ETV Bharat / state

ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ପକ୍ଷରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ବୁଟକ୍ୟାମ୍ପ

ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଡା. ଓମକାର ରାଏ କହିଛନ୍ତି ଯେ, ଏହି ଅବସରରେ ଆମେ ଛାତ୍ରଛାତ୍ରୀମାନଙ୍କ ଠାରୁ ଅତ୍ୟନ୍ତ ଉତ୍ସାହଜନ ସମର୍ଥନ ପାଇଛୁ । ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କୁ ଷ୍ଟାର୍ଟଅପ ସମ୍ପର୍କରେ ସୂଚନା ପ୍ରଦାନ କରିବୁ । ସର୍ବଶେଷରେ ଛାତ୍ରୀମାନେ ସେମାନଙ୍କର ଚିନ୍ତାଧାରାକୁ ଶିଳ୍ପ ବିଶେଷଜ୍ଞଙ୍କ ଆଗରେ ଉପସ୍ଥାପନା କରିପାରିବେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 8, 2023, 10:53 PM IST

ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ପକ୍ଷରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ବୁଟକ୍ୟାମ୍ପ
ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ପକ୍ଷରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ବୁଟକ୍ୟାମ୍ପ
ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ପକ୍ଷରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ବୁଟକ୍ୟାମ୍ପ

ଭୁବନେଶ୍ବର: ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ପକ୍ଷରୁ ଆଜି ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବୁଟକ୍ୟାମ୍ପ ଆୟୋଜିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡା. ଓମକାର ରାଏ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉପସ୍ଥିତ ଥିଲେ ।

ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଡା. ଓମକାର ରାଏ କହିଛନ୍ତି ଯେ, ଏହି ଅବସରରେ ଆମେ ଛାତ୍ରଛାତ୍ରୀମାନଙ୍କ ଠାରୁ ଅତ୍ୟନ୍ତ ଉତ୍ସାହଜନ ସମର୍ଥନ ପାଇଛୁ । ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କୁ ଷ୍ଟାର୍ଟଅପ ସମ୍ପର୍କରେ ସୂଚନା ପ୍ରଦାନ କରିବୁ । ସର୍ବଶେଷରେ ଛାତ୍ରୀମାନେ ସେମାନଙ୍କର ଚିନ୍ତାଧାରାକୁ ଶିଳ୍ପ ବିଶେଷଜ୍ଞଙ୍କ ଆଗରେ ଉପସ୍ଥାପନା କରିପାରିବେ । ବର୍ତମାନ ସୁଦ୍ଧା ଷ୍ଟାର୍ଟ ଅପ ଯାତ୍ରା ଓ ଏକ୍ସପ୍ରେସ ଆରମ୍ଭ ହେବାର ପାଖାପାଖି ଦୁଇମାସ ହେବାକୁ ବସିଛି । ରାଜ୍ୟର ବିଭିନ୍ନ ସ୍କୁଲ ଏବଂ କଲେଜଗୁଡ଼ିକରେ ଷ୍ଟାର୍ଟଅପ ଯାତ୍ରା ଭ୍ୟାନ କ୍ୟାମ୍ପେନ ଏବଂ ବୁଟକ୍ୟାମ୍ପମାନ ଆୟୋଜନ କରାଯାଉଛି ।

ଅଧିକ ପଢନ୍ତୁ- ଶିଳ୍ପ କ୍ଷେତ୍ରରେ ଓଡିଶା ଯାତ୍ରା, MSME ବାଣିଜ୍ୟ ମେଳାରେ ମିଳିଛି ସଫଳତା

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି ଯେ, ଷ୍ଟାର୍ଟଅପ ଯାତ୍ରା ୨୦୨୩ ସଂସ୍କରଣ ଓଡ଼ିଶାର ବିଭିନ୍ନ ସ୍କୁଲ କଲେଜ ପରିଦର୍ଶନ କରୁଛି । ଆମ ୟୁନିଭର୍ସିଟିରେ ଆସି ବୁଟକ୍ୟାମ୍ପ ଆୟୋଜିତ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ମୁଁ ନିଶ୍ଚିତ ଯେ, ଆମ ରମାଦେବୀ ବିଶ୍ବବିଦ୍ୟାଳୟର କିଛି ଛାତ୍ରୀ ସେମାନଙ୍କର ବିଚାରଧାରାର ସ୍ବପ୍ନକୁ ପୂରଣ କରିବା ପାଇଁ ମନୋନିତ ହୋଇପାରନ୍ତି । ଏହି ଯାତ୍ରା ମାଧ୍ୟମରେ ଆମେ ଝିଅମାନଙ୍କ ମଧ୍ୟରୁ ଆତ୍ମନିର୍ଭରଶୀଳତା ପାଇଁ ସବୁଠାରୁ ଉପଯୁକ୍ତ ମାଧ୍ୟମର ସାକ୍ଷୀ ହେବୁ । ପ୍ରତ୍ୟେକ ଝିଅ ଆତ୍ମନିର୍ଭରଶୀଳ ହୋଇପାରିବେ । ସେହିଦିନ ମଧ୍ୟ ପାଖେଇ ଆସୁଛି ଯେତେବେଳେ ଆମ ଦେଶ ଆତ୍ମ-ନିର୍ଭରଶୀଳ ଲକ୍ଷ୍ୟକୁ ହାସଲ କରିବ ।

