ETV Bharat / state

ପାକିସ୍ତାନ ବେଲୁଚିସ୍ତାନକୁ ଲମ୍ବିଛି ଚେର, ରାଜ୍ୟ ବାହାରକୁ ଯିବ STF ଟିମ୍

author img

By

Published : Jun 25, 2023, 8:27 AM IST

ଓଡ଼ିଶା ସିମକାର୍ଡ ସ୍କାମ ପାକିସ୍ତାନୀ ଏଜେଣ୍ଟ ଲିଙ୍କର ପର୍ଦ୍ଦାଫାସ କରିବାକୁ ରାଜ୍ୟ ବାହାରକୁ ଯିବ STF ଟିମ୍ । ଅଧିକ ପଢନ୍ତୁ

OTP scam
ପାକିସ୍ତାନ ବେଲୁଚିସ୍ତାନକୁ ଲମ୍ବିଛି ଚେର
ପାକିସ୍ତାନ ବେଲୁଚିସ୍ତାନକୁ ଲମ୍ବିଛି ଚେର

ଭୁବନେଶ୍ବର: ଓଡ଼ିଶା ସିମକାର୍ଡର ପାକିସ୍ତାନୀ ଏଜେଣ୍ଟ ଲିଙ୍କରେ ଫିଟୁଛି ISI ଏଜେଣ୍ଟଙ୍କ ସିକ୍ରେଟ୍ ମିଶନ ଲିଙ୍କ । ଭାରତୀୟ ସିମକାର୍ଡରେ ଜାତୀୟ ସୁରକ୍ଷା ତଥ୍ୟ ଚୋରି । ପଶ୍ଚିମବଙ୍ଗ ନ୍ୟୁ ଜଲପାଇଗୁଡ଼ି ଥାନା ମାମଲା ଏମାନଙ୍କ ମିଶନର ଗୁମର ଫିଟାଇ ଦେଇଛି । ପଶ୍ଚିମବଙ୍ଗରରେ ଥିବା ଜାତୀୟ ସୁରକ୍ଷା ସମ୍ପର୍କିତ ଗୁଇନ୍ଦାଗିରି କରୁଥିବା ଅଭିଯୁକ୍ତ ଗୁଡୁ କୁମାର ପଶ୍ଚିମବଙ୍ଗ ଏସଟିଏଫ ଦ୍ବାରା ଗିରଫ ପରେ ଓଡ଼ିଶା ସିମକାର୍ଡ ଲିଙ୍କ ମିଳିଥିଲା । ଯାହାକୁ ତନାଘନା ବେଳେ ଓଡ଼ିଶା ଏସଟିଏଫ ଦ୍ବାରା ଗିରଫ ହୋଇଥିବା ପଠାଣି ସାମନ୍ତର ଲିଙ୍କ ମିଳିଥିଲା । ଏହି ଲିଙ୍କ ପାକିସ୍ତାନ ବେଲୁଚିସ୍ତାନକୁ ଚେର ଲମ୍ବିଛି । ଯାହାର ପର୍ଦ୍ଦାଫାସ କରିବାକୁ ରାଜ୍ୟ ବାହାରକୁ ଯିବ STF ଟିମ୍ ।

