ETV Bharat / state

Train Accident: ଆହୁରି ୩ ଘଣ୍ଟା ଲାଗିବ ଉଦ୍ଧାର କାର୍ଯ୍ୟ, Mi-17 ହେଲିକପ୍ଟର ନିୟୋଜିତ

author img

By

Published : Jun 3, 2023, 1:03 PM IST

ଆହୁରି ୩ ଘଣ୍ଟା ଲାଗିବ ଉଦ୍ଧାର କାର୍ଯ୍ୟ । ଆହତଙ୍କୁ ସ୍ଥାନାନ୍ତର ପାଇଁ ନିୟୋଜିତ ହେଲା Mi-17 ହେଲିକପ୍ଟର । ଅଧିକ ପଢନ୍ତୁ

ଆହୁରି ୩ ଘଣ୍ଟା ଲାଗିବ ଉଦ୍ଧାର କାର୍ଯ୍ୟ
ଆହୁରି ୩ ଘଣ୍ଟା ଲାଗିବ ଉଦ୍ଧାର କାର୍ଯ୍ୟ
Train Accident

ଭୁବନେଶ୍ବର: ବାହାନଗା ଷ୍ଟେସନ ନିକଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଅନେକ ଯାତ୍ରୀ ଟ୍ରେନ ତଳେ ଚାପି ହୋଇ ରହିଛନ୍ତି । ଦୁର୍ଘଟଣାରେ ୨ଟି ବଗି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଗତକାଲି ରାତିରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆହୁରି ୩ ଘଣ୍ଟା ସମୟ ଲାଗିବ । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୩୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ହେଲେ ବଗି ତଳୁ ଆହୁରି ଅନେକ ମୃତଦେହ ଉଦ୍ଧାର ହୋଇଛି । ବାସ୍ତବରେ କେତେ ମୃତ୍ୟୁ ଘଟିଛି ସେନେଇ ଚିତ୍ର ସ୍ପଷ୍ଟ ହୋଇପାରିନି । ତେବେ ଆହତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ ବୋଲି ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି ।

Train Accident
Train Accident

ଅନ୍ୟପଟେ ଆହତଙ୍କ ସ୍ଥାନାନ୍ତର ପାଇଁ ଉଦ୍ଧାର କାର୍ଯ୍ୟରେ ବାୟୁସେନାର Mi-17 ହେଲିକପ୍ଟର ନିୟୋଜିତ କରାଯାଇଛି । ଆଜି ଦୁଇଟି ହେଲିକପ୍ଟର ନିୟୋଜିତ ହୋଇଥିବା ନେଇ ଇଣ୍ଟର୍ଣ୍ଣ କମାଣ୍ଡ ସୂଚନା ଦେଇଛି । ଫସିଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଉଛି । ତେବେ ଆଉ ଘଣ୍ଟାଏ ଦୁଇ ଘଣ୍ଟା ପରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ । ମୃତଦେହଗୁଡିକୁ ହସ୍ପିଟାଲ ପଠାଯାଇ ବ୍ୟବଚ୍ଛେଦ କରାଯିବ । ଏହାପରେ ସେଗୁଡିକୁ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Odisha Train Tragedy: ବାଲେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଦୁର୍ଘଟଣାସ୍ଥଳକୁ ଯିବେ

ଆସୁଛନ୍ତି ପ୍ରଧାନମନ୍ତ୍ରୀ: ଟ୍ରେନ ଦୁର୍ଘଟଣାର ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସିବେ । ପ୍ରଧାନମନ୍ତ୍ରୀ ଆଜି ବାଲେଶ୍ଵରର ବାହାନଗାରେ ଦୁର୍ଘଟଣା ସ୍ଥାନ, ବାଲେଶ୍ଵର ହସ୍ପିଟାଲ ଓ କଟକ ବଡ଼ ମେଡ଼ିକାଲ ଯିବେ । ଦୁର୍ଘଟଣାର ଅନ ସ୍ପଟ ସମୀକ୍ଷା କରିବେ । ଏହାପୂର୍ବରୁ ସେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଦୁର୍ଘଟଣା ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଉଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ସକାଳୁ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପଚାରି ବୁଝିଛନ୍ତି । ହସ୍ପିଟାଲକୁ ଯାଇ ଆହତମାନଙ୍କୁ ଭେଟିଛନ୍ତି । ପ୍ରକାଶଥାଉ କି, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ଓଡି଼ିଶା ଇତିହାସର ସବୁଠୁ ବଡ ଏହି ଟ୍ରେନ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.