ETV Bharat / state

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପରିବହନ ମନ୍ତ୍ରୀଙ୍କ ଚିଠି, ଓଡ଼ିଶାର ଆଉ ୩ଟି ରୁଟକୁ 'ବନ୍ଦେ ଭାରତ' ଏକ୍ସପ୍ରେସ ଦାବି - ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଆଜି ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ । ରାଜ୍ୟରେ ଆଉ ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି କରିଛନ୍ତି ଓଡ଼ିଶା ସରକାର । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପୁରୀରୁ ରାୟପୁର, ସମ୍ବଲପୁର ଦେଇ ପୁରୀରୁ ରାଉରକେଲା ଓ ଭୁବନେଶ୍ବରରୁ ହାଇଦ୍ରାବାଦକୁ ବନ୍ଦେ ଭାରତ ଟ୍ରେନ ଚଳାଚଳ ନେଇ ଅଶ୍ବିନୀଙ୍କୁ ଚିଠି ଲେଖିଛନ୍ତି ଟୁକୁନି ସାହୁ । ଅଧିକ ପଢ଼ନ୍ତୁ

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପରିବହନ ମନ୍ତ୍ରୀଙ୍କ ଚିଠି

author img

By

Published : Apr 28, 2023, 7:53 PM IST

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପରିବହନ ମନ୍ତ୍ରୀଙ୍କ ଚିଠି ନେଇ ବିଜେଡି ଓ ବିଜେପି ପ୍ରତିକ୍ରିୟା

ଭୁବନେଶ୍ବର: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଲେଖିଛନ୍ତି ଚିଠି । ରାଜ୍ୟକୁ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ ନେଇ ଚିଠି ଲେଖିଛନ୍ତି ପରିବହନ ମନ୍ତ୍ରୀ । ୩ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଚିଠି ଲେଖି ଦାବି କରିଛନ୍ତି ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପୁରୀ-ହାୱଡା ମଧ୍ୟରେ ବନ୍ଦେ ଭାରତ ଚଳାଚଳ ପାଇଁ ଦାବି କରାଯାଇଛି । ସେହିପରି ପୁରୀ-ରାୟପୁର ଭାୟା ରାଉରକେଲା-ସମ୍ବଲପୁର ମଧ୍ୟରେ ଚଳାଚଳ ଲାଗି ମଧ୍ୟ ଦାବି ହୋଇଛି । ଭୁବନେଶ୍ବର-ହାଇଦ୍ରାବାଦ ମଧ୍ୟରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି ହୋଇଛି ।

କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟ ମନ୍ତ୍ରୀ ଚିଠି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅମର କହିଛନ୍ତି, "କେନ୍ଦ୍ର ସରକାର ଓଡ଼ିଶାର ଆବଶ୍ୟକତାକୁ ଦେଖୁନାହାନ୍ତି । ନାମକୁ ମାତ୍ର ଓଡିଶାକୁ ଦେଲୁ ବୋଲି କହୁଛନ୍ତି । ଓଡ଼ିଶା କାହାର ଦୟାରେ ନାହିଁ । ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ହକ୍ ଅଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାର ବିଶେଷ ହକ୍ ରହିଛି । ଓଡିଶା ଯେତିକି ରାଜସ୍ବ ଦେଉଛି, ସେଥିରେ ଓଡ଼ିଶାରେ ରେଳବାଇର ବିକାଶ ହେଉନାହିଁ । ସେତିକି ସଂଖ୍ୟାରେ ରେଳ ଚଳାଚଳ ହେଉନାହିଁ । ଅଧିକ ଟ୍ରେନ ନିଶ୍ଚୟ ଭାବେ ଆବଶ୍ୟକତା ରହିଛି ।" ତେବେ ଯେଉଁ ବନ୍ଦେ ଭାରତ କଥା କୁହାଯାଉଛି, ଓଡିଶା କଣ ଭାରତ ଭିତରେ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ରାଜ୍ୟ ମନ୍ତ୍ରୀଙ୍କ ଚିଠି ଓ ଅମରଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ଅପରାଜିତା କହିଛନ୍ତି, "ବର୍ତ୍ତମାନ ଏକ ଭଲ କାମ ହେଉଛି । ସମସ୍ତେ ସହଯୋଗର ହାତ ବଢ଼ାନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଧନ୍ୟବାଦ ଦିଅନ୍ତୁ । ଏହା ସମ୍ମାନ ଓ ସୌଜନ୍ୟତାର କଥା । ଯାହା ଦାବି ଅଛି ତାହା ଲେଖିକରି ଦିଅନ୍ତୁ । ମୋର ଆଶା କେନ୍ଦ୍ର ସରକାର ନିଶ୍ଚୟ ପଦକ୍ଷେପ ନେବେ । ଓଡିଶା ପ୍ରତି କେବେ ଅବହେଳା ହୋଇନାହିଁ ।" କେଉଁକେଉଁ ଯୋଜନାରେ କେତେ ଟଙ୍କା ଓଡ଼ିଶାକୁ ଦିଆଯାଇଛି ତାହା ସମସ୍ତେ ଜାଣିଛନ୍ତି ବୋଲି ଅପରାଜିତା କହିଛନ୍ତି ।

ଆଜିଠାରୁ ଓଡ଼ିଶାରେ ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ଟ୍ରାଏଲ ଚଳାଚଳ ଆରମ୍ଭ ହୋଇଛି । ହାୱଡ଼ା-ପୁରୀ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ ହୋଇଛି । ସକାଳ ୬ଟା ୧୦ ମିନିଟରେ ହାୱଡ଼ାରୁ ଏହି ଏକ୍ସପ୍ରେସର ଟ୍ରାଏଲ ରନ ଆରମ୍ଭ ହୋଇଥିଲା । ଏହା ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହି ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚିଥିଲା । ପୁଣି ଦିନ ୧.୫୦ରେ ପୁରୀ ଛାଡ଼ିଥିବା ବନ୍ଦେ ଭାରତ ଏକ୍ସପ୍ରେସ ରାତି ୮ଟା ୩୦ରେ ହାୱଡ଼ାରେ ପହଞ୍ଚିବ । ହାୱଡାରୁ ପୁରୀ ଓ ପୁରୀରୁ ହାୱଡାରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ସମୟ ଲାଗିବ ।

ବର୍ତ୍ତମାନ ସୁଦ୍ଧା ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ଏହି ବନ୍ଦେ ଭାରତ ଟ୍ରେନରେ ୧୬ଟି ବଗି ସଂଯୋଗ କରାଯାଇଛି । ୧୪ଟି ଏସି ଚେୟାର କାର କୋଚ ଓ ୨ଟି ଏକ୍‌ଜିକ୍ୟୁଟିଭ ଏସି ଚେୟାର କାର କୋଚ ରହିଛି । ଯାହାର ଯାତ୍ରୀ ପରିବହନ କ୍ଷମତା ୧ ହଜାର ୧୨୮ ରହିଛି । ଏଥିରେ ହାଇସ୍ପିଡ୍‌ ଇଣ୍ଟରନେଟ, ଆରାମଦାୟକ ଚେୟାର, ବାୟୋ-ଭାକ୍ୟୁମ ଟଏଲେଟ, ଜିପିଏସ ଆଧାରିତ ଯାତ୍ରୀଙ୍କ ସୂଚନା ବ୍ୟବସ୍ଥା ଭଳି ଅନେକ ଅତ୍ୟାଧୁନିକ ସୁବିଧା ରହିଛି । ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.