ETV Bharat / state

କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ: ଗବେଷକଙ୍କୁ ମିଳିବ ହାଇଟେକ ତାଲିମ - ଗବେଷଣା କ୍ଷେତ୍ରରେ ସହଯୋଗିତା ପାଇଁ ଏମଓୟୁ

ରାଜ୍ୟରେ ଅତ୍ୟାଧୁନିକ ଗବେଷଣା କ୍ଷେତ୍ରରେ ସହଯୋଗିତା ବୃଦ୍ଧି ପାଇଁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ ସ୍ୱାକ୍ଷରିତ । ଅଧିକ ପଢନ୍ତୁ

କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ

author img

By

Published : Jul 26, 2023, 9:00 AM IST

କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ
କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ

ଭୁବନେଶ୍ବର: କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ ସ୍ବାକ୍ଷରିତ । ରାଜ୍ୟରେ ଅତ୍ୟାଧୁନିକ ଗବେଷଣା କ୍ଷେତ୍ରକୁ ଆହୁରି ପରିବର୍ଦ୍ଧିତ କରିବା ପାଇଁ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି । ଆଇଟି ମନ୍ତ୍ରୀ, ଉନ୍ନୟନ କମିଶନର, କ୍ରୀଡା ସଚିବ ଓ 5T ସଚିବ ଭିକେ ପାଣ୍ଡିଆନଙ୍କ ଉପସ୍ଥିତରେ ରାଜ୍ୟ ପକ୍ଷରୁ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି ଆଇଟି ସଚିବ ମନୋଜ କୁମାର ମିଶ୍ର । ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ସିଲିକନ ଭ୍ୟାଲି ଗସ୍ତରେ ଯାଇ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ପ୍ରତିନିଧି ଦଳ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।

ବିଶ୍ବବିଦ୍ୟାଳୟର Gauthier Vasseur, Executive Director of Fisher Center for Business Analytics ଡ଼ ଡନ ମୋରେ, acting Dean, Hass School of Business ଓ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ରାଜ୍ୟ ସରକାର ଓ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଅନୁସନ୍ଧାନ, ଯୋଜନାର ପ୍ରଭାବ ଆକଳନ, ଉଦ୍ୟୋଗୀତା ଏବଂ ଏକାଡେମିକ ପ୍ରକାଶନର ଆଦାନ ପ୍ରଦାନ ପାଇଁ ଏମଓୟୁ ସ୍ବାକ୍ଷର ହୋଇଛି । ବୁଝାମଣାର ଅଂଶ ଭାବରେ ଓଡିଶା ସରକାର ଏବଂ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ପରସ୍ପରକୁ ଅନୁସନ୍ଧାନ ପ୍ରକଳ୍ପରେ ସହଯୋଗ କରିବେ । ମିଳିତ ଭାବରେ ଆଲୋଚନାଚକ୍ର ଏବଂ କର୍ମଶାଳା ଆୟୋଜନ କରିବେ ।

ବୈଷୟିକ କ୍ଷେତ୍ରରେ ମିଳିତ ତାଲିମ କର୍ମଶାଳା ଉପରେ ବିଶେଷ ଗୁରୁତ୍ବ ଦିଆଯିବ । ପ୍ରାୟ ହଜାରେ ଅନୁସନ୍ଧାନକାରୀଙ୍କୁ ତାଲିମ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ପ୍ରାଥମିକ ଭାବେ ପାଇଲଟ ପ୍ରକଳ୍ପ ଭାବେ ଉଭୟଙ୍କ ସହଭାଗିତାରେ ପରିବେଶ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା, ସ୍ବାସ୍ଥ୍ୟ, କୃଷି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି କ୍ଷେତ୍ରରେ କାମ କରିବେ । ଏଥିସହ ସରକାରୀ ଯୋଜନା କେମିତି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ଥିବା ମେକାନିଜିମକୁ ଆହୁରି ସୁଦୃଢ଼ କରାଯିବ ।

ଏହାମଧ୍ୟ ପଢନ୍ତୁ: ୮ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ; ୧୨୫୦ କୋଟି ବିନିଯୋଗ, ୩୬୪୦ ନିଯୁକ୍ତି ସମ୍ଭାବନା

ଆଗାମୀ ଦିନରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ, ଷ୍ଟାର୍ଟ ଅପ ବିନିମୟ କାର୍ଯ୍ୟକ୍ରମ ଏବଂ ଷ୍ଟାର୍ଟ ଅପ ତ୍ବରାନ୍ବିତ କାର୍ଯ୍ୟକ୍ରମ ଭଳି ମିଳିତ ସହଯୋଗରେ କରାଯିବ । ଏହି ବୁଝାମଣା ଦ୍ବାରା ରାଜ୍ୟରେ ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଉଭୟ ସମାଜର ଲାଭ ପାଇଁ ଆଗାମୀ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଜ୍ଞାନ ବାଣ୍ଟିବା ଏବଂ ଅନୁସନ୍ଧାନ କ୍ଷେତ୍ରରେ ସହଯୋଗ ଜାରି ରହିବ ବୋଲି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି । ଏହି ଏମଓୟୁ ଓଡ଼ିଶାର ରୂପାନ୍ତରିତ ଯାତ୍ରାକୁ ଆହୁରି ସାହାଯ୍ୟ କରିବ 5T ସଚିବ କହିଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ଏହା ପରେ ଫ୍ରୋଷ୍ଟ ଓ ସୁଲିଭାନ ଫାର୍ମ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭୁବନେଶ୍ବରରେ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା କରିବା ପାଇଁ ଫ୍ରୋଷ୍ଟ ଓ ସୁଭିଲିଆନ ଫାର୍ମ ଆଗ୍ରହ ପ୍ରକାଶ କରିଛି । ଏଥିରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ 50 ହଜାର ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେବାକୁ ବ୍ୟବସ୍ଥା କରାଯିବ । ଆମାଜନ, ଆପଲ, ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ, ଇଫିସେନ୍ସ, ୟୁନିଅନ କ୍ୟାପିଟାଲ, ଆଇରନ ପିଲାର ପ୍ରତିନିଧି ଉପସ୍ଥିତ ଥିଲେ । ସ୍କାଏୱାର୍କ୍ସ ସଲ୍ୟୁସନର ବରିଷ୍ଠ ଉପସଭାପତି ତଥା ଜେନେରାଲ ମ୍ୟାନେଜର ୟୁସୁଫ ଜମାଲଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ପ୍ରତିନିଧି ଦଳ । ସ୍କାଏୱାର୍କ୍ସ ସଲ୍ୟୁସନ ଭାରତରେ ନିଜର ପ୍ରଥମ ପୁଞ୍ଜି ବିନିଯୋଗ ପାଇଁ ନଜର ପକାଇଛି । ରାଜ୍ୟ ପ୍ରତିନିଧି ଦଳ ଜମାଲଙ୍କୁ ଓଡ଼ିଶାର ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଫାବଲେସ ପଲିସି 2023 ବିଷୟରେ ସୂଚନା ଦେଇଛନ୍ତି । ଏହି ପ୍ରତିନିଧି ଦଳ ସ୍କାଏୱାର୍କ୍ସ ଦଳକୁ ଓଡିଶା ପରିଦର୍ଶନ କରିବାକୁ ଏବଂ ରାଜ୍ୟରେ ଏକ R&D ସୁବିଧା ସ୍ଥାପନ କରିବାକୁ ବିଚାର କରିବାକୁ ଆମନ୍ତ୍ରଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.