ETV Bharat / state

Odisha Heat Wave: ସାଢେ 11ଟା ସୁଦ୍ଧା ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର - ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ଲହରି

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ସାଢେ 11ଟା ସୁଦ୍ଧା ଝାରସୁଗୁଡା ସର୍ବାଧିକ ତାପମାତ୍ରା ରେକର୍ଡ । ଅଧିକ ପଢନ୍ତୁ

highest temperature recorded in jharsuguda

author img

By

Published : Jun 15, 2023, 12:57 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ଲହରି । କଲବଲ କଲାଣି ଟାଇଁ ଟାଇଁ ଖରା। ଖରା ସାଙ୍ଗକୁ ଗୁଳୁଗୁଳି ଜନବୀବନ୍ତୁ ଅସ୍ତବ୍ୟସ୍ତ କରି ପକାଇଲାଣି । ସକାଳ 9ଟାରୁ ଘରୁ ବାହାରିବାକୁ ଭୟ ଲାଗୁଛି । ଲଗାତାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ପାର କରୁଛି । ଆଜି ରାଜ୍ୟରେ ଦିନ ସାଢେ 11ଟା ସୁଦ୍ଧା ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସର୍ବାଧିକ ରେକର୍ଡ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ଆଜି ଦିନ ସାଢେ 11ଟା ସୁଦ୍ଧା ଝରାସୁଗୁଡାରେ ତାପାମାତ୍ରା 42.02 ଡ଼ିଗ୍ରୀ ରେକର୍ଡ କରାଯାଇଚି। ସେହିପରି ହୀରାକୁଦରେ 41.4 ଡିଗ୍ରୀ, ସମ୍ବଲପୁରରେ 41.2 ଡିଗ୍ରୀ, ଭୁବନେଶ୍ବରରେ 41 ଡିଗ୍ରୀ, ବାଲେଶ୍ବରରେ 38.2 ଡ଼ିଗ୍ରୀ, କେଉଁଝର 38 ଡ଼ିଗ୍ରୀ, ଚାନ୍ଦବାଲିରେ 37.8 ଡ଼ିଗ୍ରୀ, ପୁରୀରେ 35 ଡ଼ିଗ୍ରୀ, ଗୋପାଳପୁରରେ 34.4 ଡ଼ିଗ୍ରୀ ଓ ପାରାଦୀପରେ 32.8 ଡ଼ିଗ୍ରୀ ରେକର୍ଡ କରାଯାଇଛି।

ଗତକାଲି ସୋନପୁର ସର୍ବାଧିକ ତାପମାତ୍ରା 44.1 ଡିଗ୍ରୀ ରେକର୍ଡ ହୋଇଥିଲା । 4ଟି ସ୍ଥାନରେ ତାପମାତ୍ରା 43 ଡିଗ୍ରୀରୁ ଅଧିକ ରହିଥିଲା । ରାଜ୍ୟର 5ଟି ସ୍ଥାନରେ 42 ଡିଗ୍ରୀରୁ ଅଧିକ ତାପମାତ୍ରା ଅନୁଭୂତ ହୋଇଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । ଆଜି ସକାଳ 8.30 ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା 32.4 ଡ଼ିଗ୍ରୀ ରେକର୍ଡ କରାଯାଇଥିଲା ।

ଗତ ଦୁଇଦିନ ହେଲା ରାଜ୍ୟରେ ପ୍ରବାହିତ ଅଛି ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ । ଏହା ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ସମ୍ଭାବନା ରହିଛି । ବାହାରକୁ ବାହାରୁଥିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣକରନ୍ତୁ ତଥା ଶୋଷ ଲାଗୁନଥିଲେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଗତ ଦୁଇଦିନ ହେଲା ରାଜ୍ୟରେ ପ୍ରବାହିତ ଅଛି ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ । ଏହା ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଦୃଷ୍ଟନ୍ତ ମୂଳକ ବୃଦ୍ଧି ସମ୍ଭାବନା ରହିଛି । ବାହାରକୁ ବାହାରୁଥିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣକରନ୍ତୁ ତଥା ଶୋଷ ଲାଗୁନଥିଲେ ବି ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଜୁନ 12 ତାରିଖରେ ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା । ଏଠାରେ ତାପମାତ୍ରା ସର୍ବାଧିକ 46 ଡିଗ୍ରୀ ରେକରେଡ କରାଯାଇଥିଲା ।

ବିଗତ 10 ଦିନ ହେଲା ସମ୍ବଲପୁରରେ ତାପମାତ୍ରା 40 ଡିଗ୍ରୀ ପାର କରୁଛି । ଫଳରେ ଅଗ୍ନିବର୍ଷାରେ ଜୁଝି ହେଉଛନ୍ତି ସମ୍ବଲପୁରବାସୀ । ରାଜ୍ୟରେ ଆଗାମୀ 4 ରୁ 5 ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ତାପମାତ୍ରା କମିବା ସହ ଗ୍ରୀଷ୍ମ-ପ୍ରବାହ ଏବଂ ଗୁଳୁଗୁଳିର ପ୍ରକୋପ କମିବାର ସମ୍ଭାବନା ରହିଥିବା ଗତକାଲି ପାଣିପାଗ ବିଭାଗ ତରଫରୁ କୁହାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.