ETV Bharat / state

ଆରମ୍ଭ ହେଲା ଓଡିଶା ଐତିହ୍ୟ ୱାକ ଅଭିଯାନ - ଓଡିଶା ୱାକ ପ୍ରାତଃଭ୍ରମଣ ଅଭିଯାନ

ଓଡିଶା ପର୍ଯ୍ୟଟନ କ୍ଷେତ୍ର ଐତିହ୍ୟର ଇତିହାସ ସମ୍ବନ୍ଧରେ ଅନେକ କିଛି ଜଣା ଅଜଣା କଥା ଜାଣିବା ପାଇଁ ଆରମ୍ଭ ହେଲା ଓଡିଶା ୱାକ ପ୍ରାତଃଭ୍ରମଣ ଅଭିଯାନ । ଅଧିକ ପଢନ୍ତୁ

ଆରମ୍ଭ ହେଲା ଓଡିଶା ଐତିହ୍ୟ ୱାକ ଅଭିଯାନ
ଆରମ୍ଭ ହେଲା ଓଡିଶା ଐତିହ୍ୟ ୱାକ ଅଭିଯାନ
author img

By

Published : Oct 22, 2022, 3:58 PM IST

ଭୁବନେଶ୍ବର: ମନ୍ଦିର ମାଳିନୀ ସହର ଭୁବନେଶ୍ବରରେ ଆରମ୍ଭ ହେଲା ଓଡିଶା ୱାକ ପ୍ରାତଃଭ୍ରମଣ ଅଭିଯାନ ବା ଐତିହ୍ୟ ୱାକ ଅଭିଯାନ(Odisha Walk campaign started) । ଓଡିଶା ପର୍ଯ୍ୟଟନ କ୍ଷେତ୍ର ଐତିହ୍ୟର ଇତିହାସ ସମ୍ବନ୍ଧରେ ଅନେକ କିଛି ଜଣା ଅଜଣା କଥା ଜାଣିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ବିଶେଷ ଭାବେ ଏକାମ୍ର କ୍ଷେତ୍ରର ଇତିହାସ ଏଥିର ସ୍ଥାନିତ ହୋଇଛି । ଏହି ଅଭିଯାନ ଦ୍ବାରା ଦେଶର କୋଣ ଅନୁକୋଣରୁ ଆସୁଥିବା ପର୍ଯ୍ୟଟକଙ୍କୁ ଓଡିଶାର ଐତିହ୍ୟ ସ୍ଥାନ ଗୁଡିକ ବିଷୟରେ ଅବଗତ କରାଯିବ ।

ଆରମ୍ଭ ହେଲା ଓଡିଶା ଐତିହ୍ୟ ୱାକ ଅଭିଯାନ

ଓଡିଶା ପର୍ଯ୍ୟଟନ ବିଭାଗ (Odisha Tourism Department )ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମ ଦ୍ୱାରା ବିଶେଷ ଭାବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିୟୋଜିତ ଥିବା ପଥପ୍ରଦର୍ଶକ ବା ଗାଇଡ଼ ମାନେ ଉପସ୍ଥିତ ରହି ଐତିହ୍ୟ ସ୍ଥାନଗୁଡିକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ କାହାଣୀ ମାଧ୍ୟମରେ ସେହି ସ୍ଥାନର ଇତିହାସ ସମ୍ବନ୍ଧରେ ବୁଝାଇବେ । ଏହାସହ ଆଗକୁ ହକି ବିଶ୍ୱକପ ରହିଥିବା ବେଳେ ରାଜ୍ୟ ବାହାର ଓ ବିଦେଶ ପର୍ଯ୍ୟଟକ ମାନଙ୍କୁ ଆମ ଐତିହ୍ୟର ଇତିହାସ କଥା କହିବ ଏହି ଅଭିଯାନ । ଯାହା ସେମାନଙ୍କୁ ଆମ ଐତିହ୍ୟର ଇତିହାସକୁ ଜାଣିବା ପାଇଁ ଆକର୍ଷିତ କରିବ ।

ଏହା ମଧ୍ୟ ପଢନ୍ତୁ-Solar Eclipse: ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା

ପ୍ରଥମେ ଭୁବନେଶ୍ୱରରୁ ଆରମ୍ଭ ହୋଇଛି ଏହି ଅଭିଯାନ । ସପ୍ତାହର ତିନିଦିନ ଅର୍ଥାତ ଶୁକ୍ରବାର ଶନିବାର ଓ ରବିବାରରେ ଏହି ଅଭିଯାନ ଚାଲିବ । ଏକାମ୍ର କ୍ଷେତ୍ରର ପର୍ଶୁରାମେଶ୍ଵର ମନ୍ଦିରରୁ ଏହାର ଅୟମାରମ୍ଭ ହୋଇଛି । ଆଜି ଦିନରେ ମୁକ୍ତେଶ୍ଵର ମନ୍ଦିର ,କେଦାର ଗୌରୀ ମନ୍ଦିର ଓ ଶୁକସାରୀ ମନ୍ଦିରରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏଥିପାଇଁ ସ୍ବେଚ୍ଛାସେବୀ ସଙ୍ଗଠନ ସରନାକୁ ଦାୟିତ୍ୱ ଦିଆଯାଇଛି ।

ଏନେଇ ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି କହିଛନ୍ତି ଯେ, ''ଓଟିଡିସି ଓ ସାରନା ଟ୍ରଷ୍ଟ ଉଦ୍ୟମରେ ଏହିନ ଅଭିଯାନ ଆରମ୍ଭ ହୋଇଛି । ଆମର ଐତିହ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ସହଜରେ ଓଡିଶା ଐତିହ୍ୟ ବିଷୟରେ ଅବଗତ ହୋଇପାରିବେ । ଏହା ପର୍ଶୁରାମେଶ୍ବର ମନ୍ଦିରରୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ମୁକ୍ତେଶ୍ବର ମନ୍ଦିରରେ ଜାରି ରହିଛି । ଆଗକୁ ହକି ବିଶ୍ୱକପ ରହିଥିବା ବେଳେ ରାଜ୍ୟ ବାହାର ଓ ବିଦେଶ ପର୍ଯ୍ୟଟକ ମାନଙ୍କୁ ଆମ ଐତିହ୍ୟର ଇତିହାସ କଥା କହିବ ଏହି ଅଭିଯାନ । ପ୍ରଥମେ ଏକାମ୍ର କ୍ଷେତ୍ରରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଆରମ୍ଭ ହେବ ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.