ETV Bharat / state

ପାକିସ୍ତାନ ଏଜେଣ୍ଟ ସହ ମିଳିଲା ଚାଟିଂ ପ୍ରମାଣ, ଆତଙ୍କୀ ସଂଗଠନ ପାଇଁ ପିଲା ଯୋଗାଡ଼ ସନ୍ଦେହ

author img

By ETV Bharat Odisha Team

Published : Dec 17, 2023, 5:47 PM IST

Updated : Dec 17, 2023, 5:55 PM IST

Kashmiri fraudster chats with Pakistani ISI agent: ଯାଜପୁର ଧର୍ମଶାଳାରୁ କାଶ୍ମୀର ସନ୍ଦିଗ୍ଧ ଗିରଫ ଘଟଣା । ପାକିସ୍ତାନ ଏଜେଣ୍ଟ ସହ ମିଳିଲା ଚାଟିଂ ପ୍ରମାଣ । ଅଧିକ ପଢନ୍ତୁ

Kashmiri fraudster chats with Pakistani ISI agent
Kashmiri fraudster chats with Pakistani ISI agent
ପାକିସ୍ତାନ ଏଜେଣ୍ଟ ସହ ମିଳିଲା ଚାଟିଂ ପ୍ରମାଣ, ଆତଙ୍କୀ ସଂଗଠନ ପାଇଁ ପିଲା ଯୋଗାଡ଼ ସନ୍ଦେହ

ଭୁବନେଶ୍ବର: ଦେଶ ଭିତରେ ଥାଇ ଦେଶ ବିରୋଧୀ ଷଡ଼ଯନ୍ତ୍ର । ଆତ୍ମଘାତୀ ପାଇଁ ଜୀବନ ଦେଲା ଭଳି ଯୁବକଙ୍କୁ ପ୍ରସ୍ତୁତ । ସ୍ଲିପର ସେଲ ତିଆରି ଥିଲା ଈଶାନ ବୁଖାରିର ମୁଖ୍ୟ ଲକ୍ଷ୍ୟ । ଏନେଇ ପାକିସ୍ତାନୀ ଏଜେଣ୍ଟ ସହ ମିଶି ରଚିଥିଲା ଷଡ଼ଯନ୍ତ୍ର । ଆଉ ISI ଏଜେଣ୍ଟ ସହ ଏକ ଚାଟିଂର ପ୍ରମାଣ ଏସଟିଏଫ ହାତରେ ଲାଗିବା ପରେ ଏବେ ଅନେକ ଦିଗକୁ ନେଇ ସନ୍ଦେହ ବଢିଥିବା STF ଏସପି କିଶୋର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଏସଟିଏଫ ସନ୍ଦେହ କରୁଛି ଯେ ଆତଙ୍କୀ ସଂଗଠନ ପାଇଁ ପିଲା ଯୋଗାଡ଼ କରୁଥିଲା ଏହି ଗୁପ୍ତଚର । ଦେଶର ବିଭିନ୍ନ ସହର ବୁଲି ବୁଲି ସଂଗ୍ରହ କରୁଥିଲା ଯୁବକ । ନିଜକୁ ଡାକ୍ତର ଭଳି ପରିଚୟ ଦେଇ ଲୋକଙ୍କ ସେବାରେ ନିୟୋଜିତ ରହି ଏସବୁ ଥିଲା ତାର ଲକ୍ଷ୍ୟ । ଲୋକଙ୍କ ହାଭଭାବ ଦେଖି କିଛି ଯୁବକ ଓ ତାଙ୍କ ପରିବାରକୁ ଡାକ୍ତରୀ ସେବା ଆଳରେ ସେମାନଙ୍କୁ ଟାର୍ଗେଟ କରି ପ୍ରଲୋଭିତ କରୁଥିଲା । ଏଥିପାଇଁ ଲକ୍ଷ୍ନୌ, ପଞ୍ଜାବ, କେରଳ, କାଶ୍ମୀର, ଓଡ଼ିଶା ଭଳି ଅନେକ ସହରରୁ ଯୁବକ ଓ ଯୁବତୀ ଠିକ କରୁଥିଲା । ସହଜରେ କେହି ତାକୁ ସନ୍ଦେହ କରିବା ପୂର୍ବରୁ ନିଜକୁ ସୋସିଆଲ ମିଡିଆରେ କିଛି ଯୁବତୀଙ୍କ ସହ ଭାବ ବଢାଇ ସେହି ଅଞ୍ଚଳରେ ବିବାହ କରି ସେଠାରେ ନିଜର ଏକ କ୍ଲିନ୍-ଇମେଜ ତିଆରି କରୁଥିଲା ।

ଏହା ବି ପଢନ୍ତୁ- ଛଦ୍ମବେଶରେ ବୁଲୁଥିଲା କାଶ୍ମୀର ଯୁବକ: SPY ସନ୍ଦେହରେ ଗିରଫ କଲା ଓଡିଶା STF; ୭ ପତ୍ନୀଙ୍କ ମଧ୍ୟରେ ଯାଜପୁରର ଅଧ୍ୟାପିକା

