ETV Bharat / state

OSAM ବୋର୍ଡକୁ ସ୍କଚ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ସମବାୟ ମନ୍ତ୍ରୀ

author img

By

Published : Jul 17, 2023, 10:14 PM IST

ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ ପୁରସ୍କାର ମିଳିଛି । କୃଷିରେ ରୌପ୍ୟ ବର୍ଗରେ ଇ-ନାମ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

skoch award 2023
OSAM ବୋର୍ଡକୁ ସ୍କଚ ପୁରସ୍କାର

ଭୁବନେଶ୍ବର: ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ-୨୦୨୩ ପୁରସ୍କାର ମିଳିଛି । କୃଷିରେ ରୌପ୍ୟ ବର୍ଗରେ ଇ-ନାମ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ପାଇଁ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓଏସଏମ ବୋର୍ଡ ଓ ଟିମ କୋ-ପରେସନକୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର କୃଷକମାନଙ୍କ ହିତ ପାଇଁ ୫T ଶାସନାଦେଶ ଅନୁୟାୟୀ ସ୍ୱଚ୍ଛତା ବଜାୟ ରଖି ଏହି ଟିମ ସମାନ ଉତ୍ସାହର ସହ କାର୍ଯ୍ୟ ଜାରି ରଖିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

skoch award 2023
OSAM ବୋର୍ଡକୁ ସ୍କଚ ପୁରସ୍କାର

ଓଡିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ ଆଗକୁ ବଢୁଛି । ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି । ଇ-ନାମ ହେଉଛି ଏକ ପାନ ଇଣ୍ଡିଆ ଅନଲାଇନ ପ୍ଲାଟଫର୍ମ । ଯାହା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଛି । ଏବଂ ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ କୃଷି ଉତ୍ପାଦନ ବିପ୍ପଣନ କମିଟି/ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ଯୋଡିବା ଲକ୍ଷ୍ୟରେ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୫T ଶାସନ ପଦ୍ଧତିରେ ରାଜ୍ୟ ସରକାର ଏକ ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ଦିଗରେ ପ୍ରତିବଦ୍ଧତାର ସହ ବିକାଶର ଶୀର୍ଷତା ହାସଲ କରୁଛି । ସମବାୟ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ: 4th National Water Award: ଗଞ୍ଜାମ ଜିଲ୍ଲାକୁ ଜାତୀୟ ଜଳ ପୁରସ୍କାର

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ୬୬ଟି ଆରଏମସିକୁ ଇ-ନାମ ପୋର୍ଟାଲରେ ସଫଳତାର ସହ ଅପ୍ଲୋଡିଂ କରାଯାଇଛି । ଓଡ଼ିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି । ସମସ୍ତ ଆରଏମସି ଅଧୀନରେ ଏହାର କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି । ୨୦୧୭ରେ ଇ-ନାମ ପ୍ଲାଟଫର୍ମରେ କେବଳ ୧୦ଟି ଆରଏମସି ଥିବାବେଳେ ଓଡ଼ିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି । ଗୋଟିଏ ପାଦ ଆଗକୁ ବଢି ବିଭାଗ ୪୦୧ ସଂଖ୍ୟକ କୃଷକ ଉତ୍ପାଦକ ସଂଗଠନକୁ କୃଷି ବଜାର ପ୍ଲାଟଫର୍ମରେ ସାମିଲ କରିଛି । ଏହି ଏଫପିଓର ସଦସ୍ୟ ଭାବରେ ପ୍ରାୟ ୪୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବର୍ତ୍ତମାନ ସେମାନଙ୍କର ଉତ୍ପାଦର ବିକ୍ରିବଟା ଏହି ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ କରି ଲାଭ ପାଇ ପାରିବେ ।

ସ୍ମାର୍ଟ ଫୋନ ମାଧ୍ୟମରେ କାରବାରକୁ ସକ୍ଷମ କରିବାକୁ ସୁବିଧାଗୁଡ଼ିକ ବର୍ତ୍ତମାନ ବିକଶିତ ହୋଇଛି । ସ୍ମାର୍ଟ ଫୋନ ଥିବା ଜଣେ କୃଷକ ବର୍ତ୍ତମାନ ଦେଶରେ କାର୍ଯ୍ୟ କରୁଥିବା କୃଷି ସାମଗ୍ରୀ ବଜାରକୁ ପ୍ରବେଶ କରାଇପାରିବେ । ନିଜ ଉତ୍ପାଦକୁ ନିଜ ପସନ୍ଦର ମୂଲ୍ୟରେ ନିଜ ଆଙ୍ଗୁଠି ଟିପ ବ୍ୟବହାର କରି ବିକ୍ରି କରିପାରିବେ । ସମବାୟ ବିଭାଗ ଏହି ପ୍ଲାଟଫର୍ମକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଆଗକୁ ନେବାପାଇଁ ନିଜ ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛି । ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ଗାଁ ଗହଳିର ହାଟ ହେଉଛି ବିଭାଗର ପରବର୍ତ୍ତୀ ଲକ୍ଷ୍ୟ । ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବଜାରକୁ ଏହି ଇଲେକଟ୍ରୋନିକ ପ୍ଲାଟଫର୍ମ ସହିତ ଯୋଡିବା ଲକ୍ଷ୍ୟ ରହିଛି । ଦୂର ଦୂରାନ୍ତ ଅଞ୍ଚଳରେ ରହୁଥିବା କ୍ଷୁଦ୍ର, ନାମମାତ୍ର ଚାଷୀ କିଭଳି ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ଅନଲାଇନ ବଜାର ବ୍ୟବସ୍ଥାରେ କାରବାର କରି ଲାଭ ଉଠାଇ ପାରିବେ ସେଥିପାଇଁ ଯୋଜନା କରାଯାଇ ଟିମ ସମବାୟ ଉଦ୍ୟମ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.