମିଲ ହୋଇଛନ୍ତି । ତେବେ ଭିଣ୍ଟେଜ୍‌ ରୋଲ୍ସ- ରଏସ୍‌ ଠାରୁ ଆରମ୍ଭ କରି କ୍ଲାସିକ୍ ଜାଗୁଆର ପର୍ଯ୍ୟନ୍ତ ଏହି ଗାଡ଼ି ଡିଜାଇନ୍ ଏବଂ ଇଞ୍ଜିନିୟରିଂ ବିକାଶର ଏକ ବିରଳ ଝଲକ ପ୍ରଦାନ କରୁଛି । ଓଡ଼ିଶା କନକର୍ସର କ୍ୟୁରେଟର ତଥା ନିଜେ ଜଣେ ପୁରୁଣା କାର ସଂଗ୍ରହକାରୀ ଧର୍ମାଦିତ୍ୟ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ପ୍ରଥମ ଓଡ଼ିଶା କନକର୍ସ ଡି’ ଏଲିଗାନ୍ସର ସଫଳତା ଦେଖି ସେ ଆନନ୍ଦିତ ବୋଲି କହିଥିଲେ ।

ଏହାମଧ୍ୟ ପଢନ୍ତୁ.. ରାଜଧାନୀରେ ନମନ ୨୦୨୩: ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ପୋଲିସ ବନ୍ଧୁ

ଅନ୍ୟପଟେ ଏହି ପ୍ରଦର୍ଶନୀରେ ମନ କିଣିଥିଲା ଉଦୟପୁର ମହାରାଜାଙ୍କ ‘ମୁନ୍’ । କୋଲକାତାର ଶ୍ରୀଭର୍ଦ୍ଧନ କନୋରିଆଙ୍କ ୧୯୨୦ ‘ମୁନ୍ ଟୁରଟ୍’ ୬-୪୨ । ଏମିତି ଗାଡ଼ି ଦୁନିଆରେ କେ‌ବଳ ୨ଟି । ଗୋଟିଏ ଇନ୍‌ହେନ୍ସ ଅଟୋମୋବାଇଲ କମ୍ପାନିର ମ୍ୟୁଜିୟମରେ ରହିଥିବା ବେଳେ ଅନ୍ୟଟି କରୋନିଆଙ୍କ ପାଖରେ ଅଛି । କାର୍‌ଟି ପୁରୁଣା ହୋଇଥିବାରୁ ଏହାର ଗୁରୁତ୍ବ ଯେତିକି ‌ତା’ଠାରୁ ଅଧିକ ଗୁରୁତ୍ବ ବିଗତ ଦିନରେ ଏହାକୁ ବ୍ୟବହାର କରିଥିବା ବ୍ୟକ୍ତିଙ୍କ ପାଇଁ । ଏହା ଉଦୟପୁର ମହାରାଜାଙ୍କ ଦ୍ବାରା ପ୍ରଥମେ କିଣା ଯାଇଥିଲା । କେବଳ ଏଇ ଗାଡ଼ି ନୁହେଁ ’ଓଡ଼ିଶା କନକର୍ସର’ କ୍ୟୁରେଟର ଧର୍ମାଦିତ୍ୟ ପଟ୍ଟନାୟକଙ୍କ ୧୯୫୯ ସେଭ୍ରୋଲେଟ୍‌ ଇମ୍ପାଲା, ୧୯୨୯ କ୍ଲବ୍ ସଲୋନ୍‌, ମୟୂରଭଞ୍ଜ ମହାରାଜାଙ୍କ ୧୯୩୭ ଏଲଭେସ୍‌, ‘ହର୍ସନ୍’, ଡଚ୍ ଭଳି ଅନେକ କାର୍‌ ପୁରୁଣା କାର୍ ପ୍ରେମୀଙ୍କୁ ଆକୃଷ୍ଟ କରୁଛି ।

ଉଦ୍‌ଘାଟନୀ ଉତ୍ସବରେ ‘ଓଡ଼ିଶା କନକର୍ସ ଡି’ ଏଲିଗାନ୍ସ’ର ସମସ୍ତ ସଦସ୍ୟଙ୍କ ସହିତ ମେୟର ସୁଲୋଚନା ଦାସ୍‌, ନବୀନ ଓଡ଼ିଶା ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ସମେତ ବହୁ କାର୍ ପ୍ରେମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 10, 2023, 12:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.