ଏପରିକି ନ୍ୟୁରୋ ସର୍ଜନ ଭାବେ ପରିଚିତ କରି ଲୋକଙ୍କ ଭିତରେ ବିଶ୍ବାସ ଜନ୍ମାଉଥିଲା । ଆଉ ଏହି ଆଳରେ ନିଜର ସଂଗଠନ ପାଇଁ ପିଲା ଯୋଗାଡ଼ କରିବା ତାର ଲକ୍ଷ୍ୟ ବୋଲି ସନ୍ଦେହ କରୁଛି ଏସଟିଏଫ । କାରଣ ତା' ପାଖରୁ ମିଳିଥିବା ମେଡିକାଲ ଫିଟନେସର କିଛି ଲେଟର ପ୍ୟାଡ ଓ କିଛି ୟୁନିଭର୍ସିଟିର ସାର୍ଟିଫିକେଟ ଓ କିଛି ବ୍ୟାଙ୍କ ଡକ୍ୟୁମେଣ୍ଟ ପୋଲିସ ହସ୍ତଗତ କରିଛି । କିଛି ଯୁବକଙ୍କ ଫେକ୍ କାଗଜ ପ୍ରସ୍ତୁତ କରି ପାକିସ୍ତାନ ପଠାଇ ଥାଇପାରେ ବୋଲି ଏସଟିଏଫ ସନ୍ଦେହ କରୁଛି । କାଶ୍ମୀର ସନ୍ଦିଗ୍ଧ ବୁଖାରି କେରଳର କିଛି ସଂଗଠନ ଓ ପାକିସ୍ତାନ କିଛି ସଂଗଠନକୁ ପିଲା ଯୋଗାଇଥାଏ ପାରେ ବା ସେଭଳି ପିଲା ପଠାଇବା ପାଇଁ କରୁଥାଇ ପାରେ ବୋଲି ସନ୍ଦେହ କରୁଛି ଏସଟିଏଫ ।

ଏନେଇ ସଠିକ ଭାବେ ସୂଚନା ପାଇନଥିଲେ ବି ଏକ ପାକିସ୍ତାନୀ ISI ଏଜେଣ୍ଟ ସହ ଚାଟିଂର ପ୍ରମାଣ ଏସଟିଏଫର ହସ୍ତଗତ ପରେ ସନ୍ଦେହ ଦ୍ଵିଗୁଣିତ ହୋଇଛି । ଏହାପରେ ଏସଟିଏଫ ତାର ଆର୍ଥିକ କାରବାର ଉପରେ ନଜର ପକାଇଛି । ଏପରିକି ତାର ୬ଟି ଆକାଉଣ୍ଟ ଠାବ ହୋଇଥିବା ବେଳେ କେତେ ଟଙ୍କା କାରବାର ହୋଇଛି, ଆକାଉଣ୍ଟ ଯୋଗେ ଟେରର ଫଣ୍ଡିଂ ହୋଇଛି କି ନାହିଁ ସେ ନେଇ ଗୃହ ମନ୍ତ୍ରାଳୟର ଫାଇନାନ୍ସ ଇଣ୍ଟେଲିଜେନ୍ସ ୟୁନିଟର ସହାୟତା ନେଇଛି ଏସଟିଏଫ ଟିମ୍ । କେତେ ଟଙ୍କା ନେଣଦେଣ ହୋଇଛି ଓ କେତେ ଟଙ୍କା କେଉ ପିଲାର ପରିବାର ବା କାହାକୁ ପଠାଇ ନିଜର‌ ସଂଗଠନରେ ସାମିଲ ପାଇଁ ଚେଷ୍ଟା କରୁଥିଲେ କି ସେନେଇ ଯାଞ୍ଚ କରାଯାଉଛି।

ଏହା ବି ପଢନ୍ତୁ- ଚଣ୍ଡିଖୋଲ JMFC କୋର୍ଟରେ ହାଜର ପରେ ରଗଡି ଜେଲ ଗଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ

ଏଥି ସହ ତାର ମୋବାଇଲ ନମ୍ବର ଓ ସୋସିଆଲ ମିଡ଼ିଆ ଆକାଉଣ୍ଟର ସିଡିଆଇର କଲ ଡିଟେଲ ରେକର୍ଡ ଏବଂ ଏଚଡିଆର ସବୁର ରିପୋର୍ଟ ଏସଟିଏଫ ଟିମକୁ ମଗାଯାଇଛି ବୋଲି ଏସପି କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏବେ କେବଳ ଏସଟିଏଫ ନୁହେଁ ପଞ୍ଜାବ ପୋଲିସ ଓ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ବା IBର ରାଡାରରେ ରହିଛି ଏସଟିଏଫ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଈଶାନ ବୁଖାରି । ଏନେଇ ଖୁବଶୀଘ୍ର ସେମାନେ ଆସି ତାକୁ ପଚରାଉଚରା କରିପାରନ୍ତି ବୋଲି ଏସପି ମଧ୍ୟ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 17, 2023, 5:55 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.