ପୂର୍ବରୁ ଏନେଇ ସନ୍ଦେହ କରି ପଠାଣି ସାମନ୍ତଙ୍କୁ ଖୋଜିବାକୁ ଆସି ବିଫଳ ହୋଇଥିଲା ପଶ୍ଚିମବଙ୍ଗ ଏସଟିଏଫ । ହେଲେ ଏଥର କିନ୍ତୁ ଜେଲ ଚାରିକାନ୍ଥ ଭିତରେ ପଠାଣି ସାମନ୍ତ ଲେଙ୍କା ସବୁ ସତ ମାନିଛି । ଝାରପଡ଼ା ଜେଲରେ ପଶ୍ଚିମବଙ୍ଗ ପୋଲିସର ଜେରା ବେଳେ ବିହାରର ଗୁଡୁ କୁମାର ସହ ଲିଙ୍କରେ ଥିବା ପଠାଣି ସାମନ୍ତ ଲେଙ୍କା ସ୍ବୀକାର କରିଛି । ଓଡ଼ିଶା ସିମକାର୍ଡର ଓଟିପି ପଠାଇ ମୋବାଇଲ ନମ୍ବର ଦେଇଥିବା ମଧ୍ୟ ମାନିଛି । ଯାହାକୁ ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ଚୋରି କରି ଗୁଇନ୍ଦାଗିରି କରିଥିବା ଗୁଡୁ କୁମାର ନାଁର ନ୍ୟୁ ଜଲପାଇଗୁଡ଼ି ଥାନାରେ ଅଭିଯୋଗ ହୋଇଥିଲା । ଅଫିସିଆଲ୍ ସିକ୍ରେଟ ଆକ୍ଟ ଆଧାରରେ ଏବେ ଗୁଡୁ କୁମାର ଲିଙ୍କରେ ପଠାଣି ସାମନ୍ତଙ୍କୁ ପଶ୍ଚିମବଙ୍ଗ ନେଇ ଜେରା କରିବାକୁ ଅଣ୍ଟା ଭିଡିଛି ପଶ୍ଚିମବଙ୍ଗ ଏସଟିଏଫ ଟିମ୍ । ଘଟଣା ଜାଣିବା ପରେ ଏବେ ଓଡ଼ିଶା ଏସଟିଏଫ ମଧ୍ୟ ଗୁଡୁ କୁମାରକୁ ପଚରାଉଚରା ପାଇଁ ପଶ୍ଚିମବଙ୍ଗ ଯିବ ବୋଲି ଏସଟିଏଫ ଏସପି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏସଟିଏଫ ଓଟିପି ସେୟାରି ଲିଙ୍କରେ ଅନ୍ୟତମ ଅଭିଯୁକ୍ତ ପ୍ରିତମ କରକୁ ଦୁଇ ଦିନିଆ ଜେରା ବେଳେ ପିଆଇଓ ଏଜେଣ୍ଟ ଲିଙ୍କ୍ ନେଇ ଜାଣିବାକୁ ପାଇଛି । ଗୁଡୁ ନିଜେ ସିଧାସଳଖ ପାକିସ୍ତାନୀ ଏଜେଣ୍ଟଙ୍କ ସହ ବିଲ କରୁଥିଲା ଆଉ ପ୍ରିତମର କାମ ଥିଲା ନିରୀହ ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲି ଏହାର ଓଟିପି ଜରିଆରେ ଏଜେଣ୍ଟଙ୍କୁ ବ୍ୟବହାର ପାଇଁ ପଠାଉଥିଲା । ଏଥିପାଇଁ 30ହଜାର‌ ଲେଖାଏଁ କମିଶନ ନେଉଥିଲା । ଏପରିକି ଓଟିପି ଯୋଗାଇ ମାଙ୍ଗାଲୋରର ଅଟୋ ବୋମା ବିସ୍ଫୋରଣ ମାମଲାରେ‌ ଗିରଫ ଅଭିଯୁକ୍ତଙ୍କ ଲିଙ୍କ ମଧ୍ୟ ସାମ୍ନାକୁ ଆସିଥିଲା । ଯାହକୁ ନେଇ ପ୍ରିତମକୁ ପୂର୍ବରୁ ଏନ୍ଆଇଏ ମଧ୍ୟ ପଚରାଉଚରା କରିଥିଲା । ତେବେ ପ୍ରିତମ ଓ ପଠାଣି ସାମନ୍ତ ଲିଙ୍କର ତଥ୍ୟ ମିଳିବା ପରେ ଆଜି ରାଜ୍ୟ ବାହାରକୁ ଯିବ ଏସଟିଏଫ ଟିମ୍ । ଏନେଇ କିଛି ପାକିସ୍ତାନୀ ଏଜେଣ୍ଟଙ୍କ ସିଧା ସଳଖ ଯୋଗାଯୋଗରେ ଥିବା ଅପରାଧିଙ୍କୁ ଗିରଫ ପାଇଁ ତୟାର୍ ହୋଇଛି ଏସଟିଏଫ।

ଏହା ବି ପଢନ୍ତୁ...ପାକିସ୍ତାନୀ ଏଜେଣ୍ଟଙ୍କୁ OTP ପଠାଇବା ଘଟଣା: ମିଳିଲା କୋଟିଏ ଟଙ୍କାର କ୍ରିପ୍ଟୋ କାରବାର ଲିଙ୍କ୍

ଏସଟିଏଫ ମଧ୍ୟ ପାକିସ୍ତାନ ବେଲୁଚିସ୍ତାନ ଭଳି ସ୍ଥାନକୁ ଯୋଗାଯୋଗ ଥିବା ସୂଚନା ଦେଇଥିବା ବେଳେ ଏମାନଙ୍କ ମାଷ୍ଟରମାଇଣ୍ଡଙ୍କୁ କେବେ ଗିରଫ କରାଯିବ ଓ କେଉଁ ସିକ୍ରେଟ ମିଶନ ପାଇଁ କାମ କରୁଛନ୍ତି ତାହା ସାମ୍ନାକୁ ଆସିପାରିବ । ତେବେ ସିମକାର୍ଡ ଓଟିପି ପଠାଇ ପାକିସ୍ତାନୀ ଏଜେଣ୍ଟଙ୍କୁ ସହଯୋଗ କରୁଥିବା ମାମଲାରେ ପଠାଣି ସାମନ୍ତ ଲେଙ୍କା ଓ ପ୍ରିତମ କର ସମେତ ଏଯାବତ ମୋଟ 5ଜଣଙ୍କୁ ଗିରଫ କରିଛି ଏସଟିଏଫ । ଏହି ଘଟଣାରେ ଗିରଫଦାରୀ ବଢିବା ସହ ବଡ଼ ବଡ଼ ମୁଣ୍ଡ ସାମ୍ନାକୁ ଆସିବ ବୋଲି ଏସଟିଏଫ ସୂତ୍ରରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.