ଏହି ଅଭିଯାନ ନିଜର ଚୂଡାନ୍ତ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକରେ ଏକାଧିକ ବୁଟ୍କ୍ୟାମ୍ପର ଆୟୋଜନ କରାଯିବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଯାହା ଅଭିନବ ବିଚାରଧାରା ସୃଷ୍ଟି କରିବା କ୍ଷେତ୍ରରେ ନୂଆ ରେକର୍ଡ ସ୍ଥାପନ କରିବ । ଏହି ଅଭିଯାନ ଛାତ୍ର ସମୁଦାୟକୁ ରାଜ୍ୟର ବିକାଶ ପ୍ରକ୍ରିୟାରେ ସାମିଲ କରି ଏବଂ ସେମାନଙ୍କର ଔଦ୍ୟୋଗିକ ଉତ୍ସାହକୁ ପ୍ରତିପୋଷଣ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସେପ୍ଟେମ୍ବର ୧୧ ତାରିଖ ୨୦୨୩ରେ ଶୁଭାରମ୍ଭ ହୋଇଥିଲା । ଏହି ଯାତ୍ରା ଦୁଇମାସ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଏହା ରାଜ୍ୟବ୍ୟାପୀ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକରେ ପହଂଚି ନୂଆ ନୂଆ ବିଚାରଧାରା ସଂଗ୍ରହ କରିଛି । ଏହି ସମୟ ମଧ୍ୟରେ ଭ୍ୟାନ କ୍ୟାମ୍ପେନ ଓ ବୁଟକ୍ୟାମ୍ପଗୁଡିକ ସଫଳତାର ସହ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କଲେଜ ଓ ୫୦ରୁ ଅଧିକ ସ୍କୁଲ ସମେତ ୨୫୪ଟି ଶିକ୍ଷାନୁଷ୍ଠାନ ଗସ୍ତ କରିଛି ଯେଉଁଥିରେ ୩୩,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।

ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ, ଛାତ୍ରଛାତ୍ରୀଙ୍କଠାରୁ ଆହୁରି ଅଧିକ ଅଭିନବ ବିଚାରଧାରା ଗ୍ରହଣ କରିବା ପାଇଁ ଆଶା ରହିଛି । ଏହି ଯାତ୍ରାର ୩୭ତମ ଦିବସରେ ରମାଦେବୀ ବିଶ୍ବବିଦ୍ୟାଳୟରେ ବୁଟକ୍ୟାମ୍ପ ଆୟୋଜିତ ହେବା ବ୍ୟତୀତ ଓୟୁଟିଆର, ଭୁବନେଶ୍ବର, ଆଇଟିଆଇ ବ୍ରହ୍ମପୁର ଓ ଗଭର୍ଣ୍ଣମେଣ୍ଟ ଅପଗ୍ରେଡେଡ ହାଇସ୍କୁଲ, ଏମ୍ଭି୧୫, ମାଲକାନଗିରିରେ ଆଉ ୩ଟି ବୁଟକ୍ୟାମ୍ପର ଆୟୋଜନ କରାଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଉତ୍ସାହଜନକ ଚିନ୍ତାଧାରା ଉପସ୍ଥାପନ ସେମାନଙ୍କ ମଧ୍ୟରେ ଥିବା ଉତ୍ସାହ ଓ ଆଗ୍ରହକୁ ସୂଚିତ କରୁଛି ।

ଷ୍ଟାର୍ଟଅପ ଓଡିଶା ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ୨୦୨୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୃଣମୂଳ ସ୍ତରର ନବସୃଜନ ଭାବନା ବିକଶିତ କରୁଛି । ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରୁଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ପ୍ରଫେସର ଚଣ୍ଡୀ ଚରଣ ରଥ, ପିପିଜିସି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଦୂର୍ଗା ପ୍ରସାଦ ଗୌଡ, ସିଓଓ ଏଆଇସି-ଏନଆଇଟିଏଫ, ସୋନି ସାମଲ, ପ୍ରତିଷ୍ଠାତା ୭୨ ଡିପିଆଇ ସ୍କିଲ୍ସ, ବରିଷ୍ଠ ମିଶନ ସହଯୋଗୀ ରଶ୍ମିରଞ୍ଜନ ସାହୁ, ବରିଷ୍ଠ କର୍ମକର୍ତା ଷ୍ଟାର୍ଟଅପ ଓଡ଼ିଶା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.